ଦେଶ ବିଦେଶ

ଦିଲ୍ଲୀରେ ବଡ଼ ଧରଣର ଚୋରି; କାନ୍ଥ କଣା କରି ଜୁଏଲେରୀ ଶୋ’ରୁମ୍‌ରେ ପଶିଲେ ଚୋର, ନେଇଗଲେ ୨୫ କୋଟିର ଅଳଙ୍କାର

ଦିଲ୍ଲୀର ଜଙ୍ଗପୁରାରେ ଏକ ଜୁଏଲେରୀ ଶୋ’ରୁମ୍‌ରୁ କୋଟି କୋଟି ଟଙ୍କାର ଚୋରି ହୋଇଛି। ଶୋ’ରୁମ୍‌ ମାଲିକଙ୍କ ମୁତାବକ, ଚୋରମାନେ ଦୋକାନରେ ପଶି ପାଖାପାଖି ୨୫ କୋଟି ଟଙ୍କାର ହୀରା ଓ ସୁନା ଅଳଙ୍କାର ଚୋରି କରି ନେଇଛନ୍ତି।

ଏହି ଶୋ’ରୁମ୍‌ ଉମ୍‌ରାଓ ସିଂ ଓ ମହାବୀର ପ୍ରସାଦ ଜୈନଙ୍କର। ଦୋକାନରେ ୨୦ରୁ ୨୫ କୋଟି ଟଙ୍କାର ହୀରା ଓ ସୁନା ଅଳଙ୍କାର ରହିଥିଲା। ସୋମବାର ଜଙ୍ଗପୁରା ମାର୍କେଟ୍‌ ବନ୍ଦ ରହିଥାଏ। ତେଣୁ ରବିବାର ରାତିରେ ମାଲିକ ଶୋ’ରୁମ୍‌ ବନ୍ଦ କରି ଘରକୁ ଯିବା ପରେ ଚୋରମାନେ ଦୋକାନ ଭିତରେ ପଶିଥିଲେ। ଯେତେବେଳେ ମାଲିକ ମଙ୍ଗଳବାର ଆସି ନିଜ ଶୋ’ରୁମ୍‌ ଖୋଲିଥିଲେ, ସେତେବେଳେ ଦୋକାନରୁ ଚୋରି ହୋଇଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ପୋଲିସରେ ହୋଇଥିବା ଅଭିଯୋଗ ମୁତାବକ, ଚୋରମାନେ କାନ୍ଥ କଣା କରି ଶୋ’ରୁମ୍‌ର ଷ୍ଟଙ୍ଗ୍‌ ରୁମ୍‌ ଭିତରେ ପଶିଥିଲେ। କାରଣ, ଷ୍ଟ୍ରଙ୍ଗ୍‌ ରୁମ୍‌ ପାଖରେ ଏକ ବିରାଟ କଣା ଦେଖିବାକୁ ମିଳିଥିଲା। କାନ୍ଥ କଣା କରି ଚୋରମାନେ ଦୋକାନରେ ପଶିଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତରେ ଲାଗିପଡ଼ିଛି। ବର୍ତ୍ତମାନ ଶୋ’ରୁମ୍‌ରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଉଛି। ଏହା ସହିତ ଆଖପାଖର ଲୋକ ଏବଂ ଶୋ’ରୁମ୍‌ର ଷ୍ଟାଫ୍‌ମାନଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ଖୁବ୍‌ ଜଲ୍‌ଦି ଚୋରମାନଙ୍କୁ ଧରାଯିବ ବୋଲି ପୋଲିସ କହିଛି।

Roshni

Recent Posts

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷା କର୍ମି

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

13 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

1 hour ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

1 hour ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

1 hour ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

1 hour ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

2 hours ago