ଦିଲ୍ଲୀରେ ବଡ଼ ଧରଣର ଚୋରି; କାନ୍ଥ କଣା କରି ଜୁଏଲେରୀ ଶୋ’ରୁମ୍‌ରେ ପଶିଲେ ଚୋର, ନେଇଗଲେ ୨୫ କୋଟିର ଅଳଙ୍କାର

ଦିଲ୍ଲୀର ଜଙ୍ଗପୁରାରେ ଏକ ଜୁଏଲେରୀ ଶୋ’ରୁମ୍‌ରୁ କୋଟି କୋଟି ଟଙ୍କାର ଚୋରି ହୋଇଛି। ଶୋ’ରୁମ୍‌ ମାଲିକଙ୍କ ମୁତାବକ, ଚୋରମାନେ ଦୋକାନରେ ପଶି ପାଖାପାଖି ୨୫ କୋଟି ଟଙ୍କାର ହୀରା ଓ ସୁନା ଅଳଙ୍କାର ଚୋରି କରି ନେଇଛନ୍ତି।

ଦିଲ୍ଲୀର ଜଙ୍ଗପୁରାରେ ଏକ ଜୁଏଲେରୀ ଶୋ’ରୁମ୍‌ରୁ କୋଟି କୋଟି ଟଙ୍କାର ଚୋରି ହୋଇଛି। ଶୋ’ରୁମ୍‌ ମାଲିକଙ୍କ ମୁତାବକ, ଚୋରମାନେ ଦୋକାନରେ ପଶି ପାଖାପାଖି ୨୫ କୋଟି ଟଙ୍କାର ହୀରା ଓ ସୁନା ଅଳଙ୍କାର ଚୋରି କରି ନେଇଛନ୍ତି।

ଏହି ଶୋ’ରୁମ୍‌ ଉମ୍‌ରାଓ ସିଂ ଓ ମହାବୀର ପ୍ରସାଦ ଜୈନଙ୍କର। ଦୋକାନରେ ୨୦ରୁ ୨୫ କୋଟି ଟଙ୍କାର ହୀରା ଓ ସୁନା ଅଳଙ୍କାର ରହିଥିଲା। ସୋମବାର ଜଙ୍ଗପୁରା ମାର୍କେଟ୍‌ ବନ୍ଦ ରହିଥାଏ। ତେଣୁ ରବିବାର ରାତିରେ ମାଲିକ ଶୋ’ରୁମ୍‌ ବନ୍ଦ କରି ଘରକୁ ଯିବା ପରେ ଚୋରମାନେ ଦୋକାନ ଭିତରେ ପଶିଥିଲେ। ଯେତେବେଳେ ମାଲିକ ମଙ୍ଗଳବାର ଆସି ନିଜ ଶୋ’ରୁମ୍‌ ଖୋଲିଥିଲେ, ସେତେବେଳେ ଦୋକାନରୁ ଚୋରି ହୋଇଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ପୋଲିସରେ ହୋଇଥିବା ଅଭିଯୋଗ ମୁତାବକ, ଚୋରମାନେ କାନ୍ଥ କଣା କରି ଶୋ’ରୁମ୍‌ର ଷ୍ଟଙ୍ଗ୍‌ ରୁମ୍‌ ଭିତରେ ପଶିଥିଲେ। କାରଣ, ଷ୍ଟ୍ରଙ୍ଗ୍‌ ରୁମ୍‌ ପାଖରେ ଏକ ବିରାଟ କଣା ଦେଖିବାକୁ ମିଳିଥିଲା। କାନ୍ଥ କଣା କରି ଚୋରମାନେ ଦୋକାନରେ ପଶିଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତରେ ଲାଗିପଡ଼ିଛି। ବର୍ତ୍ତମାନ ଶୋ’ରୁମ୍‌ରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଉଛି। ଏହା ସହିତ ଆଖପାଖର ଲୋକ ଏବଂ ଶୋ’ରୁମ୍‌ର ଷ୍ଟାଫ୍‌ମାନଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ଖୁବ୍‌ ଜଲ୍‌ଦି ଚୋରମାନଙ୍କୁ ଧରାଯିବ ବୋଲି ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.