ସକାଳେ ବ୍ରେକଫାଷ୍ଟ ଖାଉ ନଥିଲେ ସାବଧାନ୍‌, ହୋଇପାରେ ଏହି ଭୟଙ୍କର ରୋଗ

ଆମେରିକାରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଲଗାତାର ଭାବରେ ବ୍ରେକଫାଷ୍ଟ କରୁନଥିବା ଲୋକଙ୍କଠାରେ ପେଟ ଏବଂ ଅନ୍ତନଳୀରେ କ୍ୟାନ୍ସର ହେବାର ଆଶଙ୍କା ଦେଖିବାକୁ ମିଳିଛି । ଆମେରିକାର ୬୨,୭୪୬ ଜଣ ଲୋକଙ୍କ ଉପରେ ଏହି ରିସର୍ଚ୍ଚ କରାଯାଇଥିଲା ।

ଯେଉଁ ଲୋକମାନେ ବିଳମ୍ବିତ ରାତି ଯାଏଁ ନଶୋଇ ସକାଳେ ଲେଟରେ ଉଠନ୍ତି ଏବଂ ପରେ ବ୍ରେକଫାଷ୍ଟ ନକରି ଘରୁ ବାହାରି ଯାଆନ୍ତି ସେମାନେ ନିଜର ଅଭ୍ୟାସକୁ ବଦଳାଇବା ଉଚିତ । ଆମେରିକାରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଲଗାତାର ଭାବରେ ଜଳଖିଆ କରୁନଥିବା ଲୋକଙ୍କଠାରେ ପେଟ ଏବଂ ଅନ୍ତନଳୀରେ କ୍ୟାନ୍ସର ହେବାର ଆଶଙ୍କା ଦେଖିବାକୁ ମିଳିଛି । ଆମେରିକାର ୬୨,୭୪୬ ଜଣ ଲୋକଙ୍କ ଉପରେ ଏହି ରିସର୍ଚ୍ଚ କରାଯାଇଥିଲା । ରିସର୍ଚ୍ଚ କରାଯାଇଥିବା ଲୋକମାନେ ସମସ୍ତେ ମଧ୍ୟ ବୟସ୍କର ଥିଲେ ଏବଂ ପ୍ରାୟତଃ ସମସ୍ତେ ୫୦ ବର୍ଷ ମଧ୍ୟରେ ଥିଲେ ।

କ୍ୟାନ୍ସର ରୋଗ ବିଶେଷଜ୍ଞ ଡାକ୍ତର ଶ୍ୟାମ ଅଗ୍ରୱାଲ କହିଛନ୍ତି ଯେ ଯେଉଁମାନେ ପ୍ରତିଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚେଇଁ ରୁହନ୍ତି ପରେ ବିଳମ୍ବରେ ଖାଆନ୍ତି । ଏହି ଲୋକମାନେ ଅନେକ ସମୟରେ ପାର୍ଟି କରନ୍ତି, ମଦ୍ୟପାନ କରନ୍ତି ଏବଂ ସେମାନେ ସକାଳେ ଉଠି ବ୍ରେକଫାଷ୍ଟ କରନ୍ତିନି । ତେଣୁ ସେମାନଙ୍କର କ୍ୟାନ୍ସର ରୋଗ ହେବାର ଆଶଙ୍କା ଅଧିକ ଥାଏ । କ୍ୟାନ୍ସର ମଧ୍ୟ ଏକ ଲାଇଫଷ୍ଟାଇଲ ରୋଗ । ଯେଉଁମାନେ ଏକ ହେଲଦି ଲାଇଫଷ୍ଟାଇଲ ଫୋଲୋ କରନ୍ତି ଅର୍ଥାତ୍ ଠିକ୍ ସମୟରେ ହେଲଦି ଖାଦ୍ୟ ଖାଆନ୍ତି ଏବଂ ଏକ୍ସରସାଇଜ୍‌ କରନ୍ତି ସେମାନଙ୍କର କ୍ୟାନ୍ସର ହେବାର ସମ୍ଭାବନା କମ ଥାଏ ।

ପ୍ରିଭେଣ୍ଟିଭ୍‌ ହେଲ୍ଥକେୟାର ଏକ୍ସପର୍ଟ ଡାକ୍ତର ଶିଖା ଶର୍ମା କହିଛନ୍ତି ବ୍ରେକଫାଷ୍ଟ ଖାଇବା ଜରୁରୀ । କିନ୍ତୁ କଣ ଖାଇବେ ତାହା ମଧ୍ୟ ଜାଣିବା ଜରୁରୀ ହୋଇଥାଏ । ଯେଉଁ ଲୋକମାନଙ୍କର ଗ୍ୟାଷ୍ଟ୍ରିକ୍ ଏବଂ ଏସିଡିକ୍‌ ସମସ୍ୟା ଥାଏ ଯଦି ସେମାନେ ସକାଳେ ଖାଲି ପେଟରେ ରୁହନ୍ତି, ତେବେ ପେଟରେ ଏସିଡ୍ ହୁଏ ଏବଂ ଏହା ଅନ୍ତନଳୀକୁ କ୍ଷତି ପହଞ୍ଚାଏ । ବେଳେବେଳେ ଏହା ପେଟରେ ଅଲସର ସୃଷ୍ଟି କରେ ଏବଂ ଯଦି ଏହା ଲଗାତାର ଭାବରେ ହୋଇଥାଏ ତେବେ ଏହା କ୍ୟାନ୍ସରରେ ବଦଳି ଯାଏ ।

ଡାକ୍ତର ଶିଖା ଶର୍ମା କହିଛନ୍ତି ଯେ ଯେଉଁମାନଙ୍କର ଏସିଡ୍ ସମସ୍ୟା ରହିଛି ସେମାନେ ସକାଳେ ଜୁଆଣି ଏବଂ ଅଦା ପାଣି ପିଇବା ଉଚିତ୍ । କିଛି ସମୟ ପରେ କୌଣସି ଏକ ଫଳ ଖାଆନ୍ତୁ ଏବଂ ପରେ ଶସ୍ୟରୁ ପ୍ରସ୍ତୁତ କିଛି ଖାଦ୍ୟ ଖାଆନ୍ତୁ । ଯେପରିକି ଇଡଲି, ସନ୍ତୁଳା, ପନିପରିବାରେ ପ୍ରସ୍ତୁତ ହୋଇଥିବା ଦଲିୟା ଖାଇବା ଉଚିତ ।

ଯେଉଁମାନଙ୍କର ଏସିଡିକ୍‌ ସମସ୍ୟା ରହୁଛି ସେମାନେ ଦହି, କ୍ଷୀର କିମ୍ବା ଏଥିରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଏବଂ ପରଟା ଖାଇବା ଉଚିତ୍ ନୁହେଁ । ଫ୍ରାଏ ହୋଇଥିବା ଜିନିଷ ଖାଇବା ଠାରୁ ଦୂରେଇ ରହିବା ଉଚିତ । ଏହା ପରେ ଦ୍ୱିପ୍ରହର ୨ ଟାରେ ଲଞ୍ଚ କରନ୍ତୁ । ଶସ୍ୟର ପ୍ରସ୍ତୁତ ହୋଇଥିବା ଖାଦ୍ୟ ଦିନରେ ହଜମ ହୁଏ । ସୂର୍ଯ୍ୟ ଅସ୍ତ ହେବା ପରେ ହଜମ ପ୍ରକ୍ରିୟା ଧିର ହୋଇଯାଏ ତେଣୁ ରାତିରେ ସୁପ୍‌ ଖାଇବା ଭଲ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.