ମଣିପୁର: ଇଣ୍ଟରନେଟ ସେବା କାର୍ଯ୍ୟକ୍ଷମ ହେବା ପରେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଦୁଇ ନିଖୋଜ ଛାତ୍ରଙ୍କ ମୃତଦେହ ଫଟୋ

ହିଂସା ପ୍ରଭାବିତ ମଣିପୁରରେ ଇଣ୍ଟରନେଟ୍ ସେବା ପୁଣି କାର୍ଯ୍ୟକ୍ଷମ ହୋଇଛି । ଇଣ୍ଟରନେଟ ସେବା କାମ କରିବା ପରେ ଜୁଲାଇ ମାସରେ ଦୁଇ ନିଖୋଜ ଛାତ୍ରଙ୍କ ମୃତଦେହର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ହିଂସା ପ୍ରଭାବିତ ମଣିପୁରରେ ଇଣ୍ଟରନେଟ୍ ସେବା ପୁଣି କାର୍ଯ୍ୟକ୍ଷମ ହୋଇଛି । ଇଣ୍ଟରନେଟ ସେବା କାମ କରିବା ପରେ ଜୁଲାଇ ମାସରେ ଦୁଇ ନିଖୋଜ ଛାତ୍ରଙ୍କ ମୃତଦେହର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ମାମଲାର ତଦନ୍ତ ପୂର୍ବରୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ସିବିଆଇକୁ ହସ୍ତାନ୍ତର କରାଯାଇଛି । ଏହି ଦୁଇ ଛାତ୍ରଙ୍କ ନାମ ୧୭ ବର୍ଷୀୟ ହିଜାମ ଲିନଥୋଙ୍ଗାମ୍ବି ଏବଂ ୨୦ ବର୍ଷୀୟ ଫିଜାମ ହେମଜିତ। ସୋମବାର (ସେପ୍ଟେମ୍ବର ୨୫) ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, “ଏହା ରାଜ୍ୟ ସରକାରଙ୍କ ନଜରକୁ ଆସିଛି ଯେ, ଜୁଲାଇ ୨୦୨୩ ଠାରୁ ନିଖୋଜ ଥିବା ଦୁଇ ଛାତ୍ର ଫିଜାମ ହେମଜିତ (୨୦ ବର୍ଷ) ଏବଂ ହିଜାମ ଲିଣ୍ଟୋଙ୍ଗାମ୍ବିଙ୍କ (୧୭ ବର୍ଷ) ଙ୍କ ଫଟୋ ସୋସିଆଲ ମିଡିଆରେ ପ୍ରକାଶ ପାଇଛି । ରାଜ୍ୟବାସୀଙ୍କ ଇଚ୍ଛା ଅନୁଯାୟୀ ଏହି ମାମଲା ସିବିଆଇକୁ ହସ୍ତାନ୍ତର ହୋଇସାରିଛି । ”

ଆହୁରି ମଧ୍ୟ କୁହାଯାଇଛି, “ମଣିପୁର ପୋଲିସ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ସହଯୋଗରେ ଦୁଇ ଛାତ୍ରଙ୍କ ନିଖୋଜ ହେବା ଘଟଣାରେ ସକ୍ରିୟ ଭାବେ ଅନୁସନ୍ଧାନ କରୁଛି ଏବଂ ହତ୍ୟାରେ ସମ୍ପୃକ୍ତ ଅପରାଧୀଙ୍କୁ ଚିହ୍ନଟ କରୁଛି । ଏହା ବ୍ୟତୀତ ସୁରକ୍ଷା ବାହିନୀ ମଧ୍ୟ ଅପରାଧୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ”

ଉଲ୍ଲେଖଯୋଗ୍ୟ, ୨୦୨୩ ମସିହା ଜୁଲାଇରୁ ନିଖୋଜ ଥିବା ଦୁଇ ଛାତ୍ରଛାତ୍ରୀ ଫିଜାମ ହେମଜିତ ଏବଂ ୧୭ ବର୍ଷୀୟା ହିଜାମ ଲିଣ୍ଟୋଙ୍ଗାମ୍ବିଙ୍କ ଫଟୋ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ଏହା ରାଜ୍ୟ ସରକାରଙ୍କ ନଜରକୁ ଆସିଥିଲା । ଏହି ଦୁଃଖଦ ପରିସ୍ଥିତିର ଜବାବରେ ସରକାର ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ଫିଜାମ ହେମଜିତ ଏବଂ ହିଜାମ ଲିଣ୍ଟୋଙ୍ଗାମ୍ବି ଅପହରଣ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ତୁରନ୍ତ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନ୍ୟାୟ ସୁନିଶ୍ଚିତ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଏହି ଜଘନ୍ୟ ଅପରାଧ ପାଇଁ ଦାୟୀ ଥିବା ଦୋଷୀଙ୍କୁ କଠୋର ଦଣ୍ଡ ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.