ଚନ୍ଦ୍ରର ଦକ୍ଷିଣ ମେରୁରେ ଅନ୍ଧାର ହେବାରେ ଲାଗିଛି, ମିଶନ୍‌ ଚନ୍ଦ୍ରାୟନ-୨କୁ ନେଇ କ୍ଷୀଣ ହୋଇଛି ଇସ୍ରୋର ଆଶା

କେନ୍ୟୁଜ୍‌ (ବ୍ୟୁରୋ):ଚନ୍ଦ୍ରର ଦକ୍ଷିଣ ମେରୁରେ ଅନ୍ଧାର ହେବାରେ ଲାଗିଛି। ଏହା ସହ ମିଶନ୍‌ ଚନ୍ଦ୍ରାୟନ-୨କୁ ନେଇ କ୍ଷୀଣ ହୋଇଛି ଇସ୍ରୋର ଆଶା। ରାତି ହେବା ସହ ଚନ୍ଦ୍ରର ତାପମାତ୍ରା ମାଇନସ ୧୮୦ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଯିବ। ବିକ୍ରମ ଲ୍ୟାଣ୍ଡର କୌଣସି ପ୍ରକାର ରେଡିଓ ଆଇସୋଟପ ହିଟର ଲାଗିନି। ଫଳରେ ଲ୍ୟାଣ୍ଡରରେ ଥିବା ସୌର ପ୍ୟାନେଲ୍‌ ଚାର୍ଜ ହେବ ନାହିଁ । ଚନ୍ଦ୍ରପୃଷ୍ଠରେ ଗୋଟିଏ ଦିନ,ଭୂପୃଷ୍ଠରେ ୧୪ ଦିନ ସହ ସମାନ । ତାପମାତ୍ରା ହ୍ରାସ ସହ ଅଧିକ ଥଣ୍ଡା କାରଣରୁ ବିକ୍ରମ ସହ ସମ୍ପର୍କ ସ୍ଥାପନ ଏକ ପ୍ରକାର ଅସମ୍ଭବ ହୋଇଯିବ। ୭ ତାରିଖ ଭୋର ୧ଟା ୫୫ ମିନିଟିରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଥାନ୍ତା ବିକ୍ରମ । କିଛି ସମୟ ପରେ ବିକ୍ରମ ଦେହରୁ ବାହରିଥାନ୍ତା ରୋଭର ପ୍ରଜ୍ଞା । କିନ୍ତୁ ଅବତରଣ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ ଇସ୍ରୋ ସହ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା । ସଂପର୍କ ବିଛିନ୍ନ ହେବାର ଦୁଇ ଦିନ ପରେ ବିକ୍ରମକୁ ଚନ୍ଦ୍ରପୃଷ୍ଠରେ ଠାବ କରିଥିଲା ଅରବିଟର୍‌ । ପଠାଇଥିଲା ଏହାର ଥର୍ମାଲ ଇମେଜ୍‌ । ଆଗକୁ ୭ବର୍ଷ ଯାଏ ଲ୍ୟାଣ୍ଡର ବିକ୍ରମ ବିଷୟରେ ଅପଡେଟ ଦେବ ବୋଲି କହିଛନ୍ତି ଇସ୍ରୋର ବୈଜ୍ଞାନିକ।

KNews Bureau

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

5 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

20 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

30 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

41 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago