ମା’ଙ୍କ ସ୍ବପ୍ନ ପୂରା କଲେ ଝିଅ; ବନିଗଲେ ଦେଶର ତୃତୀୟ ମହିଳା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ : ଜାଣନ୍ତୁ ସଂପୂର୍ଣ୍ଣ କାହାଣୀ

ସୋନିପତ୍ : ହରିଆଣା ପ୍ରଦେଶର ପ୍ରଥମ ଏବଂ ଦେଶର ତୃତୀୟ ମହିଳା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସୌମ୍ଯା । ଏଠାକାର ସେକ୍ଟର-୧୨ ନିବାସୀ ସୌମ୍ଯା ବିଏସଏଫ ଜବାନ ଭାବେ କାର୍ଯ୍ଯରତ ଅଛନ୍ତି। ସେ ଖାଲି ଯେ ତାଙ୍କ ପ୍ରଦେଶର ତାହା ନୁହଁ ବରଂ ଦେଶର ଗର୍ବ ଗୌରବ ପାଲଟିଛନ୍ତି। ସେ ହରିୟାଣାର ପ୍ରଥମ କ୍ରାମବେଟ (ଯୁଦ୍ଧ) ଅଧିକାରୀ ହେବା ସହ ଅନ୍ଯ ମହିଳାଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ପିଲାଟି ବେଳୁ ସେନାରେ କାର୍ଯ୍ଯ କରିବା ପାଇଁ ସ୍ବପ୍ନ ଦେଖୁଥିବା ୨୩ ବର୍ଷୀୟା ସୌମ୍ଯା ସ୍କୁଲରୁ ହିଁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ।

 

ସୌମ୍ଯାଙ୍କ କହିବା ଅନୁଯାୟୀ, ବହୁତ ଭଲ ତାଲିମ ପରେ ମଧ୍ୟ ତାଙ୍କ ମା’ଙ୍କର ସରକାରୀ ଚାକିରି ହୋଇ ପାରିନଥିଲା। ତେଣୁ ମା’ଙ୍କ ଇଚ୍ଛା ପୂରଣ କରିବାକୁ ସେ ଆରମ୍ଭ କରିଥିଲେ କଠିନ ପରିଶ୍ରମ। ସୌମ୍ଯାଙ୍କ ମା ଦିଲ୍ଲୀ ବିଶ୍ବବିଦ୍ଯାଳୟରୁ ଉଚ୍ଚ ଶିକ୍ଷା ଗ୍ରହଣ କରିବା ପରେ ବହୁ ଚେଷ୍ଟା କରି ମଧ୍ୟ ସରକାରୀ ଚାକିରିଟିଏ ପାଇ ପାରିନଥିଲେ । ଏକଥା ଜାଣିବା ପରେ ଝିଅ ସୌମ୍ଯା ମା’ଙ୍କ ସ୍ବପ୍ନ ପୂରା କରିବା ପାଇଁ ପ୍ରତିଜ୍ଞାବଦ୍ଧ ହେଲେ। ଏଣୁ ସେ ସେନା ବାହିନୀରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ଅନେକ ବାଧା ଆସିଥିଲା କିନ୍ତୁ ସବୁକୁ ଏଡ଼ାଇ ପ୍ରତିବନ୍ଧକକୁ ଟପି ଶେଷକୁ ମିଳିଲା ସଫଳତା।

ସୌମ୍ଯା ୨୦୧୬ ମସିହାରେ ମୁସ୍ତଲ ସ୍ଥିତ ଡିସିଆରୟୁଏସଟିରୁ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂରେ ବିଟେକ୍ କରିଥିଲେ। ଏହାପରେ ଲୋକ ସେବା ଆୟୋଗ ସଂଘ ତରଫରୁ ହୋଇଥିବା କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଅଫିସରରେ ଭର୍ତ୍ତି ପାଇଁ ପରୀକ୍ଷା ଦେଇଥିଲେ। ସେ ପ୍ରଥମ ଉଦ୍ୟମରେ ହିଁ ରାଷ୍ଟ୍ରୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ଏବେ ସେ ଗୋଆଲିୟର ସ୍ଥିତ ବିଏସଏଫ୍ ଏକାଡେମୀରେ ଟ୍ରେନିଂ ନେଉଛନ୍ତି। ସେଠାରେ ତାଲିମ ନେବାରେ ସୌମ୍ଯା ହେଉଛନ୍ତି ଏକୁଟିଆ ମହିଳା ।

KNews Bureau

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

48 seconds ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

11 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

22 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

50 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago