ମଧ୍ୟପ୍ରଦେଶ ରାୟସେନରେ ଦୁଇ ନାବାଳକ ସମେତ ତିନି ପିଲାଙ୍କ ମୃତ୍ୟୁ ହୋଇଛି । ୧୩ ବର୍ଷର ଦୁଇ ଜଣ ପିଲା ଓ ୨୧ ବର୍ଷର ଜଣେ ଯୁବକ ତେନ୍ଦୁନୀ ନଦୀକୁ ଗାଧେଇବା ଯାଇଥିବା ସମୟରେ ବୁଡି ଯିବାରୁ ମୃତ୍ୟୁ ହୋଇଛି । ପୋଲିସ ୩ ଜଣଙ୍କର ମୃତଦେହକୁ ଉଦ୍ଧାର କରି ପରିବାର ଲୋକଙ୍କୁ ସୂଚନା ଦେଇଛି । ପିଲାଙ୍କ ମୃତ୍ୟୁ ପରେ ପରିବାର ଏବଂ ଗାଁରେ ଶୋକାକୂଳ ପରିବେଶ ରହିଛି ।
ସୂଚନାର ଅନୁସାରେ, ଏହି ଘଟଣା ଶୁକ୍ରବାର ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୧୨୦ କିଲୋମିଟର ଦୂର ଉଦୟପୁର ପୋଲିସ ଥାନା ଅଞ୍ଚଳଧିନ ଛତ୍ର ଗ୍ରାମରେ ଘଟିଛି । ଉଦୟପୁର ପୋଲିସ ଥାନା ଇନଚାର୍ଜ ହରିଓମ ଅଷ୍ଟାନା କହିଛନ୍ତି, ୧୩ ବର୍ଷର ଦୁଇ ପିଲା ଓ ୨୧ ବର୍ଷର ଯୁବକ ତେନ୍ଦୁନୀ ନଦୀକୁ ଗାଧେଇବା ପାଇଁ ଯାଇଥିଲେ । ଏହି ସମୟରେ ସେମାନେ ବୁଡି ଯାଇଥିଲେ । କେହି ପହଁରା ଜାଣିନଥିବାରୁ ଘଟଣା ସ୍ଥଳରେ ବୁଡିଯାଇଥିଲେ । ଘର ଲୋକ ସେମାନଙ୍କୁ ଅନେକ ଖୋଜାଖୋଜି କରିବା ପରେ ପୋଲିସକୁ ଖବର ଦେଇଥିଲେ । ତା’ ପରେ ପୋଲିସ ଏମାନଙ୍କୁ ଖୋଜି ମୃତଦେହକୁ ଉଦ୍ଧାର କରିଥିଲା ।ଏହା ଶୁଣି ପରିବାରରେ ଦୁଃଖ ଲହରି ଖେଳି ଯାଇଛି।
ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…
ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…
ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…
ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…
ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…
କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…