ମଧ୍ୟ ପ୍ରଦେଶ ତେନ୍ଦୁନୀ ନଦୀରେ ବୁଡି ତିନି ପିଲା ମୃତ

ମଧ୍ୟପ୍ରଦେଶ ରାୟସେନରେ ବୁଡିଯାଇ ଦୁଇ ନାବାଳକ ସମେତ ତିନି ପିଲାଙ୍କ ମୃତ୍ୟୁ ହୋଇଛି । ୧୩ ବର୍ଷର ଦୁଇ ଜଣ ପିଲା ଓ ୨୧ ବର୍ଷର ଜଣେ ଯୁବକ ତେନ୍ଦୁନୀ ନଦୀକୁ ଗାଧେଇବା ଯାଇଥିବା ସମୟରେ ମୃତ୍ୟୁ ହୋଇଛି । ପୋଲିସ ତିନି ଜଣଙ୍କ ମୃତଦେହ ଉଦ୍ଧାର କରି ପରିବାର ଲୋକଙ୍କୁ ସୂଚନା ଦେଇଛି ।

ମଧ୍ୟପ୍ରଦେଶ ରାୟସେନରେ ଦୁଇ ନାବାଳକ ସମେତ ତିନି ପିଲାଙ୍କ ମୃତ୍ୟୁ ହୋଇଛି । ୧୩ ବର୍ଷର ଦୁଇ ଜଣ ପିଲା ଓ ୨୧ ବର୍ଷର ଜଣେ ଯୁବକ ତେନ୍ଦୁନୀ ନଦୀକୁ ଗାଧେଇବା ଯାଇଥିବା ସମୟରେ ବୁଡି ଯିବାରୁ ମୃତ୍ୟୁ ହୋଇଛି । ପୋଲିସ ୩ ଜଣଙ୍କର ମୃତଦେହକୁ ଉଦ୍ଧାର କରି ପରିବାର ଲୋକଙ୍କୁ ସୂଚନା ଦେଇଛି । ପିଲାଙ୍କ ମୃତ୍ୟୁ ପରେ ପରିବାର ଏବଂ ଗାଁରେ ଶୋକାକୂଳ ପରିବେଶ ରହିଛି ।

ସୂଚନାର ଅନୁସାରେ, ଏହି ଘଟଣା ଶୁକ୍ରବାର ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୧୨୦ କିଲୋମିଟର ଦୂର ଉଦୟପୁର ପୋଲିସ ଥାନା ଅଞ୍ଚଳଧିନ ଛତ୍ର ଗ୍ରାମରେ ଘଟିଛି । ଉଦୟପୁର ପୋଲିସ ଥାନା ଇନଚାର୍ଜ ହରିଓମ ଅଷ୍ଟାନା କହିଛନ୍ତି, ୧୩ ବର୍ଷର ଦୁଇ ପିଲା ଓ ୨୧ ବର୍ଷର ଯୁବକ ତେନ୍ଦୁନୀ ନଦୀକୁ ଗାଧେଇବା ପାଇଁ ଯାଇଥିଲେ । ଏହି ସମୟରେ ସେମାନେ ବୁଡି ଯାଇଥିଲେ । କେହି ପହଁରା ଜାଣିନଥିବାରୁ ଘଟଣା ସ୍ଥଳରେ ବୁଡିଯାଇଥିଲେ । ଘର ଲୋକ ସେମାନଙ୍କୁ ଅନେକ ଖୋଜାଖୋଜି କରିବା ପରେ ପୋଲିସକୁ ଖବର ଦେଇଥିଲେ । ତା’ ପରେ ପୋଲିସ ଏମାନଙ୍କୁ ଖୋଜି ମୃତଦେହକୁ ଉଦ୍ଧାର କରିଥିଲା ।ଏହା ଶୁଣି ପରିବାରରେ ଦୁଃଖ ଲହରି ଖେଳି ଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.