Below header

ବୁମରାଙ୍କୁ ଲାଗିଲା ବଡ ଝଟକା, ବିନା କୋଚରେ ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ ଖେଳିବ ଭାରତ

ବିନା କୋଚରେ ଆୟରଲାଣ୍ଡ ସିରିଜ ଖେଳିବ ଭାରତ । ଯଶପ୍ରୀତ ବୁମରାଙ୍କ ନେତୃତ୍ୱରେ ଟିମ୍‌ ଆୟରଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ ଖେଳିବ । ପୂର୍ବରୁ ଏହି ସିରିଜ ପାଇଁ ଭିଭିଏସ ଲକ୍ଷ୍ମଣଙ୍କ କୋଚିଂ ଦାୟିତ୍ୱ ଦିଆଯାଇଥିଲା ।

ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ ରହିଛି ଟିମ୍‌ ଇଣ୍ଡିଆ । ଆଉ ୫ ଦିନ ପରେ ଖେଳ ହେବାକୁ ଥିବା ବେଳେ ଟିମ ଇଣ୍ଡିଆର ଟେନସନ ବଢିଯାଇଛି । ଆୟରଲାଣ୍ଡ ବିପକ୍ଷ ସିରିଜ ପାଇଁ ଟିମର କୋଚ ଦାୟିତ୍ୱ ଭିଭିଏସ ଲକ୍ଷ୍ମଣକୁ ଦିଆଯାଇଥିଲା । କିନ୍ତୁ ଏବେ ଖବର ମୁତାବକ, ଲକ୍ଷ୍ମଣ ଟିମ ସହିତ ଆୟରଲାଣ୍ଡ ଯିବେ ନାହିଁ ।

ଆୟରଲାଣ୍ଡ ବିପକ୍ଷ ସିରିଜ ପାଇଁ ଟିମର ଦାୟିତ୍ୱ ଯଶପ୍ରୀତ ବୁମରାଙ୍କୁ ଦିଆଯାଇଥିବା ବେଳେ ଲକ୍ଷ୍ମଣଙ୍କ ସ୍ଥାନରେ ସିତାଂଶୁ କୋଟକ ଏବଂ ସିରାଜ ବହୁତୁଲେ ଟିମର କୋଚିଂ ଷ୍ଟାଫ ଦାୟିତ୍ୱରେ ରହିବେ । ଅର୍ଥାତ୍ ଭାରତୀୟ ଦଳ ମୁଖ୍ୟ କୋଚଙ୍କ ବିନା ଆୟରଲାଣ୍ଡ ସିରିଜ ଖେଳିବାକୁ ଯିବ । ତେବେ ଏ ନୁହେଁ ନ୍ୟାସନାଲ କ୍ରିକେଟ ଏକାଡେମୀରେ ଟିମ୍‌ ସହିତ କାମ କରିଛନ୍ତି ।

ଆୟରଲାଣ୍ଡ ବିପକ୍ଷରେ ଭାରତ ୩ଟି ଟି-୨୦ ମ୍ୟାଚ ଖେଳିବ । ଅଗଷ୍ଟ ୧୮ରେ ଡବଲିନରେ ହେବାକୁ ଥିବା ୩ ଟିକିଆ ଟି-୨୦ ସିରିଜରେ ପାଇଁ ନୂଆ ଅଧିନାୟକ ଏବଂ ଉପଅଧିନାୟକ ଚୟନ କରିଛି ବିସିସିଆଇ । ୩ଟି ଟି-୨୦ ସିରିଜ ୧୮, ୨୦, ୨୩ରେ ଖେଳାଯିବ ।

ବର୍ତ୍ତମାନ ଟିମ୍‌ ରାହୁଲ ଦ୍ରାବିଡ କୋଚିଂରେ  ୱେଷ୍ଟଇଣ୍ଡିଜରେ ଟି-୨୦ ମ୍ୟାଚ ଖେଳୁଛି । ୫ଟି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ୩ ଟି ମ୍ୟାଚ ସରିଛି । ଆଜି ଚତୁର୍ଥ ମ୍ୟାଚ ରହିଛି ।

ସମ୍ଭାବ୍ୟ ଭାରତୀୟ ଦଳ: ଯଶପ୍ରୀତ ବୁମରା(ଅଧିନାୟକ), ଋତୁରାଜ ଗାୟକୱାଡ୍(ଉପଅଧିନାୟକ), ଯଶସ୍ୱୀ ଜୟସୱାଲ, ତିଲକ ବର୍ମା, ରିଙ୍କୁ ସିଂହ, ରଞ୍ଜୁ ସାମସନ(ୱିକେଟ କିପର ), ଜିତେଶ ଶର୍ମା(ୱିକେଟ କିପର), ଶିବମ ଦୁବେ, ୱାଶିଂଟନ୍ ସୁନ୍ଦର, ଶେହବାଜ୍ ଅହମଦ, ରବି ବିଷ୍ଣୋଇ, ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂହ, ମୁକେଶ କୁମାର, ଆବେଶ ଖାନ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.