photo : BBC
ବେଜିଂ : ଚୀନ ମହାକାଶଚାରୀ ଆଜି (ରବିବାର) ସୁରକ୍ଷିତ ଭାବେ ପୃଥିବୀ ପୃଷ୍ଟକୁ ଫେରିଛନ୍ତି । ସେନଝୋଉ -୧୫ରେ ପୃଥିବୀ ପୃଷ୍ଟକୁ ଫେରିଥିବା ଯାତ୍ରୀ ୬ ମାସ ଧରି ମହାକାଶରେ ଥିଲେ । ଏମାନେ ମହାକାଶରେ ଚୀନ ସ୍ପେଶ ଷ୍ଟେସନ ନିର୍ମାଣ ମିଶନରେ ଥିଲେ ।
ଏହି ଜୁନଲାଙ୍ଗ, ଦେଙ୍ଗ କ୍ୱିଗମିଙ୍ଗ ଓ ଝାଙ୍ଗ ଲୁ ନାମରେ ୩ ମହାକାଶଚାରୀ ଆଜି ସକାଳ ୬.୩୩ ଟା ବେଳେ (ବେଜିଂ ଟାଇମ) ଉତ୍ତର ଚୀନର ଡୋଙ୍ଗଫିଙ୍ଗ ଲାଣ୍ଡିଂ ସାଇଟରେ ଓହ୍ଲାଇଥିଲେ ବୋଲି ଚୀନ ମହାକାଶ ଷ୍ଟେସନ ସୂତ୍ରରୁ ଜଣାପଡିଛି ।
ସ୍ପେଶ ଷ୍ଟେସନ ନିର୍ମାଣ ହେବା ପରେ ଚୀନ ପ୍ରଥମ ଦେଶ, ଯାହା ପାଖରେ ନିଜର ସ୍ପେଶ ଷ୍ଟେସନ ହେବ । ଋଷ ସ୍ପେଶ ଷ୍ଟେସନ କିଛି ଦେଶ ସହ ମିଶିକରି ନିର୍ମାଣ କରିଥିବାବେଳେ ୨୦୩୦ ସୁଦ୍ଧା ଏହା ସେବା ମୁକ୍ତ ହୋଇଯିବ । ଚୀନ ସ୍ପେଶ ଷ୍ଟେସନର ଗୁରୁତ୍ୱ ଏହି ଯେ ତାର ଦୁଇଟି ବାହୁ ରୋବଟିକ, ଯାହା ଉପଗ୍ରହ ସହ ବହୁ ଜିନିଷକୁ ଏକସଂଗରେ ଧରି ରଖିଥାଏ ।
ମହାକାଶକୁ ଯାଇଥିବା ଚୀନ ମହାକାଶଚାରୀ ବହୁଦିନ ପରେ ନିଜ ଦେଶରେ ପହଞ୍ଚିଥିବାରୁ ଖୁସି ବ୍ୟକ୍ତ କରିବା ସହ ଆଗାମୀ ଯାତ୍ରା ପାଇଁ ସେମାନେ ଟ୍ରେନିଂରେ ଯିବେ ବୋଲି କହିଛନ୍ତି । ସେଠାକାର ଅଭିଜ୍ଞତା ସମ୍ପର୍କରେ କହିଛନ୍ତି ଯେ ମହାକାଶରୁ ନିଜ ଦେଶ ଚୀନର ଶୋଭା ଦେଖିବାକୁ ବହୁତ ଭଲ ଲାଗୁଥିଲା ।
ଆମେ ଦେଶର କାମରେ ଆସିଥିବାରୁ ନିଜକୁ ଭାଗ୍ୟବାନ ମଣୁଛୁ ବୋଲି କହିଥିଲେ ଉକ୍ତ ମହାକାଶଚାରୀ । ଏହି ୩ ଜଣ ଅନ୍ୟ ୩ ଜଣ ମହାକାଶଚାରୀଙ୍କୁ ବଦଳାଇଥିଲେ । ଅନ୍ୟ ୩ ଜଣ ମହାକାଶଚାରୀ ମଇ୩୦ ତାରିଖରେ ସ୍ପେଶ ଷ୍ଟେସନ ଯାଇଛନ୍ତି । ସେମାନେ ୫ ମାସ ମହାକାଶରେ ରହିବେ ବୋଲି ଜଣାଯାଇଛି ।
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…