Below header

୬ ମାସ ପରେ ପୃଥିବୀକୁ ଫେରିଲେ ଚୀନ ମହାକାଶଚାରୀ, ବଖାଣିଲେ ଅଭିଜ୍ଞତା

ଚୀନ ମହାକାଶଚାରୀ ଆଜି (ରବିବାର) ସୁରକ୍ଷିତ ଭାବେ ପୃଥିବୀ ପୃଷ୍ଟକୁ ଫେରିଛନ୍ତି । ସେନଝୋଉ -୧୫ରେ ପୃଥିବୀ ପୃଷ୍ଟକୁ ଫେରିଥିବା ଯାତ୍ରୀ ୬ ମାସ ଧରି ମହାକାଶରେ ଥିଲେ । ଏମାନେ ମହାକାଶରେ ଚୀନ ସ୍ପେଶ ଷ୍ଟେସନ ନିର୍ମାଣ ମିଶନରେ ଥିଲେ ।

ବେଜିଂ : ଚୀନ ମହାକାଶଚାରୀ ଆଜି (ରବିବାର) ସୁରକ୍ଷିତ ଭାବେ ପୃଥିବୀ ପୃଷ୍ଟକୁ ଫେରିଛନ୍ତି । ସେନଝୋଉ -୧୫ରେ ପୃଥିବୀ ପୃଷ୍ଟକୁ ଫେରିଥିବା ଯାତ୍ରୀ ୬ ମାସ ଧରି ମହାକାଶରେ ଥିଲେ । ଏମାନେ ମହାକାଶରେ ଚୀନ ସ୍ପେଶ ଷ୍ଟେସନ ନିର୍ମାଣ ମିଶନରେ ଥିଲେ ।

ଏହି ଜୁନଲାଙ୍ଗ, ଦେଙ୍ଗ କ୍ୱିଗମିଙ୍ଗ ଓ ଝାଙ୍ଗ ଲୁ ନାମରେ ୩ ମହାକାଶଚାରୀ ଆଜି ସକାଳ ୬.୩୩ ଟା ବେଳେ (ବେଜିଂ ଟାଇମ) ଉତ୍ତର ଚୀନର ଡୋଙ୍ଗଫିଙ୍ଗ ଲାଣ୍ଡିଂ ସାଇଟରେ ଓହ୍ଲାଇଥିଲେ ବୋଲି ଚୀନ ମହାକାଶ ଷ୍ଟେସନ ସୂତ୍ରରୁ ଜଣାପଡିଛି ।

ସ୍ପେଶ ଷ୍ଟେସନ ନିର୍ମାଣ ହେବା ପରେ ଚୀନ ପ୍ରଥମ ଦେଶ, ଯାହା ପାଖରେ ନିଜର ସ୍ପେଶ ଷ୍ଟେସନ ହେବ । ଋଷ ସ୍ପେଶ ଷ୍ଟେସନ କିଛି ଦେଶ ସହ ମିଶିକରି ନିର୍ମାଣ କରିଥିବାବେଳେ ୨୦୩୦ ସୁଦ୍ଧା ଏହା ସେବା ମୁକ୍ତ ହୋଇଯିବ । ଚୀନ ସ୍ପେଶ ଷ୍ଟେସନର ଗୁରୁତ୍ୱ ଏହି ଯେ ତାର ଦୁଇଟି ବାହୁ ରୋବଟିକ, ଯାହା ଉପଗ୍ରହ ସହ ବହୁ ଜିନିଷକୁ ଏକସଂଗରେ ଧରି ରଖିଥାଏ ।

ମହାକାଶକୁ ଯାଇଥିବା ଚୀନ ମହାକାଶଚାରୀ ବହୁଦିନ ପରେ ନିଜ ଦେଶରେ ପହଞ୍ଚିଥିବାରୁ ଖୁସି ବ୍ୟକ୍ତ କରିବା ସହ ଆଗାମୀ ଯାତ୍ରା ପାଇଁ ସେମାନେ ଟ୍ରେନିଂରେ ଯିବେ ବୋଲି କହିଛନ୍ତି । ସେଠାକାର ଅଭିଜ୍ଞତା ସମ୍ପର୍କରେ କହିଛନ୍ତି ଯେ ମହାକାଶରୁ ନିଜ ଦେଶ ଚୀନର ଶୋଭା ଦେଖିବାକୁ ବହୁତ ଭଲ ଲାଗୁଥିଲା ।

ଆମେ ଦେଶର କାମରେ ଆସିଥିବାରୁ ନିଜକୁ ଭାଗ୍ୟବାନ ମଣୁଛୁ ବୋଲି କହିଥିଲେ ଉକ୍ତ ମହାକାଶଚାରୀ ।  ଏହି ୩ ଜଣ ଅନ୍ୟ ୩ ଜଣ ମହାକାଶଚାରୀଙ୍କୁ ବଦଳାଇଥିଲେ । ଅନ୍ୟ ୩ ଜଣ ମହାକାଶଚାରୀ ମଇ୩୦ ତାରିଖରେ ସ୍ପେଶ ଷ୍ଟେସନ ଯାଇଛନ୍ତି । ସେମାନେ ୫ ମାସ ମହାକାଶରେ ରହିବେ ବୋଲି ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.