ଆଗାମୀ ସପ୍ତାହରେ ଭାରତୀୟ ବଜାରରେ ଉପଲବ୍ଧ ହେବ Xiaomi 13 Ultra, ରହିଛି ଭଲ ଫିଚର

ଖୁବଶୀଘ୍ର ବିଶ୍ୱ ବଜାରରେ Xiaomi 13 Ultra । ଜୁନ ୭ ଅର୍ଥାତ ଆସନ୍ତାକାଲି ଏହା ବିଶ୍ୱ ବଜାରରେ ଲଞ୍ଚ କରିବାକୁ ଯାଉଛି । ଏଥିରେ ରହିଛି 6.73 ଇଞ୍ଚର ସ୍କ୍ରିନ । ଏହାସହ ଏଚଡିଆର 10+  ସପୋର୍ଟ ସହ ଏଏମଓଏଲଇଡି ଡିସପ୍ଲେ । ଏହାସହ ଏଥିରେ Adreno 740 ଗ୍ରାଫିକ୍ସ କାର୍ଡ ବ୍ୟବହାର ହୋଇଛି ।

କେନ୍ୟୁଜ୍‌(ବ୍ୟୁରୋ): ଖୁବଶୀଘ୍ର ବିଶ୍ୱ ବଜାରରେ Xiaomi 13 Ultra । ଆସନ୍ତା ସପ୍ତାହରେ ଏହା ବିଶ୍ୱର ବିଭିନ୍ନ ମାର୍କେଟରେ ଉପଲବ୍ଧ ହେବ । କମ୍ପାନୀ ପକ୍ଷରୁ ଏହାର ଗ୍ଲୋବାଲ ଲଞ୍ଚ ତାରିଖକୁ ସ୍ପଷ୍ଟ କରାଯାଇଛି । ଜୁନ ୭ ଅର୍ଥାତ ଆସନ୍ତାକାଲି ଏହା ବିଶ୍ୱ ବଜାରରେ ଲଞ୍ଚ କରିବାକୁ ଯାଉଛି । ଆଗାମୀ ସପ୍ତାହରେ ଏହା ଭାରତରେ ଲଞ୍ଚ କରିବ । ତେବେ ନଜର ପକାଇବା ଏହାର ଫିଚର ଉପରେ ।

ପ୍ରଥମେ ଏହାର ଡିସପ୍ଲେ ଫିଚର ଉପରେ ନଜର ପକାଇବା । ଏଥିରେ ରହିଛି 6.73 ଇଞ୍ଚର ସ୍କ୍ରିନ । ଏହାସହ ଏଚଡିଆର 10+  ସପୋର୍ଟ ସହ ଏଏମଓଏଲଇଡି ଡିସପ୍ଲେ । ଏହାର ରିଫ୍ରେସ ରେଟ ରହିଛି 120Hz । ଏହାର ରେସିଓ 20:9 ରହିଥିବା ବେଳେ 1440×3200 ପିକ୍ସେଲ ରିଜୋଲୁସନ ରହିଛି । ଏହାର ବ୍ରାଇଟନେସ ରହିଛି 2600 ନିଟସ । ସେହିପରି ଏହାର ସ୍କ୍ରିନ ଟୁ ବଡି ରେସିଓ ରହିଛି 89.87 ପ୍ରତିଶତ । ଏହାସହ ଏଥିରେ ଆପଣଙ୍କୁ ଗରିଲା ଗ୍ଲାସ ମିଳିବ ।

ପ୍ରୋସେସର ଉପରେ ନଜର ପକାଇଲେ ଏଥିରେ ରହିଛି Qualcomm Snapdragon 8 Gen 2 ଚିପସେଟ । ଏଥିରେ ରହିଛି Octa core CPU । ଏହାସହ ଏଥିରେ Adreno 740 ଗ୍ରାଫିକ୍ସ କାର୍ଡ ବ୍ୟବହାର ହୋଇଛି । MIUI ସହ Android 13 ଅପରେଟିଂ ସିଷ୍ଟମ ରହିଛି । ସେହିପରି ଏଥିରେ LPDDR5X 12GB RAM ରହିଛି । ଏହାର ଷ୍ଟୋରେଜ କାପାସିଟି ରହିଛି 256 ଜିବି ।

ଏବେ ଏହାର କ୍ୟାମେରା ଫିଚର ଉପରେ ନଜର ପକାଇବା । ଏହାର ରିଅରରେ Quad କ୍ୟାମେରା ସେଟଅପ ଦେଖିବାକୁ ମିଳିବ । 50 ମେଗାପିକ୍ସେଲ ଓ୍ଵାଇଡ ଆଙ୍ଗେଲ ପ୍ରାଇମେରି କ୍ୟାମେରା, ଅଲଟ୍ରା ଓ୍ଵାଇଡ ଆଙ୍ଗେଲ କ୍ୟାମେରା, ଟେଲିଫଟୋ କ୍ୟାମେରା ରହିଛି । ଏଥିରେ OIS ସପୋର୍ଟ ସହ ଅଟୋଫୋକସ, ଡୁଆଲ ଏଲଇଡି ଫ୍ଲାସ ରହିଛି । ଏହାସହ ଡିଜିଟାଲ ଜୁମ୍‌, ଅଟୋ ଫ୍ଲାସ, ଫେସ ଡିଟେକ୍ଟସନ ରହିଛି । ସେହିପରି ଏହାର ଫ୍ରଣ୍ଟରେ 32 ମେଗାପିକ୍ସେଲ ଓ୍ଵାଇଡ ଆଙ୍ଗେଲ କ୍ୟାମେରା ରହିଛି ।

ବ୍ୟାଟେରି ଫିଚର ଉପରେ ନଜର ପକାଇଲେ ଏଥିରେ ରହିଛି 5000 mAh ବ୍ୟାଟେରି । ଏହାସହ ଏଥିରେ େଓ୍ଵର ଲେସ ଚାର୍ଜିଂ ଫେସିଲିଟି ରହିଛି । ଏହାର ଚାର୍ଜିଂ ଟାଇମ ରହିଛି ୪୫ ମିନିଟ । ସେହିପରି ଫାଷ୍ଟ ଚାର୍ଜିଂ ଫିଚର ଜରିଆରେ ୩୫ ମିନିଟରେ ଚାର୍ଜ ହୋଇଯିବ । ଏଥିରେ 90 ଓ୍ଵାଟର ଚାର୍ଜିଂ ସପୋର୍ଟ ମିଳିବ । ଏହାସହ ଏଥିରେ ୟୁଏସବି ଟାଇପ-ସି ଚାର୍ଜିଂ ପୋର୍ଟ ରହିଛି ।

ଏହା ତିନୋଟି କଲରରେ ବଜାରରେ ଉପଲବ୍ଧ ହେବ । ବ୍ଲାକ, ହ୍ଵାଇଟ ଓ ଓଲିଭ ଗ୍ରୀନ । ଏହାସହ ଏଥିରେ ଡଷ୍ଟ ପ୍ରୁଫ ଓ ଓ୍ଵାଟର ରେଜିଷ୍ଟାନ୍ସ ଫିଚର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.