ଭାରତରେ ଲଞ୍ଚ କରିବ Realme 11 ସିରିଜର ନୂଆ ସ୍ମାର୍ଟଫୋନ, ରହିଛି ଜବରଦସ୍ତ କ୍ୟାମେରା ଫିଚର

ଜୁନ ୮ରେ ଭାରତରେ ଲଞ୍ଚ କରିବ Realme 11 ସିରିଜର ନୂଆ ସ୍ମାର୍ଟଫୋନ । Realme 11 Pro ଓ Pro Plus ଲଞ୍ଚ କରିବ । Realme 11 Pro ଦୁଇଟି କଲର ଭାରିଆଣ୍ଟରେ ବଜାରକୁ ଆସିବାକୁ ଯାଉଛି ସନରାଇଜ ବେଜ୍‌, ଓଆସିସ ଗ୍ରୀନ ।

କେନ୍ୟୁଜ୍‌(ବ୍ୟୁରୋ): ଜୁନ ୮ରେ ଭାରତରେ ଲଞ୍ଚ କରିବ Realme 11 ସିରିଜର ନୂଆ ସ୍ମାର୍ଟଫୋନ । ଏହି ଅବସରରେ Realme 11 Pro ଓ Pro Plus ଲଞ୍ଚ କରିବ । ଏହାର ଅପଗ୍ରେଡ ଓ ଡିଜାଇନ ଏହାକୁ ଏକ ପ୍ରିମିୟମ ଲୁକ ପ୍ରଦାନ କରୁଛି । ତେବେ ଆସନ୍ତୁ ଏହି ଫୋନରେ ଥିବା ଫିଚର ଉପରେ ନଜର ପକାଇବା ।

Realme 11 Pro ଦୁଇଟି କଲର ଭାରିଆଣ୍ଟରେ ବଜାରକୁ ଆସିବାକୁ ଯାଉଛି ସନରାଇଜ ବେଜ୍‌, ଓଆସିସ ଗ୍ରୀନ । ଏହାର ରିଅରରେ ଭେଗାନ ଲେଦରର ଡିଜାଇନ ରହିଛି । ଏହାର ଡିସପ୍ଲେ ଉପରେ ନଜର ପକାଇଲେ ଏଥିରେ ରହିଛି ଫୁଲ ଏଚଡି ପ୍ଲସ ସହ 6.7 ଇଞ୍ଚ ଏଏମଓଏଲଇଡି ଡିସପ୍ଲେ । ଏହାର ରିଫ୍ରେସ ରେଟ ରହିଛି 120Hz । ଏହାସହ ଏଥିରେ ରହିଛି ଡିସିଆଇ-ପି3 କଲର ଗାମୁଣ୍ଟ । ସେହିପରି ଏହାର ସ୍କ୍ରିନଟୁ ବଡି ରେସିଓ ରହିଛି 93.65 ପରସେଣ୍ଟ ।

ପ୍ରୋସେସର କଥା ଦେଖିଲେ ଏଥିରେ ରହିଛି MediaTek Dimensity 7050 SoC ଚିପସେଟ । ଏହାସହ ଏଥିରେ 12ଜିବି RAM ଓ 512ଜିବି ଷ୍ଟୋରେଜ କାପାସିଟି ରହିଛି । Realme UI 4.0 custom interface ସହ ଆଣ୍ଡ୍ରଏଡ 13 ଅପରେଟିଂ ସିଷ୍ଟମ ରହିଛି ।

କ୍ୟାମେରା ଫିଚର ଉପରେ ନଜର ପକାଇଲେ ଏଥିରେ ଡୁଆଲ ରିଅର କ୍ୟାମେରା ସେଟଅପ ଦେଖିବାକୁ ମିଳିବ । ଅପଟିକାଲ ଇମେଜ ଷ୍ଟାବିଲାଇଜେସନ ସହ 108 ମେଗାପିକ୍ସେଲ ପ୍ରାଇମେରି କ୍ୟାମେରା ରହିଛି । ଏହାସହ 2 ମେଗାପିକ୍ସେଲ ମାକ୍ରୋ କ୍ୟାମେରା ରହିଛି । ଏହାର ଫ୍ରଣ୍ଟରେ 16 ମେଗାପିକ୍ସେଲ ମାକ୍ରୋ କ୍ୟାମେରା ରହିଛି ।
ବ୍ୟାଟେରି ବ୍ୟାକଅପ କଥା ଦେଖିଲେ ଏଥିରେ 67 ଓ୍ଵାଟ ଫାଷ୍ଟ ଚାର୍ଜିଂ ସପୋର୍ଟ ସହ 5000 mAh ବ୍ୟାଟେରି ରହିଛି । ଏହାସହ ଏଥିରେ ୟୁଏସବି ଟାଇପ-ସି ଚାର୍ଜିଂ ପୋର୍ଟ ରହିଛି । ଏହାସହ ଏଥିରେ ଓ୍ଵାଇଫାଇ 6 ସହ ବ୍ଲୁ- ତୁଥ୍‌ 5.2 ଫିଚର ଉପଲବ୍ଧ ରହିଛି ।

Realme 11 Pro Plus ରେ 11 Pro ଭଳି ସମାନ ଡିସପ୍ଲେ ଫିଚର ରହିଛି । ପ୍ରୋସେସର ମଧ୍ୟ ସମାନ ରହିଛି । ଏହାର ରିଅରରେ ଟ୍ରିପଲ କ୍ୟାମେରା ସେଟଅପ ଦେଖିବାକୁ ମିଳିବ । ଏଥିରେ 200 ମେଗାପିକ୍ସେଲ ପ୍ରାଇମେରି କ୍ୟାମେରା, 8 ମେଗାପିକ୍ସେଲ ଅଲଟ୍ରା ଓ୍ଵାଇଡ କ୍ୟାମେରା ଓ 2 ମେଗାପିକ୍ସେଲ ମାକ୍ରୋ କ୍ୟାମେରା ରହିଛି । ଏହାର ଫ୍ରଣ୍ଟରେ 32 ମେଗାପିକ୍ସେଲ ସେଲଫି କ୍ୟାମେରା ରହିଛି । ଏଥିରେ 1000 ଓ୍ଵାଟ ଫାଷ୍ଟ ଚାର୍ଜିଂ ସପୋର୍ଟ ସହ 5000 mAh ବ୍ୟାଟେରି ବ୍ୟାକଅପ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.