ଦେଶ ବିଦେଶ

ବିହାର: କ୍ଷୀରର ବକେୟା ପଇସାକୁ ନେଇ ବହିଲା ରକ୍ତର ନଦୀ, ୪୦୦ ଟଙ୍କା ପାଇଁ ଗୁଳି କରି ୩ ଜଣଙ୍କୁ ହତ୍ୟା

ବିହାରର ରାଜଧାନୀ ପାଟନା ନିକଟ ଫତୁହାରେ ପଇସା ଲେଣଦେଣକୁ ନେଇ ୩ ଜଣଙ୍କୁ ହତ୍ୟା କରାଯାଇଛି। ଫତୁହା ଥାନା ଅଧୀନ ସୁରଙ୍ଗାପର ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। କ୍ଷୀରର ବକେୟା ପଇସାକୁ ନେଇ ଏଠାରେ ଆଖିବୁଜା ଗୁଳିମାଡ଼ ହୋଇଥିଲା। ଏଥିରେ ୪ ଜଣଙ୍କ ଦେହରେ ଗୁଳି ବାଜିଥିଲା।

ଏହି ଗୁଳିମାଡ଼ରେ ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ, ଶୈଳେଶ ସିଂ, ଜୟ ସିଂ ଓ ପ୍ରଦୀପ ସିଂ। ଏଥିରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତ ଯୁବକ ହେଲେ, ୨୨ ବର୍ଷୀୟ ମିଣ୍ଟୁସ୍‌ କୁମାର। ଆହତଙ୍କୁ ପାଟନାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣା ବିଷୟରେ ପୋଲିସ କହିଛି ଯେ ଗୁରୁବାର ବିଳମ୍ବିତ ରାତିରେ କ୍ଷୀରର ବକେୟା ପଇସା ମାଗିବାରୁ ଉଭୟ ପକ୍ଷ ମଧ୍ୟରେ ଜୋର୍‌ଦାର ଝଗଡ଼ା ହୋଇଥିଲା। ମାମଲା ଏତେ ବଢ଼ି ଯାଇଥିଲା ଯେ ଘଟଣାସ୍ଥଳରେ ଗୁଳିମାଡ଼ କରାଯାଇଥିଲା। ଉଭୟ ପକ୍ଷର ୪ ଜଣଙ୍କୁ ଗୁଳି ବାଜିଥିଲା ଏବଂ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଗ୍ରାମବାସୀଙ୍କ କହିବା ହେଲା, କ୍ଷୀରର ବକେୟା ୪୦୦ ଟଙ୍କାକୁ ନେଇ ପଞ୍ଚାୟତ ବସିବାର ଥିଲା। ଗାଁର କିଛି ଲୋକ ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବିବାଦର ସମାଧାନ କରିବାକୁ ଚାହୁଁଥିଲେ। କିନ୍ତୁ ଏହା ପୂର୍ବରୁ ହିଁ ଗୁୁରୁବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଛି।

Roshni

Recent Posts

ଅତ୍ୟଧିକ ଗରମ ଯୋଗୁଁ ଫାଟିଯିବ ଗାଡ଼ି ଟାୟାର, ଧ୍ୟାନରେ ରଖନ୍ତୁ ଏହି ଜିନିଷ

ବର୍ତ୍ତମାନ ସମଗ୍ର ଦେଶରେ ଅତ୍ୟଧିକ ଗରମ ହେଉଛି ଏବଂ ଏହି ଗରମରେ ଆପଣ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସହିତ…

7 mins ago

ବିନା ପାରିଶ୍ରମିକରେ ମନ୍ଦିର ଚତୁଃପାର୍ଶ୍ଵରେ ଚିତ୍ର ଆଙ୍କି ପ୍ରଶଂସା ସାଉଁଟିଲେ ୧୫ଜଣ ଚିତ୍ରକର

ବ୍ରହ୍ମପୁର(କେନ୍ୟୁଜ): କାନ୍ଥରେ ରଙ୍ଗ ବେରଙ୍ଗର ବିଭିନ୍ନ ପ୍ରକାରର ଚିତ୍ର ଆଙ୍କିବାରେ ଲାଗିପଡିଛନ୍ତି ଏହି ଚିତ୍ରକରମାନେ । ପ୍ରଚଣ୍ଡ ରୌଦ୍ର ତାପକୁ…

25 mins ago

ଆଜିଠୁ ଜଳିବ ପଶ୍ଚିମ ଓଡିଶା: ବଲାଙ୍ଗୀର, ବରଗଡ଼ ଓ ନୂଆପଡାକୁ ହିଟଓ୍ବେଭ ଆଲର୍ଟ

ଭୁବନେଶ୍ୱର (କେନ୍ୟୁଜ); ଆଜିଠୁ ଜଳିବ ପଶ୍ଚିମ ଓଡିଶା ।  ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବଲାଙ୍ଗୀର, ବରଗଡ଼ ଏବଂ ନୂଆପଡାକୁ…

33 mins ago

ଆଇଫୋନରେ ମିଳୁଛି ୨୧% ଡିସକାଉଣ୍ଟ, ଶୀଘ୍ର ଉଠାନ୍ତୁ ଅଫରର ଲାଭ

ଯଦି ଆପଣ ଆଇଫୋନ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର । ବର୍ତ୍ତମାନ ଇ-କମର୍ସ…

1 hour ago

ଆଜି କଂଗ୍ରେସ ୱାର୍କିଂ କମିଟି ବୈଠକ, ବିରୋଧୀ ଦଳ ନେତା ହୋଇପାରନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ଫଳାଫଳ ପରେ ଆଜି ବସିବ କଂଗ୍ରେସ ୱାର୍କିଂ କମିଟି ବୈଠକ । ଏଥିରେ ଦଳର…

2 hours ago

ପୁଣି ଟିଟ୍ବେଣ୍ଟି ବିଶ୍ବକପରେ ବଡ଼ ବିପର୍ଯ୍ୟୟ, ନ୍ୟୁଜିଲାଣ୍ଡକୁ ହରାଇଲା ଆଫଗାନିସ୍ତାନ

ଟି୨୦ ବିଶ୍ବକପରେ ପୁଣି ବଡ଼ ଓଲଟପାଲଟ । ସର୍ପରାଇଜ୍ ଦେଲା ଆଫଗାନିସ୍ତାନ । ହାରିଲା ନ୍ୟୁଜିଲାଣ୍ଡ । ୧୬୦ ରନର…

2 hours ago