ଦେଶ ବିଦେଶ

ଲଣ୍ଡନରେ ଟାୟାର-୪ ଲକ୍‌ଡାଉନ୍‌ ଘୋଷଣା : ମଧ୍ୟରାତ୍ରରୁ କଟକଣା ଲାଗୁ, ଖ୍ରୀଷ୍ଟ ମାସ ପାଇଁ ଅନୁମତି ବାତିଲ୍

ଲଣ୍ଡନ: ଲଣ୍ଡନରେ ପୁଣି ଲକ୍‌ଡାଉନ୍‌ । ଖ୍ରୀଷ୍ଟ ମାସ ପାଇଁ ଅନୁମତି ପ୍ରଦାନକୁ ବାତିଲ କରାଯାଇଛି । ଲଣ୍ଡନ ଏବଂ ଦକ୍ଷିଣ ପୂର୍ବ ଓ ପୂର୍ବ ଲଣ୍ଡନର କିଛି ଅଂଶ ପାଇଁ ଟାୟାର-୪ ଲକ୍‌ଡାଉନ୍‌ ଲଗାଯାଇଛି । ଏନେଇ ଘୋଷଣା କରିଛନ୍ତି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ । କୋଭିଡ୍‌-୧୯ ଆଲର୍ଟ ସିଷ୍ଟମରେ ଏକ ନୂଆ ସ୍ତର ଟାୟାର-୪ ସୃଷ୍ଟି କରିବାକୁ ଘୋଷଣା କରିଛନ୍ତି । ଏହି ଟାୟାର-୪ ଅଧୀନରେ ଇଂଲଣ୍ଡ ସହ ଓ ଆଖପାଖ ଅଞ୍ଚଳ ଗୁଡ଼ିକ ରହିବ । କଠୋର କଟକଣା ସହ ଲଣ୍ଡନ ଟାୟାର-୩ରେ ରହିଛି ।

କିନ୍ତୁ ଲକ୍‌ଡାଉନ୍‌ ପରି ଟାୟାର-୪ ଆହୁରି କଠୋର କରାଯାଇଛି । ମଧ୍ୟରାତ୍ରରୁ ଲକ୍ଷ ଲକ୍ଷ ଲୋକଙ୍କ ଉପରେ ନୂଆ ଟାୟାର-୪ ପ୍ରତିବନ୍ଧକ ଲଗାଇଛନ୍ତି ପ୍ରଧାନମନ୍ତ୍ରୀ । ଯେଉଁମାନେ ଟାୟାର-୪ରେ ଅଛନ୍ତି ସେମାନଙ୍କୁ ଖ୍ରୀଷ୍ଟ ମାସ ଅବସରରେ ଅନ୍ୟମାନଙ୍କ ସହ ମିଶିବାକୁ ଅନୁମତି ଦିଆଯିବ ନାହିଁ ।

ଇଂଲଣ୍ଡରେ ନୂଆ ଭାଇରସ୍‌ କାୟା ବିସ୍ତାର କରୁଥିବାରୁ ଏପରି କଟକଣା ଲାଗୁ କରାଯାଇଛି । ବୋରସ୍‌ ଜନ୍‌ସନ୍‌ କହିଛନ୍ତି, ପୂର୍ବ କରୋନା ଭାଇରସ୍‌ଠାରୁ ଏହା କମ୍‌ ମାରାତ୍ମକ ନୁହଁ । ଏହା ବିରୋଧରେ କରୋନା ଟିକା ପ୍ରଭାବଶାଳୀ ହେବ ବୋଲି କୌଣସି ପ୍ରମାଣ ନାହିଁ । ପୂର୍ବ ଭାଇରସ୍‌ଠାରୁ ଏହା ଅଧିକ ୭୦ ପ୍ରତିଶତ ସଂକ୍ରମଣକାରୀ ବୋଲି ବୈଜ୍ଞାନିକମାନେ କହିଛନ୍ତି । ନୂଆ ଭାଇରସ୍‌ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଅବଗତ କରାଯାଇଛି ।

Sonalisa

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

3 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

11 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

27 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago