Below header

ଲଣ୍ଡନରେ ଟାୟାର-୪ ଲକ୍‌ଡାଉନ୍‌ ଘୋଷଣା : ମଧ୍ୟରାତ୍ରରୁ କଟକଣା ଲାଗୁ, ଖ୍ରୀଷ୍ଟ ମାସ ପାଇଁ ଅନୁମତି ବାତିଲ୍

ଲଣ୍ଡନ: ଲଣ୍ଡନରେ ପୁଣି ଲକ୍‌ଡାଉନ୍‌ । ଖ୍ରୀଷ୍ଟ ମାସ ପାଇଁ ଅନୁମତି ପ୍ରଦାନକୁ ବାତିଲ କରାଯାଇଛି । ଲଣ୍ଡନ ଏବଂ ଦକ୍ଷିଣ ପୂର୍ବ ଓ ପୂର୍ବ ଲଣ୍ଡନର କିଛି ଅଂଶ ପାଇଁ ଟାୟାର-୪ ଲକ୍‌ଡାଉନ୍‌ ଲଗାଯାଇଛି । ଏନେଇ ଘୋଷଣା କରିଛନ୍ତି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ । କୋଭିଡ୍‌-୧୯ ଆଲର୍ଟ ସିଷ୍ଟମରେ ଏକ ନୂଆ ସ୍ତର ଟାୟାର-୪ ସୃଷ୍ଟି କରିବାକୁ ଘୋଷଣା କରିଛନ୍ତି । ଏହି ଟାୟାର-୪ ଅଧୀନରେ ଇଂଲଣ୍ଡ ସହ ଓ ଆଖପାଖ ଅଞ୍ଚଳ ଗୁଡ଼ିକ ରହିବ । କଠୋର କଟକଣା ସହ ଲଣ୍ଡନ ଟାୟାର-୩ରେ ରହିଛି ।

କିନ୍ତୁ ଲକ୍‌ଡାଉନ୍‌ ପରି ଟାୟାର-୪ ଆହୁରି କଠୋର କରାଯାଇଛି । ମଧ୍ୟରାତ୍ରରୁ ଲକ୍ଷ ଲକ୍ଷ ଲୋକଙ୍କ ଉପରେ ନୂଆ ଟାୟାର-୪ ପ୍ରତିବନ୍ଧକ ଲଗାଇଛନ୍ତି ପ୍ରଧାନମନ୍ତ୍ରୀ । ଯେଉଁମାନେ ଟାୟାର-୪ରେ ଅଛନ୍ତି ସେମାନଙ୍କୁ ଖ୍ରୀଷ୍ଟ ମାସ ଅବସରରେ ଅନ୍ୟମାନଙ୍କ ସହ ମିଶିବାକୁ ଅନୁମତି ଦିଆଯିବ ନାହିଁ ।

londonଇଂଲଣ୍ଡରେ ନୂଆ ଭାଇରସ୍‌ କାୟା ବିସ୍ତାର କରୁଥିବାରୁ ଏପରି କଟକଣା ଲାଗୁ କରାଯାଇଛି । ବୋରସ୍‌ ଜନ୍‌ସନ୍‌ କହିଛନ୍ତି, ପୂର୍ବ କରୋନା ଭାଇରସ୍‌ଠାରୁ ଏହା କମ୍‌ ମାରାତ୍ମକ ନୁହଁ । ଏହା ବିରୋଧରେ କରୋନା ଟିକା ପ୍ରଭାବଶାଳୀ ହେବ ବୋଲି କୌଣସି ପ୍ରମାଣ ନାହିଁ । ପୂର୍ବ ଭାଇରସ୍‌ଠାରୁ ଏହା ଅଧିକ ୭୦ ପ୍ରତିଶତ ସଂକ୍ରମଣକାରୀ ବୋଲି ବୈଜ୍ଞାନିକମାନେ କହିଛନ୍ତି । ନୂଆ ଭାଇରସ୍‌ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଅବଗତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.