Below header

ବଢୁଛି ଏହି ଷ୍ଟାର କପଲଙ୍କ ବିବାଦ: ଡିଜିପିଙ୍କୁ ଚିଠି ଲେଖି ଭାଇରାଲ ଅଡିଓର ଯାଞ୍ଚ ଅନୁରୋଧ କଲେ ଅନୁଭବ, ସେପଟେ ପୁଣି ଥାନାରେ ବର୍ଷାଙ୍କ ଏତଲା

ଭୁବନେଶ୍ବର: ବଢୁଛି ବର୍ଷା-ଅନୁଭବ ବିବାଦ । ଡିଜିପିଙ୍କୁ ଚିଠି ଲେଖି ଭାଇରାଲ ଅଡିଓର ଯାଞ୍ଚ ପାଇଁ ଅନୁରୋଧ କଲେ ଅନୁଭବ । କିଛି ଦିନ ତଳେ ଭାଇରାଲ ହୋଇଥିବା ଏକ ଫୋନ୍‌ ଅଡିଓକୁ ନେଇ ଅଭିଯୋଗ ଆଣିଛନ୍ତି । ଏହି ବାର୍ତ୍ତାଳାପ ବର୍ଷା ଓ ତାଙ୍କ ଦୁଇ ଭଉଣୀଙ୍କ ମଧ୍ୟରେ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏଥିରେ ଅନୁଭବ ଓ ତାଙ୍କ ପରିବାର ଲୋକଙ୍କ ବାବଦରେ ଆଲୋଚନା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଅଡିଓର ଯାଞ୍ଚ ପାଇଁ ଡିଜିପିଙ୍କୁ ଅନୁଭବ ଅନୁରୋଧ କରିଛନ୍ତି ଅନୁଭବ । ଏହା ସହ ପ୍ରମାଣିତ ହେଲେ ତାଙ୍କୁ ସୁରକ୍ଷା ଦେବା ପାଇଁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି ।

ସେପଟେ ପୁଣି ଥାନାକୁ ଗଲେ ବର୍ଷା ପ୍ରିୟଦର୍ଶିନୀ । କଟକ ପୁରୀଘାଟ ଥାନାକୁ ଯାଇ ଆଉ ଥରେ ଅଭିଯୋଗ କରିଛନ୍ତି । ସ୍ୱାମୀ ଅନୁଭବଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତାଙ୍କ ଦୁଇ ସହଯୋଗୀଙ୍କ ନାଁରେ ମଧ୍ୟ ଏତଲା ଦେଇଛନ୍ତି । ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି ବର୍ଷା । ଦୁଇ ଦିନ ତଳେ ରୁମ୍‌ରେ ଅନୁଭବ ତାଲା ପକାଇ ଦେଇଥିବା ଅଭିଯୋଗ ହୋଇଛି । ଫଳରେ ରାସ୍ତାରେ ପ୍ରାୟ ୧ ଘଣ୍ଟା ଧରି ଛିଡା ହୋଇ ରହିଥିବା ବର୍ଷା ଅଭିଯୋଗ କରିଛନ୍ତି । ଏତଲା ପରେ ଅନୁଭବ ମହାନ୍ତିଙ୍କ ଘରେ ପୋଲିସ ପହଞ୍ଚି ତାଲା ଖୋଲିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.