ଦେଶ ବିଦେଶ

ହତ୍ୟା ଅଭିଯୋଗରେ ଗିରଫ ହେଲେ ଏହି ଟିକ୍‌ଟକ୍‌ ଷ୍ଟାର

ଗୁଜୁରାଟର ଚର୍ଚ୍ଚିତ ଟିକ୍‌ଟକ୍‌ ଷ୍ଟାର କୀର୍ତ୍ତି ପଟେଲଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ପୋଲିସ୍‌ ଗିରଫ କରିଛି। ଏହି ମାମଲା ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବାରୁ ଜଣାପଡିଛି। ସୂଚନା ମୁତାବକ ସୁରତରେ ରହୁଥିବା କୀର୍ତ୍ତି ପଟେଲ ନିଜର ଟିକ୍‌ଟକ୍‌ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ସେ ପୁରା ଗୁଜୁରାଟରେ ଲୋକପ୍ରିୟ ହୋଇଛନ୍ତି। କିନ୍ତୁ କୁହାଯାଏ ସମସ୍ତଙ୍କୁ ମାନ-ସମ୍ମାଦନ ମିଳିବା ସମସ୍ତଙ୍କ ଭାଗ୍ୟରେ ନଥାଏ। ଏଭଳି କିଛି କୀର୍ତ୍ତି ପଟେଲଙ୍କ ସହ ମଧ୍ୟ ହୋଇଥିଲା।

ରିପୋର୍ଟ ଅନୁଯାୟୀ ଏକ ଟିକ୍‌ଟକ୍‌ ଭିଡିଓ କରିବା ପରେ କୀର୍ତ୍ତି ପଟେଲଙ୍କ ଜଣେ ସାଥୀ ତାଙ୍କୁ ଭରଓଓ୍ଵାଡ ସମାଜକୁ ନେଇ ଖରାପ ଶଦ୍ଧ କହିଥିଲେ। ଯାହାକୁ ନେଇ କୀର୍ତ୍ତି ପଟେଲ ଏବଂ ଭରଓ୍ଵାଡ ସମାଜର ‘ଜୟ ହୋ’ ଗ୍ରୁପ୍‌ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହେବା ସହ ଜଣେ ଅନ୍ୟଜଣଙ୍କୁ ମାରିବାକୁ ଧମକ୍‌ ଦେଇଥିଲେ।

ଦୁଇ ଗୋଷ୍ଠୀ ପରସ୍ପରଙ୍କ ବିରୁଧରେ ଟିକ୍‌ଟକ୍‌ ଭିଡିଓ କରୁଥିବା ବେଳେ ଗଣ୍ଡଗୋଳ ଆହୁରି ବଢିଯାଇଥିଲା। ସୂଚନା ମୁତାବକ ଗତ ସୋମବାର ସନ୍ଧ୍ୟାରେ ଏହି ବିବାଦକୁ ଦୂର କରିବା ପାଇଁ ଟିକ୍‌ଟକ୍‌ ଷ୍ଟାର କୀର୍ତ୍ତି ନିଜିର ସାଥୀମନଙ୍କ ସହ ଭରଓ୍ଵାଡ ସମାଜର ଲୋକଙ୍କ ସହ ଆଲୋଚନା କରୁଥିବା ସମୟରେ କୌଣସି କଥାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ମାରପିଟ୍‌ ଆରମ୍ଭ ହୋଇଯାଇଥିଲା।

ଏହି ଗଣ୍ଡଗୋଳ ସମୟରେ କୀର୍ତ୍ତି ପଟେଲଙ୍କୁ ଆଡକୁ ଆସୁଥିବା କନୁ ଭରଓ୍ଵାଡ ରଘୁ ଭରଓ୍ଵାଡଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ, ଯାହାଦ୍ୱାରା ରଘୁ ଭରଓ୍ଵାଡ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ରଘୁ ଭରଓ୍ଵାଡ ସୁରତର ପୁନାଗାମ ପୋଲିସ ଥାନାରେ ଟିକ୍‌ଟକ୍‌ ଷ୍ଟାର କୀର୍ତ୍ତି ପଟେଲ ଏବଂ ତାଙ୍କ ସାଥୀଙ୍କ ବିରୁଧରେ ମାମଲା ରୁଜୁ କରିଛନ୍ତି। ଏହି ମାମଲା ଆଧାରରେ ପୋଲିସ ହତ୍ୟା କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ କୀର୍ତ୍ତି ପଟେଲଙ୍କୁ ଗିରଫ କରିଛି।

KNews Bureau

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

11 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

12 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago