Below header

ହତ୍ୟା ଅଭିଯୋଗରେ ଗିରଫ ହେଲେ ଏହି ଟିକ୍‌ଟକ୍‌ ଷ୍ଟାର

ଗୁଜୁରାଟର ଚର୍ଚ୍ଚିତ ଟିକ୍‌ଟକ୍‌ ଷ୍ଟାର କୀର୍ତ୍ତି ପଟେଲଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ପୋଲିସ୍‌ ଗିରଫ କରିଛି। ଏହି ମାମଲା ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବାରୁ ଜଣାପଡିଛି। ସୂଚନା ମୁତାବକ ସୁରତରେ ରହୁଥିବା କୀର୍ତ୍ତି ପଟେଲ ନିଜର ଟିକ୍‌ଟକ୍‌ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ସେ ପୁରା ଗୁଜୁରାଟରେ ଲୋକପ୍ରିୟ ହୋଇଛନ୍ତି। କିନ୍ତୁ କୁହାଯାଏ ସମସ୍ତଙ୍କୁ ମାନ-ସମ୍ମାଦନ ମିଳିବା ସମସ୍ତଙ୍କ ଭାଗ୍ୟରେ ନଥାଏ। ଏଭଳି କିଛି କୀର୍ତ୍ତି ପଟେଲଙ୍କ ସହ ମଧ୍ୟ ହୋଇଥିଲା।

kritiରିପୋର୍ଟ ଅନୁଯାୟୀ ଏକ ଟିକ୍‌ଟକ୍‌ ଭିଡିଓ କରିବା ପରେ କୀର୍ତ୍ତି ପଟେଲଙ୍କ ଜଣେ ସାଥୀ ତାଙ୍କୁ ଭରଓଓ୍ଵାଡ ସମାଜକୁ ନେଇ ଖରାପ ଶଦ୍ଧ କହିଥିଲେ। ଯାହାକୁ ନେଇ କୀର୍ତ୍ତି ପଟେଲ ଏବଂ ଭରଓ୍ଵାଡ ସମାଜର ‘ଜୟ ହୋ’ ଗ୍ରୁପ୍‌ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହେବା ସହ ଜଣେ ଅନ୍ୟଜଣଙ୍କୁ ମାରିବାକୁ ଧମକ୍‌ ଦେଇଥିଲେ।

kirti-fଦୁଇ ଗୋଷ୍ଠୀ ପରସ୍ପରଙ୍କ ବିରୁଧରେ ଟିକ୍‌ଟକ୍‌ ଭିଡିଓ କରୁଥିବା ବେଳେ ଗଣ୍ଡଗୋଳ ଆହୁରି ବଢିଯାଇଥିଲା। ସୂଚନା ମୁତାବକ ଗତ ସୋମବାର ସନ୍ଧ୍ୟାରେ ଏହି ବିବାଦକୁ ଦୂର କରିବା ପାଇଁ ଟିକ୍‌ଟକ୍‌ ଷ୍ଟାର କୀର୍ତ୍ତି ନିଜିର ସାଥୀମନଙ୍କ ସହ ଭରଓ୍ଵାଡ ସମାଜର ଲୋକଙ୍କ ସହ ଆଲୋଚନା କରୁଥିବା ସମୟରେ କୌଣସି କଥାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ମାରପିଟ୍‌ ଆରମ୍ଭ ହୋଇଯାଇଥିଲା।

Suratଏହି ଗଣ୍ଡଗୋଳ ସମୟରେ କୀର୍ତ୍ତି ପଟେଲଙ୍କୁ ଆଡକୁ ଆସୁଥିବା କନୁ ଭରଓ୍ଵାଡ ରଘୁ ଭରଓ୍ଵାଡଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ, ଯାହାଦ୍ୱାରା ରଘୁ ଭରଓ୍ଵାଡ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ରଘୁ ଭରଓ୍ଵାଡ ସୁରତର ପୁନାଗାମ ପୋଲିସ ଥାନାରେ ଟିକ୍‌ଟକ୍‌ ଷ୍ଟାର କୀର୍ତ୍ତି ପଟେଲ ଏବଂ ତାଙ୍କ ସାଥୀଙ୍କ ବିରୁଧରେ ମାମଲା ରୁଜୁ କରିଛନ୍ତି। ଏହି ମାମଲା ଆଧାରରେ ପୋଲିସ ହତ୍ୟା କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ କୀର୍ତ୍ତି ପଟେଲଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.