Below header

DY Patil T20 Cup: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶାନଦାର ପ୍ରଦର୍ଶନ, ମାତ୍ର ୩୯ ବଲରେ କଲେ ୧୦୫ ରନ

ନିକଟରେ ହିଁ ସୁସ୍ଥ ହୋଇଥିବା ଭାରତୀୟ କ୍ରିକେଟ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଚାଲିଥିବା ଡ଼ି -ବାୟୀ ଟି୨୦ କପରେ ମଙ୍ଗଳବାର ଖୁବ ଭଲ ପ୍ରଦର୍ଶନ କରିଛନ୍ତି ।  ଉଭୟ ବ୍ୟାଟିଂ ଓ ବୋଲିଙ୍ଗରେ ହାର୍ଦ୍ଦିକ ଭଲ ଖେଳିଛନ୍ତି ।  ଫଳରେ ହାର୍ଦ୍ଦିକଙ୍କ ରିଲାଏନ୍ସ ବନ ଦଳ, ବିପକ୍ଷ ମହାଲେଖା ଓ ନିୟନ୍ତ୍ରକ ବା ସିଏଜି ଦଳକୁ ୧୦୧ ରନର ଏକ ବଡ ବ୍ୟବଧାନରେ ହରାଇ ଦେଇଛି ।  ପୂର୍ବ ସପ୍ତାହ ହିଁ ପ୍ରତିଯୋଗିତା ମୂଳକ କ୍ରିକେଟ ମୈଦାନକୁ ଲେଉଟି ଥିବା ହାର୍ଦ୍ଦିକ ଏହି ମ୍ୟାଚ ଟିରେ ସମୁଦାୟ ୧୦ଟି ଛକା ସମେତ ଆଠଟି ଚୌକା ମାରିଥିଲେ ।  ଫଳରେ ବ୍ୟକ୍ତିଗତ ଭାବେ ସେ ମାତ୍ର ୩୯ ବଲରେ ୧୦୫ ରନ କରିବାକୁ ସକ୍ଷମ ହୋଇପାରିଥିଲେ ।

hardik

ଯେବେକି ହାର୍ଦ୍ଦିକଙ୍କ ଦଳ ସମୁଦାୟ ୨୫୨ ରନ କରିବା ସହ ବିପକ୍ଷ ଦଳକୁ ୧୦୧ ରନର ଏକ ବଡ ବ୍ୟବଧାନରେ ହରାଇବାକୁ ସକ୍ଷମ ହୋଇପାରିଛି ।  ବୋ ଲିଙ୍ଗରେ ବି ପାଣ୍ଡ୍ୟା ଖୁବ ଭଲ ପ୍ରଦର୍ଶନ କରି ପାଞ୍ଚଟି ଵିକେଟ ହାସଲ କରିବାକୁ ସକ୍ଷମ ହୋଇଛନ୍ତି ।  ଏହି ମ୍ୟାଚଟିକୁ ଦେଖିବା ପାଇଁ ଚୟନ କମିଟି ଅଧ୍ୟକ୍ଷ ଏମଏସକେ ପ୍ରସାଦ ବି ଷ୍ଟାଡିୟମରେ ଉପସ୍ଥିତ ଥିଲେ ।  ସୂଚନା ଦେବା ଯୋଗ୍ୟକି, ପାଞ୍ଚ ମାସ ପୂର୍ବରୁ ହିଁ ପାଣ୍ଡ୍ୟାଙ୍କ ଅଣ୍ଟାରେ ଗଭୀର ଆଘାତ ଲାଗିଥିଲା ।  ଲଣ୍ଡନରେ ଚିକିତ୍ସିତ ହୋଇ ସେ ସୁସ୍ଥ ହୋଇଛନ୍ତି ।

ନିଜ ପରଫରମାନ୍ସକୁ ନେଇ ସେ ଖୁବ ଖୁସି ଥିବା ହାର୍ଦ୍ଦିକ ପ୍ରତିକ୍ରିୟାରେ କହିଛନ୍ତି । ଏହା ସହ ଦକ୍ଷିଣ ଆଫ୍ରିକା ସିରିଜକୁ ଫେରିବାକୁ ଚେଷ୍ଟା ଚଳାଇଥିବା ହାର୍ଦ୍ଦିକ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରି ନିଜ ଫିଟ୍ନେସ ବିଷୟରେ ବି ସୂଚନା ଦେଇଛନ୍ତି ।  ମାତ୍ର ୩ ମାସ ଭିତରେ ତାଙ୍କ ଓଜନ ୬୮ କିଲୋରୁ ୭୫ ହୋଇଥିବା ସେ ଉଲ୍ଲେଖ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.