କରୋନା ଭାଇରସ୍‌ର ପ୍ରଭାବ ଯୋଗୁ ବିଳମ୍ବ ହୋଇପାରେ ଟୋକିଓ ଅଲିମ୍ପିକ୍ସ, ସୂଚନା ଦେଲେ ଜାପାନ ଅଲିମ୍ପିକ ମନ୍ତ୍ରୀ ସିକୋ ହାସିମୋତେ

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ପ୍ରଭାବ ଯୋଗୁ ବିଳମ୍ବ ହୋଇପାରେ ଟୋକିଓ ଅଲିମ୍ପିକ୍ସ । ଜାପାନ ଅଲିମ୍ପିକ ମନ୍ତ୍ରୀ ସିକୋ ହାସିମୋତେ ପାର୍ଲାମେଣ୍ଟରେ ଏନେଇ ସୂଚନା ଦେଇଛନ୍ତି । ୨୦୨୦ ଅଲିମ୍ପକ୍ସ ଜୁଲାଇ ୨୪ରୁ ଆରମ୍ଭ ହେବା କଥା । ମାତ୍ର କରୋନା ଭାଇରସ୍‌ ଆତଙ୍କ ଯୋଗୁ ଏହି ଇଭେଣ୍ଟ ବର୍ଷର ଶେଷ ଭାଗରେ ହୋଇପାରେ । ୨୦୨୦ରେ ଯଦି ଅଲିମ୍ପିକ୍ସ ହୋଇନପାରେ ତେବେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ଏହାକୁ ସଂପୂର୍ଣ୍ଣ ବାତିଲ କରିପାରେ । ଭାଇରସ୍‌ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ମଧ୍ୟ କିଛି ମତ ପ୍ରକାଶ ପାଇଛି । ପୂର୍ବରୁ ମଧ୍ୟ ଅଲିମ୍ପିକ୍ସ ଅନେକ ଥର ବାତିଲ ହୋଇଛି । ପ୍ରଥମ ବିଶ୍ୱଯୁଦ୍ଧ ଯୋଗୁ ୧୯୧୬ରେ ବର୍ଲିନ୍‌ରେ ହେବାକୁ ଥିବା ଅଲିମ୍ପିକ୍ସ ବାତିଲ ହୋଇଥିଲା । ସେହିପରି ଦ୍ୱିତୀୟ ବିଶ୍ୱଯୁଦ୍ଧ ପାଇଁ ୧୯୪୦ ଓ ୧୯୪୪ରେ ଅଲିମ୍ପିକ୍ସ ବାତିଲ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.