Below header

କରୋନା ଭୟ: ଚେନ୍ନାଇ ବନ୍ଦରରେ ବିଲେଇକୁ ନେଇ ବଢ଼ିଲା ଅଡୁଆ, ଚୀନରୁ ଆସିଥିବା ସନ୍ଦେହ କଲେ ପୋର୍ଟ ଅଧିକାରୀ, ଚିଠି ଜାରି କଲା ‘ପେଟା ଇଣ୍ଡିଆ’

ଚେନ୍ନାଇ ବନ୍ଦରରେ ଏବେ ଏକ ବିଲେଇ ଅଢ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଚେନ୍ନାଇ ପୋର୍ଟର ଅଧିକାରୀମାନଙ୍କ ଆଶଙ୍କା ଯେ ବିଲେଇଟି ଚୀନରୁ ଆସିଛି। ଏହା ସେଠାରୁ ଆସିଥିବା କଣ୍ଟେନର ସହ କୌଣସି ମତେ ଚାଲିଆସିଛି। ତେଣୁ ସେ କରୋନା ଭାଇରସ୍‌ରେ ଆକ୍ରାନ୍ତ ଥାଇପାରେ। ଏଥିପାଇଁ ଅଧିକାରୀମାନେ ତାକୁ ଚୀନ ପଠାଇ ଦେବାକୁ ଯୋଜନା କରୁଛନ୍ତି। ସେପଟେ ପ୍ରାଣୀଙ୍କ ସୁରକ୍ଷା ତଥା ଅଧିକାର ପାଇଁ କାମ କରୁଥିବା ସଂସ୍ଥା ‘ପେଟା’ ଏହାକୁ ଘୋର ବିରୋଧ କରିଛି।

c2

‘ପେଟା ଇଣ୍ଡିଆ’ର ରଶ୍ମୀ ଗୋଖଲେ ଚେନ୍ନାଇ ଅଧିକାରୀମାନଙ୍କୁ ଏ ନେଇ ଏକ ଚିଠି ଲେଖିଛନ୍ତି। ଏଥିରେ ଉଲ୍ଲେଖ ରହିଛି କି ‘ବୈଜ୍ଞାନିକ ରୂପେ ପ୍ରମାଣ ହୋଇସାରିଛି ଯେ ବିଲେଇଙ୍କୁ ନା କରୋନା ଭାଇରସ୍‌ ସଂକ୍ରମିତ ହୋଇପାରିବ ନା ସେମାନେ ଆଉ କାହାଠାରେ ଏହାକୁ ଛାଡ଼ିପାରିବେ’। ଗୋଖଲେ କହିଥିଲେ, ‘ବିଲେଇଟି ୨୦ ଦିନ ପୂର୍ବରୁ ଏକ କଣ୍ଟେନର ସହ ଚେନ୍ନାଇ ବନ୍ଦର ଆସିଥିଲା। ଏହାକୁ ଚୀନ ପଠାଇଦେଲେ ଏହା ଜୀବିତ ରହିବା ସମ୍ଭାବନା କମିଯିବ’।

c5

ଦେଶରେ ୪୮ ଘଣ୍ଟାରେ ୧୦ ମାମଲା

ଚୀନରୁ ବ୍ୟାପିଥିବା କରୋନା ବର୍ତ୍ତମାନ ୭୦ରୁ ଅଧିକ ଦେଶରେ କାୟାବିସ୍ତାର କରିସାରିଛି। ଏହି ଭାଇରାସ୍‌ ଯୋଗୁ ବିଶ୍ୱରେ ୩ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇସାରିଲାଣି। ଭାରତରେ କରୋନାକୁ ନେଇ ଆତଙ୍କ ଖେଳିଯାଇଥିବା ବେଳେ ଗତ ୨ ଦିନ ଭିତରେ ୧୦ଟି ମାମଲା ସାମ୍ନାକୁ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.