ଦେଶ ବିଦେଶ

ପଶ୍ଚିମବଙ୍ଗ: TMC-BJP ମଧ୍ୟରେ ରକ୍ତାକ୍ତ ସଂଘର୍ଷ; ମହିଳା ବିଜେପି କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ, ୭ ଆହତ

ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ମେ’ ୨୫ରେ ମତଦାନ ହେବ । ହେଲେ ଏହାପୂର୍ବରୁ ନନ୍ଦିଗ୍ରାମରେ ହିଂସା ଘଟଣା ଘଟିଛି । ଏଠାରେ ବିଜେପି ଓ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କାର୍ଯ୍ୟକର୍ତ୍ତା ମୁହାଁମୁହିଁ ହୋଇଛନ୍ତି । ଏହି ସଂଘର୍ଷରେ ଜଣେ ମହିଳା ବିଜେପି କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ହୋଇଛି । ଏଥିରେ ଦଳର ଅନ୍ୟ ୭ ଜଣ କର୍ମୀ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ନନ୍ଦିଗ୍ରାମର ସୋନଚୁରାରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଏଠାରେ ବିଜେପି ଓ ଟିଏମ୍‌ସି କାର୍ଯ୍ୟକର୍ତ୍ତାମାନେ ପରସ୍ପର ମଧ୍ୟରେ ସଂଘର୍ଷ ଲାଗିଥିଲେ । ଟିଏମ୍‌ସି କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ ସେମାନେ ଧାରୁଆ ଅସ୍ତ୍ରଶସ୍ତ୍ରରେ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ ମୃତ୍ୟୁବରଣ କରିଥିବା ମହିଳା ବିଜେପି କାର୍ଯ୍ୟକର୍ତ୍ତାଙ୍କ ନାଁ ରଥିବାଳା ଆଡି ବୋଲି ଜଣାପଡ଼ିଛି ।

ବିଜେପି ଗୁରୁବାର ନନ୍ଦିଗ୍ରାମରେ ବିରୋଧ ପ୍ରଦର୍ଶନ କରିଥିଲା । କିନ୍ତୁ ଟିଏମ୍‌ସି ଏହି ହିଂସା ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରିଛି । ଦଳ ଅଭିଯୋଗ କରିଛି ଯେ ବିଜେପି କାର୍ଯ୍ୟକର୍ତ୍ତାମାନେ ପରସ୍ପର ମଧ୍ୟରେ ସଂଘର୍ଷ ଲାଗିଥିଲେ, ଯେଉଁଥିରେ ଜଣେ ମହିଳା କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ହୋଇଛି ।

ଏହିପରି ପଶ୍ଚିମବଙ୍ଗର ବାରାକ୍‌ପୁରରେ ମଧ୍ୟ ମେ’ ୨୦ରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା । ଏଠାରେ ବିଜେପି ପ୍ରାର୍ଥୀ ଅର୍ଜୁନ ସିଂ ଏବଂ ଟିଏମ୍‌ସି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ପୋଲିସ କର୍ମୀଙ୍କ ଉପସ୍ଥିତିରେ ହିଁ ଏହି ଘଟଣା ଘଟିଥିଲା । ଏହାପରଠୁ ସମଗ୍ର ଅଞ୍ଚଳରେ ଏକ ପ୍ରକାର ଆତଙ୍କ ଖେଳିଯାଇଥିଲା । ଏହି ଘଟଣା ବେଳର ଭିିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରେ ଦେଖାଯାଇଥିଲା କି, ଅନେକ ଭୋଟର ଅର୍ଜୁନ ସିଂଙ୍କ ସହ ଯୁକ୍ତିତର୍କ କରୁଛନ୍ତି । ତେବେ ବିଜେପି ପ୍ରାର୍ଥୀ ଅଭିଯୋଗ କରିଥିଲେ ଯେ ଟିଏମ୍‌ସି ପ୍ରାର୍ଥୀ ଲୋକଙ୍କ ମଧ୍ୟରେ ଟଙ୍କା ବାଣ୍ଟୁଛନ୍ତି ।

Roshni

Recent Posts

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

6 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

14 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

30 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

39 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

47 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

1 hour ago