କ୍ରୀଡା

ଦିନେଶ କାର୍ତ୍ତିକଙ୍କ ଶେଷ ଆଇପିଏଲ ମ୍ୟାଚ, RCB ଦେଲା ସ୍ପେଶାଲ ସମ୍ମାନ

ପୁଣି ଥରେ ନିରାଶ ହେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଲଗାତାର ୬ଟି ମ୍ୟାଚ ଜିତିବା ପରେ ଏଲିମିନେଟର ମ୍ୟାଚରୁ ବାଦ୍‌ ପଡିଛି । ରାଜସ୍ଥାନ ରୟାଲ୍ସ ଠାରୁ ପରାଜୟ ପାଇବା ପରେ ଆଇପିଏଲରୁ ବାଦ୍‌ ପଡିଛି ଆରସିବି । ତେବେ ବେଙ୍ଗାଲୁରୁ ଆଇପିଏଲ ୨୦୨୪ରୁ ବାଦ୍‌ ପଡିବା ସହିତ ଟିମର ଷ୍ଟାର ବ୍ୟାଟର ତଥା ଓ୍ଵିକେଟକିପର ଦିନେଶ କାର୍ତ୍ତିକ ମଧ୍ୟ ନିଜର ଶେଷ ସିଜିନ ଖେଳିଛନ୍ତି । ତାଙ୍କ କ୍ୟାରିଅର ଶେଷ ଆଇପିଏଲ ମ୍ୟାଚ ଅହମଦାବାଦରେ ଖେଳିଛନ୍ତି ଡିକେ ।

ଅହମଦାବାଦର ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସର ରୋଓ୍ଵମନ ପାେଓ୍ଵଲ ୧୯ ଓଭରର ଶେଷ ବଲକୁ ୬ ମାରିବା ପରେ ସମସ୍ତଙ୍କ ନଜର ଦିନେଶ କାର୍ତ୍ତିକଙ୍କ ଉପରେ ରହିଥିଲା । ସମସ୍ତ ଖେଳାଳି ପରସ୍ପର ସହିତ ହାତ ମିଳାଉଥିବା ବେଳେ ଆଲିଙ୍ଗନ କରୁଥିଲେ । କିନ୍ତୁ ବିରାଟ କୋହଲି ସମେତ ଆରସିବିର ଖେଳାଳି କାର୍ତ୍ତିକଙ୍କୁ ଖାସ୍‌ ଅନ୍ଦାଜରେ ବିଦା କରିଥିଲେ । ଡ୍ରେସିଂ ରୁମକୁ ଆସିବା ବେଳେ ସବୁ ଖେଳାଳିରେ ପଛରେ ରହିଛି କାର୍ତ୍ତିକଙ୍କୁ ଆଗରେ ଯିବାକୁ ଦେଇଥିଲେ ।

ଏହା ଦେଖିବା ପରେ ଷ୍ଟାଣ୍ଡରେ ଥିବା ସମସ୍ତ ଫ୍ୟାନ୍ସ ତାଳି ମାରିବା ସହିତ ଡିକେ ଡିକେ ଚିତ୍କାର କରିଥିଲେ । କାର୍ତ୍ତିକ ସମସ୍ତଙ୍କୁ ହାତ ହଲାଇ ଧନ୍ୟବାଦ ମଧ୍ୟ ଜଣାଇଥିଲେ । ଆରସିବିର ସମସ୍ତ ଖେଳାଳି ଡିକେଙ୍କ ସମ୍ମାନ ପାଇଁ ତାଳି ମାରିଥିଲେ ।

ଦିନେଶ କାର୍ତ୍ତିକ ନିଜ ଶେଷ ମ୍ୟାଚରେ ୧୩ ବଲରେ ମାତ୍ର ୧୧ ରନ୍‌ କରି ଆଉଟ ହୋଇଥିଲେ । ଦିନେଶ କାର୍ତ୍ତିକ ଆଇପିଏଲ ଆରମ୍ଭ ହେବା ସମୟରୁ ୧୭ତମ ସିଜିନ ଯାଏଁ ଖେଳିଛନ୍ତି । ୧୭ଟି ସିଜିନରେ କାର୍ତ୍ତିକ ୨୫୭ ମ୍ୟାଚ ଖେଳିଛନ୍ତି । ସେ ୪୮୪୨ ରନ୍‌ କରିଛନ୍ତି । ଏଥିରେ ୨୨ଟି ଅର୍ଦ୍ଧଶତକ ରହିଥିବା ବେଳେ ୧୪୫ଟି କ୍ୟାଚ ଏବଂ ୩୭ ଷ୍ଟମ୍ପିଂ ରହିଛି । ଆରସିବି, କେକେଆର, ମୁମ୍ବାଇ ଇଣ୍ଡିଆନ୍ସ, ପଞ୍ଜାବ କିଙ୍ଗସ, ଗୁଜରାଟ ଲାଏନ୍ସ ଏବଂ ଦିଲ୍ଲୀ ଡେୟାରଡେଭିଲ ଭଳି ଟିମରେ ଖେଳିଛନ୍ତି ।

ଚଳିତ ସିଜିନରେ ୧୫ଟି ମ୍ୟାଚରେ ୧୮୭.୩୬ ଷ୍ଟ୍ରାଇକ ରେଟରେ ୩୨୬ ରନ୍‌ କରିଥିଲେ । ଏଥିରେ ୨୭ ଚଉକା ଏବଂ ୨୨ ଛକା ସାମିଲ ରହିଛି । କାର୍ତ୍ତିକଙ୍କ ଇନିଂସ ଆରସିବିକୁ ପ୍ଲେ ଅଫରେ ପହଞ୍ଚିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

Swagatika

Recent Posts

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

5 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

13 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

29 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

38 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

47 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

1 hour ago