ଦେଶ ବିଦେଶ

ୟୁସୁଫ୍‌ ପଠାନଙ୍କୁ ଟିଏମ୍‌ସି ଦେଲା ଟିକେଟ୍‌, ଅଧୀର ରଞ୍ଜନଙ୍କ ବିପକ୍ଷରେ ଲଢ଼ିବେ ନିର୍ବାଚନ; ପୁଣି ପ୍ରାର୍ଥୀ ହେଲେ ମହୁଆ

ଲୋକସଭା ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନିଜ ପ୍ରାର୍ଥୀ ତାଲିକା ଜାରି କରିଛି । ପାର୍ଟିର ଏହି ତାଲିକାରେ ମୋଟ ୪୨ ଜଣ ପ୍ରାର୍ଥୀଙ୍କ ନାମ ରହିଛି । କୁଚବିହାର ଲୋକସଭା ଆସନରୁ ଜଗଦୀଶ ଚନ୍ଦ୍ର ବସୁନିଆଙ୍କୁ ପ୍ରାର୍ଥୀ କରାଯାଇଛି । ଏହିପରି ବହରାମପୁରରୁ ପୂର୍ବତନ କ୍ରିକେଟର ୟୁସୁଫ୍‌ ପଠାନଙ୍କୁ ଟିକେଟ୍‌ ଦିଆଯାଇଛି, ଯିଏକି, ଅଧୀର ରଞ୍ଜନ ଚୌଧୁରୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି ।

ପ୍ରାର୍ଥୀ ଘୋଷଣା ସମୟରେ ଲୋକଙ୍କ ନଜର ବଶୀରହାଟ ଲୋକସଭା ଆସନ ଉପରେ ଥିଲା, କାରଣ, ଯେଉଁ ସନ୍ଦେଶଖାଲି ଅଞ୍ଚଳରେ ହଙ୍ଗାମା ସୃଷ୍ଟି ହୋଇଥିଲା, ସେହି ଅଞ୍ଚଳ ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଆସିଥାଏ । ଏହି ଆସନରେ ଅଭିନେତ୍ରୀ ନୁସରତ ଜହାଁ ସାଂସଦ ଥିଲେ । ଟିଏମ୍‌ସି ତାଙ୍କର ଟିକେଟ୍‌ କାଟି ହାଜି ନୁରଲ୍‌ ଇସ୍‌ଲାମଙ୍କୁ ଟିକେଟ୍‌ ଦେଇଛି ।

ଟିଏମ୍‌ସି ପଞ୍ଚିମବଙ୍ଗର କୃଷ୍ଣାନଗର ଲୋକସଭା ଆସନରୁ ମହୁଆ ମୋଇତ୍ରଙ୍କୁ ପୁଣିଥରେ ପ୍ରାର୍ଥୀ ଭାବେ ଛିଡ଼ା କରାଇଛି । ତୃଣମୂଳ କଂଗ୍ରେସ ଜାତୀୟ ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀ ୪୨ ଲୋକସଭା ଆସନ ପାଇଁ ଟିଏମ୍‌ସି ପ୍ରାର୍ଥୀ ତାଲିକା ଜାରି କରିଛନ୍ତି । ସେ କହିଛନ୍ତି ଯେ ଆସନସୋଲରୁ ଲୋକସଭା ଆସନ ପାଇଁ ଶତୃଘ୍ନ ସିହ୍ନା ପ୍ରାର୍ଥୀ ହେବେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି କି, ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ ଏକୁଟିଆ ନିର୍ବାଚନ ଲଢ଼ିବ ।

Roshni

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

4 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

17 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

26 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

29 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago