ଦେଶ ବିଦେଶ

୧୨ ଲକ୍ଷ ଦୀପରେ ଝଲସିବ ରାମନଗରୀ ଅଯୋଧ୍ୟା, ଗଣତିରେ ଲାଗି ପଡ଼ିଛନ୍ତି Guinness Book of World Recordsର ଟିମ୍‌

ଆଜି ସନ୍ଧ୍ୟାରେ ବୋହୂ ରୂପରେ ସଜେଇ ହେବ ରାମନଗରୀ ଅଯୋଧ୍ୟା। ଆୟୋଜନ ହେବ ଭବ୍ୟ ଦୀପୋତ୍ସବ କାର୍ଯ୍ୟକ୍ରମ, ଯେଉଁଥିରେ ୧୨ ଲକ୍ଷ ମାଟି ଦୀପ ଜଳାଯିବ। ଉତ୍ତର ପ୍ରଦେଶର ଅଯୋଧ୍ୟାରେ ବୁଧବାର ସନ୍ଧ୍ୟାରେ ଭବ୍ୟ ଦୀପୋତ୍ସବ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥର ମୁଖ୍ୟମନ୍ତ୍ରୀ ଯୋଗ୍ୟ ଆଦିତ୍ୟନାଥ ଅଯୋଧ୍ୟାରେ ଏହି ଦୀପୋତ୍ସବ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଏଥିରେ ପ୍ରଭୁ ଶ୍ରୀରାମଙ୍କ ପାଦପଦ୍ମରେ ୯ ଲକ୍ଷ ଦୀପ ଏବଂ ଅଯୋଧ୍ୟାର ବାକି ଭାଗରେ ୩ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ କରାଯିବ। Guinness Book of World Recordsର ଟିମ୍‌ ସେଠାରେ ଉପସ୍ଥିତ ରହି ଦୀପଗୁଡ଼ିକୁ ଗଣନା କରିବାରେ ଲାଗି ପଡ଼ିଛନ୍ତି। ଆଜି ଦୀପୋତ୍ସବ ପରେ ରେକର୍ଡ ବନାଯିବ।

ଏହି ଆୟୋଜନକୁ ନେଇ ଅଯୋଧ୍ୟାରେ ୭ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍ଥାନୀୟ ଏସ୍‌ଏସ୍‌ପି ଶୈଲେଶ ପାଣ୍ଡେ କହିଛନ୍ତି, ସହରରେ ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ପୋଲିସ, ସ୍ୱତନ୍ତ୍ର ଅଭିଯାନ ସମୂହ ଏବଂ ସ୍ୱତନ୍ତ୍ର ସୁରକ୍ଷା ବଳକୁ ନିୟୋଜିତ କରାଯାଇଛି। ପାଣ୍ଡେ ଆହୁରି କହିଛନ୍ତି ଯେ ଆମେ ସୁରକ୍ଷାର ଯାଞ୍ଚ କରିବା ଏବଂ ଗୁଇନ୍ଦା ସୂଚନା ପଠାଇବା ପାଇଁ ସାଧାରଣ ପୋଷାକଧାରୀ ଅନେକ ପୋଲିସ କର୍ମୀଙ୍କୁ ମୁତୟନ କରିଛୁ। ସରଜୁ ନଦୀ ଘାଟରେ ଜୀବନ ରକ୍ଷକ ଉପକରଣ ସହିତ ୪୦ ବୋଟ୍‌ ମୁତୟନ ରହିଛନ୍ତି। ସୁରକ୍ଷା କର୍ମୀମାନେ ଚାରିଆଡ଼କୁ ତୀକ୍ଷ୍‌ଣ ନଜର ରଖିଛନ୍ତି।

ଆତଙ୍କୀ ସଙ୍ଗଠନ ପଠାଇ ଥିଲା ଧମକପୂର୍ଣ୍ଣ ଚିଠି

କହି ରଖୁଛୁ, ନିକଟରେ ଲସ୍କର-ଏ-ତୈୟବା (ଏଲ୍‌ଇଟି)ର ଜଣେ ଆତଙ୍କବାଦୀ କମାଣ୍ଡର ଲେଖିଥିବା ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଚିଠି ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ ବର୍ତ୍ତମାନ ବଢ଼ାଇ ଦିଆଯାଇଛି। ଉକ୍ତ ଚିଠିରେ ଅଯୋଧ୍ୟା ସମେତ ୪୬ ରେଲେଓ୍ଵ ଷ୍ଟେଶନକୁ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିଲା। ସହରର ସୀମାକୁ ସିଲ୍‌ କରି ଦିଆଯାଇଛି। ଭିଆଇପି ଏବଂ ଅଧିକାରୀମାନଙ୍କ କାର୍‌କୁ ଛାଡ଼ି ବାକି ଗାଡ଼ିଗୁଡ଼ିକର ପ୍ରବେଶ ଉପରେ କଡ଼ା ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ସେପଟେ ଆମ୍ବୁଲାନ୍ସ ଯିବାଆସିବା ପାଇଁ ସ୍ୱତନ୍ତ୍ର ଡ୍ୟୁଟି ଅଧିକାରୀମାନଙ୍କୁ ମଧ୍ୟ ମୁତୟନ କରାଯାଇଛି।

୨୦୦ କଳାକାର ଶୋଭାଯାତ୍ରାରେ ଭାଗ ନେବେ

ଆଜି ପୂରା ଦେଶ ଏବଂ ସାର୍କ ଦେଶଗୁଡ଼ିକରେ ପାଖାପାଖି ୨୦୦ କଳାକାର ଶୋଭାଯାତ୍ରାରେ ଭାଗ ନେବେ। ଏହି ସମୟରେ ସେମାନେ ରାମାୟଣର ଦୃଶ୍ୟଗୁଡ଼ିକୁ ଚିତ୍ରିତ କରିବେ। ଏଥି ସହିତ ରାମ କଥା ପାର୍କରେ ବିଶିଷ୍ଟ ଅତିଥିମାନଙ୍କର ସ୍ୱାଗତ ବୈଦିକ ମନ୍ତ୍ର ଉଚ୍ଚାରଣ ସହିତ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦୀବେନ ପଟେଲ ବିକାଶ ଯୋଜନାଗୁଡ଼ିକର ଉଦ୍‌ଘାଟନ ସହ ଶିଳାନ୍ୟାସ କରିବେ। ଅଯୋଧ୍ୟାର ପରମ୍ପରା ଓ ସଂସ୍କୃତି ଉପରେ ଏକ ପୁସ୍ତକ ମଧ୍ୟ ଉନ୍ମୋଚନ ହେବ।

Roshni

Recent Posts

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

4 mins ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

18 mins ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

30 mins ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

42 mins ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

1 hour ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago