ଆଜି ୨୪ କିଲୋମିଟର ନନ୍‌ଷ୍ଟପ୍‌ ଚାଲିବେ ରାହୁଲ ଗାନ୍ଧୀ, ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବାକୁ ରାଜସ୍ଥାନ ପହଞ୍ଚିଲେ ସୋନିଆ ଗାନ୍ଧୀ

ରାଜସ୍ଥାନରେ କଂଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’ ଗୁରୁବାର ଚତୁର୍ଥ ଦିନରେ ପହଞ୍ଚିଛି। କୋଟାରେ ଭରତ ଯୋଡ଼ୋ ଯାତ୍ରା ସକାଳ ୬ଟାରୁ ଆରମ୍ଭ ହୋଇଥିଲା। ଏହି ଯାତ୍ରା ରଙ୍ଗପୁର ପର୍ଯ୍ୟନ୍ତ ଯିବ। ୮ ଡିସେମ୍ବର ଅର୍ଥାତ୍‌ ଆଜି ନନ୍‌ଷ୍ଟପ ୨୪ କିଲୋମିଟର ପର୍ଯ୍ୟନ୍ତ ଚାଲିବେ ରାହୁଲ ଗାନ୍ଧୀ। ଏହାପରେ ଯାତ୍ରା ବୁନ୍ଦିରେ ପ୍ରବେଶ କରିବ, ଯେଉଁଠି ସୋନିଆ ଗାନ୍ଧୀ ଏଥିରେ ସାମିଲ ହେବେ।

୯ ଡିସେମ୍ବରରେ ସୋନିଆ ଗାନ୍ଧୀଙ୍କ ଜନ୍ମଦିନ। ରାଜନୈତିକ ମହଲରେ ପୂର୍ବରୁ ହିଁ ଚର୍ଚ୍ଚା ହେଉଥିଲା କି, ସୋନିଆ କୋଟା ଆସି ପାରନ୍ତି ଏବଂ ଏଠାରେ ତାଙ୍କର ଜନ୍ମଦିନ ପାଳନ ହୋଇପାରେ। ପୂର୍ବରୁ ବି ରାହୁଲ ଗାନ୍ଧୀ ଦିଲ୍ଲୀ ଯିବା ନେଇ କଳ୍ପନାଜଳ୍ପନା କରାଯାଉଥିଲା।

ଭରତ ଯୋଡ଼ୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ କୋଟାର ବିକାଶ କାର୍ଯ୍ୟ, ଫ୍ଲାଏ ଓଭର ଏବଂ ଅଣ୍ଡରପାସ୍ ଛକର ସୌନ୍ଦର୍ଯ୍ୟକରଣ ଇତ୍ୟାଦି ଦେଖିବେ। ଏଠାରେ ପ୍ରବଳ ଜନସମାଗମ ହେଉଛି। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଗୁରୁବାର ସକାଳେ ଜୟପୁରରେ ପହଞ୍ଚିଥିଲେ। ଦଳର ପ୍ରବକ୍ତାଙ୍କ ଅନୁସାରେ, ସୋନିଆ ସଓ୍ଵାଇ ମାଧୋପୁର ଯିବାର କାର୍ଯ୍ୟକ୍ରମ ରହିଛି।

ପ୍ରବକ୍ତା କହିଛନ୍ତି ଯେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ପ୍ରାଇଭେଟ୍‌ ବିମାନରେ ନୂଆଦିଲ୍ଲୀରୁ ଜୟପୁର ବିମାନବନ୍ଦରରେ ପହଞ୍ଚିଥିଲେ। ସେ ବିମାନବନ୍ଦର ଲାଉଞ୍ଜରେ କିଛି ସମୟ ଅପେକ୍ଷା କରିଥିଲେ ଏବଂ ପରେ ବାହାରକୁ ବାହାରିଥିଲେ। ପ୍ରବକ୍ତାଙ୍କ ମୁତାବକ, ସୋନିଆ ଜୟପୁରରୁ ହେଲିକାପ୍ଟର ଯୋଗେ ସୱାଇ ମାଧୋପୁର ପହଞ୍ଚିବେ। ବୁନ୍ଦିରେ ସୋନିଆ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବେ। ଆଜି ଯାତ୍ରାର ପ୍ରଥମ ପର୍ଯ୍ୟାୟ ସମାପ୍ତ ହେବା ପରେ ୯ ଡିସେମ୍ବରରେ ଯାତ୍ରା ବିଶ୍ରାମରେ ରହିବ।

ପାର୍ଟି ସୂତ୍ରରୁ ଜଣାପଡ଼ିଛି, ଏହି ଯାତ୍ରା ୧୦ ଡିସେମ୍ବରରୁ ପୁଣିଥରେ ଆରମ୍ଭ ହେବ। ଏମିତି ମଧ୍ୟ ଅନୁମାନ କରାଯାଉଛି କି, ରାହୁଲ ଗାନ୍ଧୀ ସ୍ୱତନ୍ତ୍ର ବିମାନରେ କୋଟାରୁ ନୂଆଦିଲ୍ଲୀ ଯାଇପାରନ୍ତି।

Roshni

Recent Posts

ଏଥର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିବେ ବଜେଟ ଉପସ୍ଥାପନ

ଭୁବନେଶ୍ୱର :   ଆଜି ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟରେ ଏହି ସମୀକ୍ଷା ବୈଠକ ହେବ । ଆସନ୍ତା 100 ଦିନ ଭିତରେ…

5 mins ago

ଜାଣନ୍ତୁ, ଭୁବନେଶ୍ୱରରେ ଆଜିର ପେଟ୍ରୋଲ ଦର

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

48 mins ago

ଜାଣନ୍ତୁ କେତେ ରହିଛି ଆଜି ସୁନା ଦର

କେନ୍ୟୁଜ (ବ୍ୟୁରୋ) : ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ୍ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା…

60 mins ago

ବିଦ୍ୟୁତ ଆଘାତରେ ଦନ୍ତା ମୃତ, ଖାଦ୍ୟ ଅନ୍ବେଷଣରେ ଗାଁକୁ ପଶି ଆସିଥିଲା

ସମ୍ବଲପୁର : ବିଦ୍ୟୁତ ଆଘାତରେ ଦନ୍ତା ମୃତ। ସମ୍ବଲପୁର ସଦର ରେଞ୍ଜ ଫରେଷ୍ଟ ଡିଭଜନ ଯୁଯୁମୁରା ରେଞ୍ଜ ବସିଆପଡା ଗାଁରେ…

2 hours ago

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ, ଦୁଇ ଗୁରୁତର

ନୂଆପଡ଼ା(କେନ୍ୟୁଜ): ଭୟଙ୍କର ସଡ଼କ ଦୁର୍ଘଟଣାରେ ଗଲା ୪ ଜୀବନ । ଦୁଇ ଜଣ ଗୁରୁତର ହୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି…

2 hours ago

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

10 hours ago