Categories: ମନୋରଂଜନ

ସିନେମାଘର ପରେ ଏବେ ଓଟିଟିରେ ଆସୁଛି ଚଳିତ ବର୍ଷର ବହୁଚର୍ଚ୍ଚିତ ଫିଲ୍ମ ‘କାନ୍ତାରା’, ଜାଣନ୍ତୁ କେବେ ହେବ ରିଲିଜ୍‌

ଫିଲ୍ମ ପ୍ରତି ସୌଖୀନ ଥିବା ଲୋକଙ୍କ ପାଇଁ ଖୁସି ଖବର। ସାଉଥ୍‌ ଆକ୍ଟର ରିଷଭ ସେଟ୍ଟୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘କାନ୍ତାରା’ ବଡ଼ ପରଦାରେ ଜବରଦସ୍ତ ପ୍ରଦର୍ଶନ କରିବା ପରେ ବର୍ତ୍ତମାନ ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍‌ ହେବାକୁ ଯାଉଛି। ଏବେ ଫ୍ୟାନମାନଙ୍କୁ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। କାହିଁକି ନା, ଆଉ ଦିନକ ପରେ ଅର୍ଥାତ୍‌ ୯ ଡିସେମ୍ବରରେ ଏହି ଫିଲ୍ମ ନେଟ୍‌ଫ୍ଲିକ୍ସରେ ଷ୍ଟ୍ରିମ୍‌ ହେବ।

ଏହି ଫିଲ୍ମ ଚଳିତ ବର୍ଷରେ ଅଧିକ ଆୟ କରିଥିବା ସମସ୍ତ ଫିଲ୍ମକୁ ଜୋର୍‌ଦାର ଟକ୍କର ଦେଇଛି। ନୂଆ ନୂଆ ରିଲିଜ୍‌ ପରେ ମଧ୍ୟ ଏହି ଫିଲ୍ମ ସିନେମାଘରେ ହାଉସ୍‌ଫୁଲ ରହିଥିଲା। କେବଳ ଦେଶ ନୁହେଁ, ଦେଶ ବାହାରେ ମଧ୍ୟ ଏହା ଆଶାଠାରୁ ଅଧିକ ଆୟ କରି ସାରିଛି। ଫିଲ୍ମ ଓ୍ଵାର୍ଲ୍ଡ ଓ୍ଵାଇଡ୍‌ ବକ୍ସ ଅଫିସ୍‌ରେ ୪୦୦.୯୦ କୋଟି ଟଙ୍କାରୁ ଅଧିକ ବିଜନେସ୍‌ କରିଛି। ଫିଲ୍ମ ୩୦ ସେପ୍ଟେମ୍ବରରେ ସିନେମାଘରେ ରିଲିଜ୍‌ ହୋଇଥିଲା। ୧୫୦ ମିନିଟ୍‌ର ଏହି ଫିଲ୍ମକୁ ପ୍ରଥମେ କେବଳ କନ୍ନଡ଼ରେ ରିଲିଜ୍‌ କରାଯାଇଥିଲା।

ନେଟ୍‌ଫ୍ଲିକ୍ସ ସୋସିଆଲ ମିଡିଆରେ ନିଜର ଅଫିସିଆଲ ଆକାଉଣ୍ଟରୁ ଏକ ଭିଡିଓ ଜାରି କରି ଫିଲ୍ମର ଓଟିଟି ରିଲିଜ୍‌ ଡେଟ୍‌ ବିଷୟରେ ଘୋଷଣା କରିଛି। ରିଲିଜ୍‌ ଡେଟ୍‌ ସହିତ ଏହା ମଧ୍ୟ କୁହାଯାଇଛି ଯେ ହିନ୍ଦୀ ବେଲ୍ଟର ଦର୍ଶକମାନଙ୍କ ପାଇଁ ଫିଲ୍ମକୁ ହିନ୍ଦୀ ଭାଷାରେ ବି ରିଲିଜ୍‌ କରାଯାଉଛି। ଫିଲ୍ମକୁ ହିନ୍ଦୀରେ ରିଲିଜ୍‌ କରିବା ପୂର୍ବରୁ ନିର୍ଦ୍ଦେଶକ ରିଷଭ୍‌ ସେଟ୍ଟୀ ଅନେକ ସହରରେ ବୁଲି ଫିଲ୍ମ ପ୍ରଦର୍ଶନ କରିଛନ୍ତି। କହି ରଖୁଛୁ, ଗତ ମାସରେ ଖବର ଆସିଥିଲା କି, ଏହି ଫିଲ୍ମ ୨୪ ନଭେମ୍ବରରେ ଆମାଜନ ପ୍ରାଇମ୍‌ ଭିଡିଓରେ ରିଲିଜ୍‌ ହେବାର ଅଛି। କିନ୍ତୁ ସେଭିଳି କିଛି ହୋଇ ନ ଥିଲା।

କ’ଣ ରହିଛି ଫିଲ୍ମର କାହାଣୀ

ଫିଲ୍ମ କାନ୍ତାରାରେ ରୀତିନୀତି ଏବଂ ପରମ୍ପରାଗୁଡ଼ିକୁ ଅତି ସୁନ୍ଦର ଭାବରେ ଦର୍ଶାଯାଇଛି, ଯାହାକି ପିଢ଼ି ପରେ ପିଢ଼ି ଚାଲି ଆସୁଛି। ଫିଲ୍ମରେ ଜଳ, ଜଙ୍ଗଲ ଏବଂ ଭୂମିର ଲଢ଼େଇ ଦେଖାଯାଇଛି। ଏଥିରେ ଦର୍ଶାଯାଇଛି କି, କେଉଁଭଳି ଭାବେ ଗାଁ ଲୋକେ ନିଜର ଭୂମି ଏବଂ ପରମ୍ପରାକୁ ସଂରକ୍ଷିତ କରିବାକୁ ଚାହୁଁଛନ୍ତି। ସେପଟେ ଫରେଷ୍ଟ ବିଭାଗରେ ମଧ୍ୟ ଜଙ୍ଗଲକୁ ନେଇ ସମାନ ଲଢ଼େଇ ଚାଲିଛି।

Roshni

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

4 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

32 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

51 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

59 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago