ସଂଖ୍ୟାଲଘୁ ଅନୁଷ୍ଠାନ ଗୁଡିକରେ ଶିକ୍ଷକ ନିଯୁକ୍ତି ଦାୟିତ୍ୱ ସରକାର ନିଜ ହାତକୁ ନେଇ ପାରିବେ କି? ଆଜି ରାୟ ଦେଇପାରନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଇନ ଜରିଆରେ ମଦ୍ରାସା ଭଳି ସଂଖ୍ୟାଲଘୁ ଅନୁଷ୍ଠାନଗୁଡିକରେ ଶିକ୍ଷକ ନିଯୁକ୍ତି ଦାୟିତ୍ୱ ସରକାର ନିଜ ହାତକୁ ନେଇ ପାରିବେ କି? ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଜି ରାୟ ଦେଇ ପାରନ୍ତି ସୁପ୍ରିମକୋର୍ଟ। ପଶ୍ଚିମବଙ୍ଗ ସରକାରଙ୍କ ମଦ୍ରାସା ସର୍ଭିସ କମିଶନ ଆକ୍ଟ ୨୦୦୮ର ସାମ୍ବିଧାନିକ ବୈଧତା ନେଇ ରାୟ ଶୁଣାଇବେ ଜଷ୍ଟିସ ଅରୁଣ ମିଶ୍ର ଓ ଜଷ୍ଟିସ ୟୁ ୟୁ ଲଳିତ।

ଆକ୍ଟ ମୁତାବକ ଖାଲି ପଡିଥିବା ଶିକ୍ଷକ ନିଯୁକ୍ତି ନେଇ ଚୟନ ଓ ସୁପାରିଶ ଦାୟିତ୍ୱ କମିଶନ ହାତରେ ରହିବ। ଏହାକୁ ନେଇ ବିଭିନ୍ନ ମଦ୍ରାସାର ପରିଚାଳନା କମିଟି କଲିକତା ହାଇକୋର୍ଟରେ ଆବେଦନ କରିଥିଲେ । ଆଇନକୁ ଅସାମ୍ବିଧାନିକ କହିଥିଲେ କୋଲକତା ହାଇକୋର୍ଟ। କାରଣ ଏହି ଆଇନ ସମ୍ବିଧାନର ଆର୍ଟିକଲ୍‌ ୩୦ର ଉଲ୍ଲଂଘନ କରୁଛି। ଯେଉଁଥିରେ ରହିଛି, ସବୁ ସଂଖ୍ୟାଲଘୁ ନିଜସ୍ୱ ଇଚ୍ଛାରେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଓ ପରିଚାଳନା କରିପାରିବେ। ଏହି ରାୟ ପରେ ନୂଆ ଆଇନରେ ନିଯୁକ୍ତି ପାଇଥିବା ଶିକ୍ଷକମାନେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଆଜି ଏହି ମାମଲାର ରାୟ ଆସିପାରେ।

KNews Bureau

Recent Posts

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

15 mins ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

18 mins ago

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

40 mins ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

43 mins ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

1 hour ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

1 hour ago