Below header

ସଂଖ୍ୟାଲଘୁ ଅନୁଷ୍ଠାନ ଗୁଡିକରେ ଶିକ୍ଷକ ନିଯୁକ୍ତି ଦାୟିତ୍ୱ ସରକାର ନିଜ ହାତକୁ ନେଇ ପାରିବେ କି? ଆଜି ରାୟ ଦେଇପାରନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଇନ ଜରିଆରେ ମଦ୍ରାସା ଭଳି ସଂଖ୍ୟାଲଘୁ ଅନୁଷ୍ଠାନଗୁଡିକରେ ଶିକ୍ଷକ ନିଯୁକ୍ତି ଦାୟିତ୍ୱ ସରକାର ନିଜ ହାତକୁ ନେଇ ପାରିବେ କି? ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଜି ରାୟ ଦେଇ ପାରନ୍ତି ସୁପ୍ରିମକୋର୍ଟ। ପଶ୍ଚିମବଙ୍ଗ ସରକାରଙ୍କ ମଦ୍ରାସା ସର୍ଭିସ କମିଶନ ଆକ୍ଟ ୨୦୦୮ର ସାମ୍ବିଧାନିକ ବୈଧତା ନେଇ ରାୟ ଶୁଣାଇବେ ଜଷ୍ଟିସ ଅରୁଣ ମିଶ୍ର ଓ ଜଷ୍ଟିସ ୟୁ ୟୁ ଲଳିତ।

supreme court ଆକ୍ଟ ମୁତାବକ ଖାଲି ପଡିଥିବା ଶିକ୍ଷକ ନିଯୁକ୍ତି ନେଇ ଚୟନ ଓ ସୁପାରିଶ ଦାୟିତ୍ୱ କମିଶନ ହାତରେ ରହିବ। ଏହାକୁ ନେଇ ବିଭିନ୍ନ ମଦ୍ରାସାର ପରିଚାଳନା କମିଟି କଲିକତା ହାଇକୋର୍ଟରେ ଆବେଦନ କରିଥିଲେ । ଆଇନକୁ ଅସାମ୍ବିଧାନିକ କହିଥିଲେ କୋଲକତା ହାଇକୋର୍ଟ। କାରଣ ଏହି ଆଇନ ସମ୍ବିଧାନର ଆର୍ଟିକଲ୍‌ ୩୦ର ଉଲ୍ଲଂଘନ କରୁଛି। ଯେଉଁଥିରେ ରହିଛି, ସବୁ ସଂଖ୍ୟାଲଘୁ ନିଜସ୍ୱ ଇଚ୍ଛାରେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଓ ପରିଚାଳନା କରିପାରିବେ। ଏହି ରାୟ ପରେ ନୂଆ ଆଇନରେ ନିଯୁକ୍ତି ପାଇଥିବା ଶିକ୍ଷକମାନେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଆଜି ଏହି ମାମଲାର ରାୟ ଆସିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.