Below header

ଶୀତ ଦିନ ଯୋଗୁଁ କେଶ ଅଧିକ ଝଡୁଛି କି ? ମୁକ୍ତି ପାଇଁ ଆପଣାନ୍ତୁ ଏହି ପ୍ରାକୃତିକ ଉପାୟ

ଶୀତ ଦିନେ ସବୁଠାରୁ ବଡ଼ ସମସ୍ଯା ହେଉଛି କେଶ ଝଡିବା । ଯାହା ପ୍ରାୟ ସମସ୍ତଙ୍କ ଚିନ୍ତାର କାରଣ । ତେଣୁ ଏହି ଦିନ କେଶର ଯତ୍ନ ନେବା ନିହାତି ଜରୁରୀ । କାରଣ ଏହି ଦିନ ମାନଙ୍କରେ କେଶର ସଠିକ୍ ଯତ୍ନ ନେଉଛନ୍ତି ତେବେ କେଶ ଭଲ ଭାବରେ ବଢିଥାଏ । ତେବେ ଶୀତ ଦିନେ କେଶକୁ ମଜଭୁତ ଏବଂ ଘନ କରିବା ପାଇଁ ଆୟୁର୍ବେଦିକ୍ ହର୍ବ୍ସ ବ୍ଯବହାର କରିବା ଲାଭଦାୟକ ହୋଇଥାଏ । ଆଜି ଆମେ ଆପଣଙ୍କୁ ୪ଟି ଆୟୁର୍ବେଦିକ୍ ହର୍ବ୍ସ ବିଷୟରେ କହିବୁ ଯାହାକୁ ଆପଣ ଶୀତ ଦିନେ କେଶରେ ଲଗାଇପାରିବେ ।

ଲିମ୍ବ 

Neemଶୀତ ଦିନେ କେଶର ସବୁଠାରୁ ବଡ଼ ସମସ୍ଯା ହେଉଛି ରୂପି ଏବଂ ମୂଳ କୁଣ୍ଡାଇହେବା । ଯଦି ଆପଣଙ୍କ ସହ ମଧ୍ୟ ଏପରି ହେଉଛି ତେବେ ଲିମ୍ବ ପତ୍ର ବ୍ଯବହାର କରିପାରିବେ । ଲିମ୍ବରେ ଆନାଲଜେସିକ୍ ଏବଂ ଆଣ୍ଟିଇନଫ୍ଳାମେଟ୍ରି ଗୁଣ ଥାଏ । ଯାହାର କେଶର ସମସ୍ତ ସମସ୍ଯା ଦୂର କରିଥାଏ । ତେଣୁ ଲିମ୍ବ ପତ୍ରକୁ ବାଟି କେଶରେ ମାସ୍କ ପରି ଲଗାନ୍ତୁ ।

ଅଁଳା 

amla

ଅଁଳାରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସଡେଣ୍ଟ୍ ଥାଏ । ଯାହା କୋଲୋଜନ୍ ପ୍ରଡକ୍ସନ୍ କରିବାରେ ସାହାଯ୍ଯ କରିଥାଏ । କୋଲୋଜନ୍ କେଶ ବଢିବାରେ ସାହାଯ୍ଯ କରିଥାଏ । ଅଁଳା ପାଉଡରକୁ ପାଣିରେ ମିଶାଇ କେଶର ମୂଳରେ ଲଗାଇ ଅଧ ଘଂଟା ପର୍ଯ୍ଯନ୍ତ ଛାଡିଦିଅନ୍ତୁ । ଏହା ପରେ ଥଣ୍ଡା ପାଣିରେ ଭଲ ଭାବରେ ଧୋଇଦିଅନ୍ତୁ ।

ମେଥି 

fenugreekମେଥି ଏକ ପ୍ରାକୃତିକ କଣ୍ଡିସନର୍ । ଏଥିରେ ଆଣ୍ଟିଫଙ୍ଗଲ୍ ଏବଂ ଆଣ୍ଟିଅକ୍ସିଡେଣ୍ଟ ଯାହା କେଶକୁ ବଢିବାରେ ସାହାଯ୍ଯ କରିଥାଏ । ମେଥି, ଅଁଳା, ଶିକାକାଇ ଏବଂ ମେହେନ୍ଦିର ପେଷ୍ଟ ତିଆରି କରି କେଶ ମୂଳରେ ଭଲ ଭାବରେ ଲଗାନ୍ତୁ । ଅଧଘଂଟା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।

ମେହନ୍ଦି

mehendiମେହେନ୍ଦିରେ ଆଣ୍ଟିବ୍ଯାକ୍ଟିରିୟଲ୍ ଏବଂ ଆଣ୍ଟିମାଇକ୍ରୋବିୟଲ୍  ଗୁଣ ଥାଏ । ଯାହା କେଶକୁ ଲମ୍ବା କରିବାରେ ସାହାଯ୍ଯ କରିଥାଏ । ଏହା କେଶ ମୂଳରେ ଥିବା ଅତ୍ଯଧିକ ତେଲକୁ ବାହାରକରିଥାଏ । ମେହନ୍ଦିକୁ ପାଣିରେ ଗୋଳାଇ ରାତିସାରା ରଖନ୍ତୁ । ପରଦିନ ସକାଳେ ଏହାକୁ ମୁଣ୍ଡରେ ଲଗାଇ ୧ / ୨ ଘଂଟା ପରେ ଧୋଇ ଦିଅନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.