ସେକ୍ସ ର‌୍ୟାକେଟ ମାମଲାରେ ଗିରଫ ହେଲେ ବଲିଉଡର ଏହି ପ୍ରଡକ୍ସନ୍ ମ୍ୟାନେଜର, ଉଜବେକିସ୍ତାନର ଦୁଇ ମହିଳା ଉଦ୍ଧାର

ମୁମ୍ବାଇ:ବଲିଉଡ୍ ର ଜଣେ ପ୍ରଡକ୍ସନ୍ ମ୍ୟାନେଜରଙ୍କୁ କଥିତ ରୂପେ ସେକ୍ସ ର‌୍ୟାକେଟରେ ସାମିଲ୍ ରହିବା ଅଭିଯୋଗରେ ଗିରଫ କରାଯାଇଛି। ଅଭିଯୁକ୍ତ ଜଣଙ୍କ ଜୁହୁ ସ୍ଥିତ ଉପନଗରୀୟ ଅଞ୍ଚଳରେ ଏକ ଫୋର୍ ଷ୍ଟାର ହୋଟେଲରେ ଚାଲୁଥିବା ସେକ୍ସ ର‌୍ୟାକେଟ ମାମଲାରେ ଧରାପଡିଛନ୍ତି। ପୋଲିସ୍ ଶନିବାର ଦିନ ଏନେଇ ସୂଚନା ଦେଇଛି ।

arrestଜଣେ ଅଧିକାରୀ କହିଛନ୍ତି କି , ଗୁପ୍ତ ସୂଚନା ଆଧାରରେ ସାମାଜିକ ସେବା ଶାଖା ପକ୍ଷରୁ ଜେଡ୍ ଲକ୍ସଜରୀ ହୋଟେଲରେ ଶୁକ୍ରବାର ଚଢାଉ କରାଯାଇଥିଲା ଏବଂ ପ୍ରଡକ୍ସନ୍ ମ୍ୟାନେଜର ରାଜେଶ କୁମାର ଲାଲଙ୍କୁ ଗରଫ କରାଯାଇଥିଲା । ଏହି ଚଢାଉରେ ଉଜବେକିସ୍ତାନର ଦୁଇ ମହିଳାଙ୍କୁ ମଧ୍ୟ ସେଠାରୁ ଉଦ୍ଧାର କରାଯାଇଥିଲା । ଅନ୍ୟପଟେ ୨୩ଡିସେମ୍ବର ଦିନ ମଧ୍ୟ ଏସଏସ୍ ଶାଖା ପକ୍ଷରୁ ଏକ ହୋଟେଲରେ ସେକ୍ସ ର‌୍ୟାକେଟରେ ସାମିଲ୍ ଥିବା ୩ଜଣ ମିଳାଙ୍କୁ ଉଦ୍ଧାର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.