ନୂଆଦିଲ୍ଲୀ: ସିଏଏକୁ ନେଇ ବିରୋଧୀଙ୍କୁ ଗୃହ ମନ୍ତ୍ରୀଙ୍କ ଟାର୍ଗେଟ୍। ନାଗରିକତା ସଂଶୋଧନ ଆଇନ୍ ବିରୋଧରେ ହିଂସାତ୍ମକ ଆନ୍ଦୋଳନ ପାଇଁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଦାୟୀ ବୋଲି କହିଛନ୍ତି ଅମିତ ଶାହ। ଲୋକଙ୍କୁ ବିଭ୍ରାନ୍ତ କରି ହିଂସାକାଣ୍ଡ ପାଇଁ ଉସୁକାଇଛନ୍ତି ବୋଲି ସେ ଅଭିଯୋଗ କହିଛନ୍ତି। ସେହିଭଳି ଯେଉଁମାନେ ସିଏଏକୁ ବିରୋଧ କରୁଛନ୍ତି, ପାକିସ୍ତାନ ନାନ୍କାନା ସାହିବ ଗୁରୁଦ୍ୱାର ଆକ୍ରମଣ ସେମାନଙ୍କ ପାଇଁ ଉତ୍ତର ବୋଲି ଶାହ କହିଛନ୍ତି। ରାହୁଲ, ସୋନିଆ ଓ କେଜ୍ରିଓ୍ଵାଲ ଏବେ ଆଖି ଖୋଲନ୍ତୁ ବୋଲି କହିଛନ୍ତି ଅମିତ ଶାହ।