Below header

ଏବେ Paytm ଏବଂ Google Pay ମଧ୍ୟ ନାହିଁ ସୁରକ୍ଷିତ, ୧ଲକ୍ଷ ଟଙ୍କା ଠକାମିର ଶିକାର ହେଲେ ବ୍ୟକ୍ତି

ଆପଣ ଯଦି ଅନଲାଇନ୍‌ ପେମେଣ୍ଟ କରିବା ପାଇଁ paytm କିମ୍ବା google pay ଭଳି ଆପ୍ସ ବ୍ୟବହାର କରୁଛନ୍ତି ତେବେ ଆପଣ ବର୍ତ୍ତମାନ ସାବଧାନତାର ସହ ବ୍ୟବହାର କରନ୍ତୁ। ଆମେ ଆପଣଙ୍କୁ ଏଭଳି କହିବାର କାରଣ ଡିଜିଟାଲ ପେମେଣ୍ଟ ସହ ଜଡିତ ଥିବା ଏଭଳି ଏକ ଠକାମି ଘଟଣା ମହାରାଷ୍ଟ୍ର ସହରର ଥାଣେ ଅଞ୍ଚଳରୁ ସାମ୍ନାକୁ ଆସିଛି। ସୂଚନା ମୁତାବକ ଅନଲାଇନ ଫ୍ରର୍ଡ ମାଧ୍ୟମରେ ଜଣେ ବ୍ୟକ୍ତି ୧ ଲକ୍ଷ ଟଙ୍କାର ଠକାମିର ଶିକାର ହୋଇଛନ୍ତି।

ରିପୋର୍ଟ ଅନୁଯାୟୀ ପତଲୀପାଡା ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ଫେସବୁକ୍‌ରେ ଗତ ୨୧ ଡିସେମ୍ବର ଦିନ ନିଜର ଫର୍ଣ୍ଣିଚର ବିକ୍ରି କରିବା ପାଇଁ ବିଜ୍ଞାପନ ପୋଷ୍ଟ କରିଥିଲେ। ବିଜ୍ଞାପନ ଦେଖିବା ପରେ ୨୪ ଡିସେମ୍ବରରେ ରାଜେନ୍ଦ୍ର ଶର୍ମା ନାମକ ଜଣେ ବ୍ୟକ୍ତି ଫୋନ କରି ଫର୍ଣ୍ଣିଚର କିଣିବା ପାଇଁ କହିଥିଲେ। ରାଜେନ୍ଦ୍ର କହିଥିଲେ ସେ ଫର୍ଣ୍ଣିଚରର ମୂଲ୍ୟ ପେଟିଏମ୍‌ କିମ୍ବା ଗୁଗଲ୍‌ ପେ ରେ ପଠାଇଦେବେ।

2020_ଉକ୍ତ ଘଟଣାରେ ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି ରାଜେନ୍ଦ୍ର ଶର୍ମାଙ୍କ ଦ୍ୱାରା ପେଟିଏମ୍‌ ଏବଂ ଗୁଗଲ୍‌ ପେ ରୁ ତିନି ଥର ଟ୍ରାଞ୍ଜେକ୍ସନ କରାଯାଇଥିଲା କିନ୍ତୁ ତାଙ୍କୁ ଟଙ୍କା ମିଳିବା ବଦଳରେ ତାଙ୍କ ଆକାଉଣ୍ଟରୁ ୧.୦୧ ଲକ୍ଷ ଟଙ୍କା କଟିଯାଇଥିଲା। ଏହାପରେ ବ୍ୟକ୍ତି ଜଣକ ଠକାମିର ଶିକାର ହେଉଛନ୍ତି ବୋଲି ଜାଣିବା ପରେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଏହି ଘଟଣାରେ ଭାରତୀୟ ଦଣ୍ଡ ସଂହିତା ସେକ୍ସନ ୪୨୦ ଜରିଆରେ କେସ୍‌ ରେଜିଷ୍ଟର କରାଯାଇଛି। ପୋଲିସ ଅଧିକାରୀଙ୍କ କହିବାନୁଯାୟୀ ବର୍ତ୍ତମାନ ଏହି ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.