ସୁଲେମାନିର ମୃତ୍ୟୁ ପରେ ଆମେରିକା-ଇରାନ୍‌ ମଧ୍ୟରେ ବଢୁଛି ବିବାଦ, ବାଗ୍‌ଦାଦ୍‌ ସ୍ଥିତ ୟୁଏସ୍‌ ଦୂତାବାସ ନିଟକରେ ପୁଣି ଆକ୍ରମଣ

ନୂଆଦିଲ୍ଲୀ: ସୁଲେମାନିର ମୃତ୍ୟୁ ପରେ ଆମେରିକା-ଇରାନ୍‌ ମଧ୍ୟରେ ବଢୁଛି ବିବାଦ । ବାଗ୍‌ଦାଦ୍‌ ସ୍ଥିତ ୟୁଏସ୍‌ ଦୂତାବାସ ନିଟକରେ ପୁଣି ଆକ୍ରମଣ ହୋଇଛି । ଗତକାଲି ରାତିରେ ୟୁଏସ୍‌ ଦୂତାବାସ ନିଟକରେ ରକେଟ୍‌ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ କାହାରି କିଛି କ୍ଷତି ହୋଇନଥିବା ଜଣାପଡ଼ିଛି । ଏହାରି ଭିତରେ ଆମେରିକା ବିଦେଶ ମନ୍ତ୍ରୀ ମାଇକ୍‌ ପୋମ୍ପିଓ ଭାରତ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସହିତ ଆଲୋଚନା କରିଛନ୍ତି । ସୁଳେମାନିକୁ ନେଇ ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ ଭାରତକୁ ଅବଗତ କରାଇଛନ୍ତି ।

ସେପଟେ ସୁଲେମାନିର ହତ୍ୟା ପରେ ବିଦେଶୀ ସେନା ପ୍ରତ୍ୟାବର୍ତ୍ତନ ନେଇ ଇରାକ୍‌ ସଂସଦରେ ନିଆଯାଇଥିବା ନିଷ୍ପତ୍ତି ଉପରେ ରାଗି ଯାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ । ସେ କହିଛନ୍ତି, ଯଦି ଇରାନ୍‌ ଆମେରିକା ସୈନ୍ୟଙ୍କୁ ଫେରିଯିବାକୁ ବାଧ୍ୟ କରେ, ତେବେ ଆମେ କଠୋର ପ୍ରତିବନ୍ଧକ ଲଗାଇବୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.