ଦେଶ ବିଦେଶ

ଦେଶବ୍ୟାପୀ ଲକ୍‌ ଡାଉନ୍‌ର ଆଜି ଦ୍ୱିତୀୟ ଦିନ: ଠପ୍‌ ହୋଇଯାଇଛି ଗାଁଠୁ ସହର, ବିଭିନ୍ନ ସ୍ଥାନରେ ନାକାବନ୍ଦୀ

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକ୍‌ ଡାଉନ୍‌ର ଆଜି ଦ୍ୱିତୀୟ ଦିନ। ଠପ୍‌ ହୋଇଯାଇଛି ଗାଁଠୁ ସହର। ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯିବା ସହ ବ୍ୟାରିକେଡ୍‌ କରାଯାଇଛି। ଜୋରଦାର ଚାଲିଛି ଚେକିଂ। କିଛି ଲୋକ ସଚେତନ ହୋଇ ଘରେ ରହୁଥିବାବେଳେ ଆଉ କିଛି ନିୟମକୁ ବେଖାତିର କରୁଥିବା ଦେଖିବାକୁ ମିଳୁଛି । ସାମାଜିକ ଦୂରତ୍ୱ ନିୟମକୁ ଫୁ କରି ଉଡାଇ ଦେଉଥିବା ଦେଖିବାକୁ ମିଳୁଛି । ରାସନ ଓ ପରିବା କିଣିବା ପାଇଁ ଗୋଟିଏ ସ୍ଥାନରେ ଏକାଠି ହେଉଛନ୍ତି ବହୁ ସଂଖ୍ୟାରେ ଲୋକ ।

ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଉଛି ପୋଲିସ । କାନ ଧରି ଉଠବସ କରାଇବା ସହ ଲାଠିଚାଳନା କରୁଛି। ଆଜିଠୁ ଆହୁରି କଡାକଡି ହେବ ନିୟମ। କରୋନା ଯୁଦ୍ଧ ପାଇଁ ଲକ୍‌ଡାଉନ୍‌ ଆହ୍ଵାନ୍‌ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ମହାଭାରତ ଯୁଦ୍ଧ ଉଦାହରଣ ଦେଇ ମୋଦି କହିଛନ୍ତି ଏହା ୧୮ଦିନ ଚାଲିଥିବାବେଳେ କରୋନା ଯୁଦ୍ଧ ହେଉଛି ୨୧ ଦିନର । ନିଜ ସୁରକ୍ଷା, ପରିବାର ରକ୍ଷା । କରୋନା ଯୁଦ୍ଧ ଜିତିବା ପାଇଁ ଲଢ଼େଇ । ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ସମସ୍ତେ ଅପିଲ୍‌ କରୁଛନ୍ତି।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago