ଦେଶବ୍ୟାପୀ ଲକ୍‌ ଡାଉନ୍‌ର ଆଜି ଦ୍ୱିତୀୟ ଦିନ: ଠପ୍‌ ହୋଇଯାଇଛି ଗାଁଠୁ ସହର, ବିଭିନ୍ନ ସ୍ଥାନରେ ନାକାବନ୍ଦୀ

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକ୍‌ ଡାଉନ୍‌ର ଆଜି ଦ୍ୱିତୀୟ ଦିନ। ଠପ୍‌ ହୋଇଯାଇଛି ଗାଁଠୁ ସହର। ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯିବା ସହ ବ୍ୟାରିକେଡ୍‌ କରାଯାଇଛି। ଜୋରଦାର ଚାଲିଛି ଚେକିଂ। କିଛି ଲୋକ ସଚେତନ ହୋଇ ଘରେ ରହୁଥିବାବେଳେ ଆଉ କିଛି ନିୟମକୁ ବେଖାତିର କରୁଥିବା ଦେଖିବାକୁ ମିଳୁଛି । ସାମାଜିକ ଦୂରତ୍ୱ ନିୟମକୁ ଫୁ କରି ଉଡାଇ ଦେଉଥିବା ଦେଖିବାକୁ ମିଳୁଛି । ରାସନ ଓ ପରିବା କିଣିବା ପାଇଁ ଗୋଟିଏ ସ୍ଥାନରେ ଏକାଠି ହେଉଛନ୍ତି ବହୁ ସଂଖ୍ୟାରେ ଲୋକ ।

policeଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଉଛି ପୋଲିସ । କାନ ଧରି ଉଠବସ କରାଇବା ସହ ଲାଠିଚାଳନା କରୁଛି। ଆଜିଠୁ ଆହୁରି କଡାକଡି ହେବ ନିୟମ। କରୋନା ଯୁଦ୍ଧ ପାଇଁ ଲକ୍‌ଡାଉନ୍‌ ଆହ୍ଵାନ୍‌ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ମହାଭାରତ ଯୁଦ୍ଧ ଉଦାହରଣ ଦେଇ ମୋଦି କହିଛନ୍ତି ଏହା ୧୮ଦିନ ଚାଲିଥିବାବେଳେ କରୋନା ଯୁଦ୍ଧ ହେଉଛି ୨୧ ଦିନର । ନିଜ ସୁରକ୍ଷା, ପରିବାର ରକ୍ଷା । କରୋନା ଯୁଦ୍ଧ ଜିତିବା ପାଇଁ ଲଢ଼େଇ । ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ସମସ୍ତେ ଅପିଲ୍‌ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.