ଆଜିଠାରୁ ସଂସଦର ବଜେଟ ଅଧିବେଶନ , ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ

ଦିଲ୍ଲୀ(କେନ୍ୟୁଜ୍) : ଆଜିଠାରୁ ଆରମ୍ଭ ହେଉଛି ସଂସଦର ବଜେଟ ଅଧିବେଶନ। ଏହା ପୂର୍ବରୁ ଗତକାଲି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ, ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବଙ୍କ ସହ ସମସ୍ତ ନେତା ଏହି ବୈଠକରେ ଯୋଗ ଦେଇ ବଜେଟ ଅଧିବେଶନକୁ ସୁରୁଖୁରୁରେ ଚଲାଇବା ନେଇ ଆଲୋଚନା କରିଥିଲେ। ବଜେଟ ଅଧିବେଶନ ଫେବୃଆରି ୧୩ତାରିଖ ପର‌୍ୟ୍ୟନ୍ତ ଚାଲିବ। ବର୍ତ୍ତମାନର ମୋଦି ସରକାରଙ୍କର ଏହା ଶେଷ ବଜେଟ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସଂସଦର ଉଭୟ ଗୃହକୁ ସମ୍ବୋଧନ କରିବେ। ଆସନ୍ତାକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ ବଜେଟ ଉପସ୍ଥାପନ କରିବେ। ସେପଟେ ସଂସଦର ବଜେଟ ଅଧିବେଶନରେ ବିଜେଡି କୋଇଲା ରୟାଲଟି ପ୍ରସଙ୍ଗ, ଏମଏସପି ବୃଦ୍ଧି ପ୍ରସଙ୍ଗ, ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା, ମହିଳା ସଂରକ୍ଷଣ ଆଦି ବିଲ ଉଠାଇବ ବୋଲି ଜଣାପଡ଼ିଛି।

 

KNews Bureau

Recent Posts

ଆଖି ପିଛୁଳାକେ ଚାଲି ଯାଇଥାନ୍ତା ଜୀବନ, ରେଳ ଯାତ୍ରୀଙ୍କୁ ବଞ୍ଚାଇ ଦେଲେ ସୁରକ୍ଷା କର୍ମୀ

କଟକ (କେନ୍ୟୁଜ୍‌) : ଜୀବନ ବଞ୍ଚାଇ ଦେଲେ ରମେଶ। କଟକ ରେଳବାଇ ପୋଲିସ୍‌ କର୍ମଚାରୀଙ୍କ ସାହସିକତା ପାଇଁ ବଞ୍ଚି ଗଲା…

9 mins ago

ବିଜେପି ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଏମିତି ଆସିଥିଲେ କିଛି ନିଆରା ବ୍ୟକ୍ତି

ଭୁବନେଶ୍ୱର: ଚାରିଆଡ଼େ ପରିବର୍ତ୍ତନର ସ୍ୱର । ଓଡ଼ିଶା ରାଜନୀତିରେ ହୋଇଛି ବଡ଼ ପରିବର୍ତ୍ତନ । ଦୀର୍ଘ ୨୪ ବର୍ଷ ଧରି…

20 mins ago

କଳିଙ୍ଗ ଟିଭିକୁ ଧନ୍ୟବାଦ ଜଣାଇଲେ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ମୋହନ ଚରଣ  ମାଝୀ ଏବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ଗତକାଲି ତାଙ୍କ ନେତୃତ୍ୱରେ ବିଜେପି ସରକାର…

48 mins ago

ନାଗପୁର ହିଟ ଆଣ୍ଡ ରନ ମାମଲା ; ୩ଶହ କୋଟିର ସଂପତ୍ତି ପାଇଁ ବୋହୂ ଦେଇଥିଲା ସୁପାରୀ

କି ଯୁଗ ହେଲା । ସମ୍ପତି ଲୋଭ ମଣିଷକୁ ଅନ୍ଧ କଲା । ଭୁଲିଗଲା ସବୁ ସମ୍ପର୍କ । ଶଶୁର…

1 hour ago

ରାଜ୍ୟରୁ ହଟିଲା 5T ଓ ମୋ ସରକାର, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରୁ ବୋର୍ଡ ହଟାଇବାବୁ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରୁ ହଟିଲା 5T ଓ ମୋ ସରକାର । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରୁ ବୋର୍ଡ ହଟାଇବାବୁ…

2 hours ago

ପୋକ୍ସୋ ମାମଲା: ବିଏସ୍ ୟେଦିୟୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରାଯାଇଛି । ବେଙ୍ଗାଲୁରୁର ଏକ…

2 hours ago