ଆଜି ପୁଣି କମିଲା ପେଟ୍ରୋଲ ଓ ଡିଜେଲ ଦର, ୧୯ ଦିନରେ ଶସ୍ତା ହୋଇଛି ୪ ଟଙ୍କା ୨୭ ପଇସା

ନୂଆଦିଲ୍ଲୀ : ବିଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲର ଦର ଲଗାତାର ହ୍ରାସ ହେବାରେ ଲାଗିଛି। ଗତ ୧୯ ଦିନ ମଧ୍ୟରେ ତୈଳ ଦର ଲିଟର ପିଛା ମୋଟ ୪ ଟଙ୍କା ୨୭ ପଇସା କମିଛି ।

ସେହିପରି ଦିଳ୍ଲୀରେ ଆଜି ୨୧ ପଇସା କମ ହେବା ସହ ଡିଜେଲ ୭୬ ଟଙ୍କା ୬୭ ପଇସା ରହିଥିବା ବେଳେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୨ ପଇସା କମ ହୋଇ ପେଟ୍ରୋଲ ୮୪ ଟଙ୍କା ୬ ପଇସା ଏବଂ ଡିଜେଲ ୭୬ ଟଙ୍କା ୬୭ ପଇସା ରହିଛି ।

ରବିବାର ମଧ୍ୟ କମ ହୋଇଥିଲା ଦର

ରବିବାର ଦିଲ୍ଲୀରେ ପେଟ୍ରୋଲର ଦର ୨୧ପଇସା ଲିଟର ପିଛା କମ ହୋଇଥିବା ବେଳେ ପେଟ୍ରୋଲ ଦାମ ରହିଥିଲା ୭୮.୭୮ ପ୍ରତି ଲିଟର। ସେହିପରି ଡ଼ିଜେଲର ମୂଲ୍ଯ ୧୭ପଇସା କମ ହେବା ସହ ଲିଟର ପିଛା ରହିଥିଲା ୭୩,୩୬ ଟଙ୍କା। ପୂର୍ବରୁ ତେଲ ଦର କ୍ରମାଗତ ଭାବେ ବଢ଼ି ୮୦ ଟଙ୍କା ଟପି ଯାଇଥିଲା । ଫଳରେ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଥିଲା । ଏବେ ଏଥିରେ ହ୍ରାସ ଗ୍ରାହକଙ୍କୁ କିଛି ମାତ୍ରାରେ ଆଶ୍ବସ୍ତି ଦେଇଛି।

ଆଜି ଭୁବନେଶ୍ବରରେ ପେଟ୍ରୋଲ ମୂଲ୍ଯ ୨୧ ପଇସା କମି ୭୭ ଟଙ୍କା ୬୪ ପଇସା ରହିଥିବା ବେଳେ ଡିଜେଲ ଦର ୧୮ ପଇସା କମ ହୋଇ ଲିଟର ପିଛା ରହିଛି ୭୮ ଟଙ୍କା ୭ ପଇସା। ତେବେ ଦର କମି ଚାଲିଥିଲେ ମଧ୍ୟ ଡିଜେଲ ଦାମ୍ ଏବେବି ପେଟ୍ରୋଲ ଠାରୁ ଅଧିକ ରହିଛି। ଇରାନରୁ ତୈଳ ଆମଦାନୀ ଉପରେ ଆମେରିକା କଟକଣା କୋହଳ କରିବା ପରେ ତୈଳଦର ଆଉ ଟିକେ କମ ହେବ ବୋଲି ଆଶା କରାଯାଉଛି।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago