ଆଜି ପୁଣି କମିଲା ପେଟ୍ରୋଲ ଓ ଡିଜେଲ ଦର, ୧୯ ଦିନରେ ଶସ୍ତା ହୋଇଛି ୪ ଟଙ୍କା ୨୭ ପଇସା

ନୂଆଦିଲ୍ଲୀ : ବିଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲର ଦର ଲଗାତାର ହ୍ରାସ ହେବାରେ ଲାଗିଛି। ଗତ ୧୯ ଦିନ ମଧ୍ୟରେ ତୈଳ ଦର ଲିଟର ପିଛା ମୋଟ ୪ ଟଙ୍କା ୨୭ ପଇସା କମିଛି ।
ସେହିପରି ଦିଳ୍ଲୀରେ ଆଜି ୨୧ ପଇସା କମ ହେବା ସହ ଡିଜେଲ ୭୬ ଟଙ୍କା ୬୭ ପଇସା ରହିଥିବା ବେଳେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୨ ପଇସା କମ ହୋଇ ପେଟ୍ରୋଲ ୮୪ ଟଙ୍କା ୬ ପଇସା ଏବଂ ଡିଜେଲ ୭୬ ଟଙ୍କା ୬୭ ପଇସା ରହିଛି ।
ରବିବାର ମଧ୍ୟ କମ ହୋଇଥିଲା ଦର
ରବିବାର ଦିଲ୍ଲୀରେ ପେଟ୍ରୋଲର ଦର ୨୧ପଇସା ଲିଟର ପିଛା କମ ହୋଇଥିବା ବେଳେ ପେଟ୍ରୋଲ ଦାମ ରହିଥିଲା ୭୮.୭୮ ପ୍ରତି ଲିଟର। ସେହିପରି ଡ଼ିଜେଲର ମୂଲ୍ଯ ୧୭ପଇସା କମ ହେବା ସହ ଲିଟର ପିଛା ରହିଥିଲା ୭୩,୩୬ ଟଙ୍କା। ପୂର୍ବରୁ ତେଲ ଦର କ୍ରମାଗତ ଭାବେ ବଢ଼ି ୮୦ ଟଙ୍କା ଟପି ଯାଇଥିଲା । ଫଳରେ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଥିଲା । ଏବେ ଏଥିରେ ହ୍ରାସ ଗ୍ରାହକଙ୍କୁ କିଛି ମାତ୍ରାରେ ଆଶ୍ବସ୍ତି ଦେଇଛି।
ଆଜି ଭୁବନେଶ୍ବରରେ ପେଟ୍ରୋଲ ମୂଲ୍ଯ ୨୧ ପଇସା କମି ୭୭ ଟଙ୍କା ୬୪ ପଇସା ରହିଥିବା ବେଳେ ଡିଜେଲ ଦର ୧୮ ପଇସା କମ ହୋଇ ଲିଟର ପିଛା ରହିଛି ୭୮ ଟଙ୍କା ୭ ପଇସା। ତେବେ ଦର କମି ଚାଲିଥିଲେ ମଧ୍ୟ ଡିଜେଲ ଦାମ୍ ଏବେବି ପେଟ୍ରୋଲ ଠାରୁ ଅଧିକ ରହିଛି। ଇରାନରୁ ତୈଳ ଆମଦାନୀ ଉପରେ ଆମେରିକା କଟକଣା କୋହଳ କରିବା ପରେ ତୈଳଦର ଆଉ ଟିକେ କମ ହେବ ବୋଲି ଆଶା କରାଯାଉଛି।