ଅପଣଙ୍କ ଗୋଡ଼ ଏବଂ ହାତ ମକଚି ଯାଇଛି କି ? ତେବେ ଆପଣଙ୍କ ଘରେ ରହିଛି ଏହି ଯନ୍ତ୍ରଣାର ଉପଶମ

ବେଳେବେଳେ ଏମିତି ହୋଇଥାଏ ଯେ ଚାଲୁଥିବା ସମୟରେ ହଠାତ୍ ଗୋଡ ମକଚି ଯାଇଥାଏ। ଯେଉଁ କାରଣରୁ ସେହି ସ୍ଥାନ ବହୁତ ଯନ୍ତ୍ରଣା ହୋଇଥାଏ ଏହି ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ଆପଣ ବାମ୍ କିମ୍ବା ପେନକିଲରର ବ୍ୟବହାର କରିଥାନ୍ତି। ଯଦି ଏହା କରିବା ପରେ ମଧ୍ୟ ଆପଣଙ୍କୁ କୌଣସି ଲାଭ ମିଳୁନାହିଁ ତେବେ ଆଜି ଆମେ ଆପଣଙ୍କୁ କିଛି ଏମିତି ଘରୋଇ ଉପଚାର ଜଣାଇବାକୁ ଯାଉଛୁ। ଯାହାର ବ୍ୟବହାର କରିବା ଦ୍ବାରା ଆପଣ ମକଚା ଯନ୍ତ୍ରଣାରୁ ଆରାମ ପାଇପାରିବେ।
ଏହା ସହ ପଢ଼ନ୍ତୁ : କର୍କଟ ଏବଂ ମଧୁମେହ ରୋଗକୁ ମୂଳରୁ ଶେଷ କରିବ ଏହି ଫଳ
ଯଦି ଆପଣଙ୍କର ପାଦ ମକଚି ଯାଇଛି, ତେବେ ସର୍ବପ୍ରଥମେ ଏକ ଟାୱେଲକୁ ଚିପୁଡି ମକଚି ଯାଇଥିବା ସ୍ଥାନରେ ଲଗାନ୍ତୁ। ଏହାପରେ ଆପଣ ଗୋଇଠିକୁ ଉପର ଆଡକୁ ଉଠାଇ ପାଦକୁ ଏପାଖ ସେପାଖ କରନ୍ତୁ। ଏହି ପଜିସନରେ ଅତିକମରେ ୧୫ ରୁ ୩୦ ସେକେଣ୍ଡ ପର୍ଯ୍ଯନ୍ତ ପାଦକୁ ରଖନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ମକଚି ଯାଇଥିବା ପାଦ ଠିକ ହୋଇଯିବ।
ହଳଦୀରେ ସବୁ ପ୍ରକାରର ଯନ୍ତ୍ରଣାକୁ ଦୂର କରିବାର ଗୁଣ ରହିଥାଏ। ହଳଦୀରେ ସାମାନ୍ୟ ସୋରିଷ ତେଲ ମିଶାଇ ମକଚି ଯାଇଥିବା ଜାଗାରେ ଲଗାଇବା ଦ୍ବାରା ପାଦ ଯନ୍ତ୍ରଣାରୁ ଆରାମ ମିଳିଥାଏ।
ଯଦି ଆପଣଙ୍କ ପାଦ ମକଚି ଯାଇଛି ତେବେ ଆଲୋଭେରା ଜେଲକୁ ମକଚି ଯାଇଥିବା ସ୍ଥାନରେ ଲଗାଇ ପତଳା କପଡା ଦ୍ବାରା ବାନ୍ଧି ଦିଅନ୍ତୁ। ଏମିତି କରିବା ଦ୍ବାରା ମକଚି ଯାଇ ଯନ୍ତ୍ରଣା ହେଉଥିବାରୁ ରକ୍ଷା ପାଇପାରିବେ।