ଧନତେରସରେ ରାମଦେବ ବାବା ଲଞ୍ଚ କଲେ ପତଞ୍ଜଳୀ ପରିଧାନ, ବଜାରକୁ ଆସିଲା ୩ଟି ବ୍ରାଣ୍ଡ

ନୂଆଦିଲ୍ଲୀ : ଯୋଗଗୁରୁ ବାବା ରାମାଦେବ ଧନତେରସର ଖାସ ସମୟରେ ଗ୍ରାରମେଣ୍ଟ ଇଣ୍ଡଷ୍ଟ୍ରୀରେ ପାଦ ରଖିଛନ୍ତି। ଏନେଇ ଆଜି ସକାଳେ ସ୍ବାମୀ ରାମଦେବ ପତଞ୍ଜଳୀ ‘ପରିଧାନ’ ନାମରେ ଏକ ଏକ୍ସକ୍ଲୁସିଭ୍ ଶୋରୁମର ଉଦଘାଟନ କରିଛନ୍ତି। ଏହାର ପ୍ରଥମ ଶୋରୁମ୍ ଦିଲ୍ଲୀର ପିତମପୁରାସ୍ଥିତ ସୁଭାଷ ପ୍ଲାସର ଅଗ୍ରୱାଲ ସାଇବର ପ୍ଳାଜାରେ ଉଦଘାଟିତ ହୋଇଛି। ପତଞ୍ଜଳୀର ଏହି ଶୋରୁମରେ ଡେନିମରୁ ଆରମ୍ଭ କରି ପାରମ୍ପରିକ ପୋଷକ ପର୍ଯ୍ଯନ୍ତ ସମସ୍ତ ପ୍ରକାରର ପୋଷାକ ବିକ୍ରି ହେବ।

patanjali-paridhan

ଆସନ୍ତୁ ଜାଣିବା କଣ ରହିଛି ପତଞ୍ଜଳୀ ପରିଧାନ

ପତଞ୍ଜଳୀ ପରିଧାନରେ ପୁରୁଷ, ମହିଳା ଏବଂ ଶିଶୁ ସମସ୍ତ ବର୍ଗର ବ୍ଯକ୍ତିଙ୍କ ପାଇଁ ପୋଷାକ ଉପଲବ୍ଧ ରହିଛି। ଏଥିରେ ଡେନିମ୍, ପାରମ୍ପରିକ , ମଡର୍ଣ୍ଣ ଏବଂ ଫର୍ମାଲ ଆଦିର ପୋଷାକ ରହିଛି। ଏଠାରେ ଆପଣଙ୍କୁ ତିନିଟି ବ୍ରାଣ୍ଡର ପୋଷାକ ମିଳିବ, ଯାହାର ନାମ ରହିଛି ‘ସଂସ୍କାର’ , ‘ଆସ୍ଥା’ ଏବଂ ‘ଲିବାଫିଟ୍’। ପତଞ୍ଜଳୀ ଅନୁଯାୟୀ , ଏହା ଦ୍ବାରା ଦେଶକୁ ଆର୍ଥିକ ସ୍ବାଧୀନତା ମିଳିବ। ଏଥିସହ ପରିଧାନକୁ ଦେଶ ଭକ୍ତି ସହ ଯୋଡ଼ି କମ୍ପାନି କହିଛି , ଜାତୀୟ ପତକା ଯେପରି ଦେଶର ମାନ ସମ୍ନାନ ବୋଲି କୁହାଯାଏ ଠିକ୍ ସେହିପରି ପୋଷକ ହେଉଛି ବ୍ଯକ୍ତିତ୍ବର ପରିଚୟ ।


ପତଞ୍ଜଳୀ ପରିଧାନରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛି ଏହାର ଜିନ୍ସ। ତେବେ ପତଞ୍ଜଳୀ ଗାରମେଣ୍ଟ ବଜାରରେ ଲଞ୍ଚ ହେବା ଖବର ଜନସାଧାରଣକୁ ଆସିବା ପରେ ହିଁ ସୋସିଆଲ ମିଡିଆରେ ତାହାର ଜିନ୍ସ ନେଇ ଅନେକ ଚର୍ଚ୍ଚା ରହିଥିଲା। ଏପରିକି ଏକ ସମ୍ମିଳନୀରେ ପତଞ୍ଜଳୀର ଆଚାର୍ଯ୍ଯ ବାଳକୃଷ୍ଣ  କହିଥିଲେ, ଭାରତୀୟ ସମାଜରେ ଜିନ୍ସର ଲୋକପ୍ରିୟତା ଏତେମାତ୍ରାରେ ରହିଛି କି, ତାହାକୁ ଅଲଗା କରିବା ଅସମ୍ଭବ। ଏଣୁ ଏଭଳି ପରିସ୍ଥିତିରେ ତାହାକୁ ପରମ୍ପରା ଅନୁଯାୟୀ ପରିବର୍ତ୍ତନ କରିବା ହିଁ ଠିକ୍ ଉପାୟ। ‌ଏହା ଅର୍ଥ ହେଉଛି ପତଞ୍ଜଳୀ ଜିନ୍ସ  ବହୁତ ଷ୍ଟାଇଲିସ୍, ଡିଜାଇନ୍ ଏବଂ ଫେବ୍ରିକ୍ ଭାରତୀୟ ରହିବ। ଏଥିସହ ଏହା ବହୁତ ଆରାମଦାୟକ ମଧ୍ୟ ହେବ।

Leave A Reply

Your email address will not be published.