ଦେଶ ବିଦେଶ

ନଜର ପକାନ୍ତୁ ବର୍ତ୍ତମାନର ପାଞ୍ଚଟି ମୁଖ୍ୟ ଖବର ଉପରେ

# ଲଦାଖ ସୀମା ଗଲଓ୍ଵାନ ଘାଟି ଉପରେ ଚୀନ୍‌ର ଦାବି ଅଯଥାର୍ଥ । ଏହା ଭାରତର ଅଛି ଓ ରହିବ ବୋଲି ଚୀନ୍‌କୁ କଡ଼ା ଜବାବ ଦେଲେ କେନ୍ଦ୍ର ସରକାର । ଗତ ୧୫ ତାରିଖରେ ଭାରତ-ଚୀନ୍ ସେନା ମଧ୍ୟରେ ମାରପିଟ୍ ପରଠାରୁ ଚୀନ୍ ତିନି ଥର ଦାବି କରି ସାରିଲାଣି ଯେ ଗଲଓ୍ଵାନ ଉପତ୍ୟକା ତାର ।

# ସମାନ ଲିଙ୍ଗର ବ୍ୟକ୍ତି ଏକାସାଙ୍ଗରେ ରହିବାର ଅଧିକାର ଅଛି । ଏହା ସ୍ପଷ୍ଟ କରିଛନ୍ତି ଉତ୍ତରାଖଣ୍ଡ ହାଇକୋର୍ଟ । ଜଣେ ସେନା ମେଜରଙ୍କ ସହିତ ରହୁଥିବା ମହିଳା କୋର୍ଟରେ ଅଭିଯୋଗ ଦାଖଲ କରିଥିଲେ ଯେ ତାଙ୍କ ସାଥୀଙ୍କୁ ଏଭଳି ରହିବା ପାଇଁ ବାରଣ କରୁଛନ୍ତି ତାଙ୍କ ମା ଓ ଭାଇ । ସେ ଏହି ସାଥୀଙ୍କ ସହିତ ସହମତିରେ ୨୦୧୬ରୁ ରହି ଆସୁଛନ୍ତି । ଅଭିଯୋଗ ଶୁଣାଣି କରି ହାଇକୋର୍ଟ ଏହା ବୈଧ ବୋଲି କହିଛନ୍ତି ।

#  ଏବେ ସାଇବର ଅପରାଧୀମାନେ ଦେଶରେ ଅଧିକ ସକ୍ରିୟ ହୋଇ ଉଠିଛନ୍ତି । ସେମାନେ ବ୍ୟାଙ୍କ ଖାତା ସମ୍ପର୍କରେ ସୂଚନା ସଂଗ୍ରହ ଆଳରେ ଜମା ଥିବା ଟଙ୍କା ଲୁଟି ନେଉଛନ୍ତି । ଏଭଳି ଅନେକ ମାମଲା ରାଜ୍ୟ ତଥା ଦେଶରୁ ଆସିବାରେ ଲାଗିଛି । ଆଜିଠାରୁୁ ସେମାନେ ଆହୁରି ବଡ଼ ବଡ଼ ଅପରାଧ ଘଟାଇବାକୁ ଷଡ଼ଯନ୍ତ୍ର କରୁଥିବା ସୂଚନା ମିଳିଛି । ତେଣୁ ଗ୍ରାହକମାନେ ସଜାଗ ରହିବାକୁ ଭାରତ ସରକାର ସତର୍କ କରାଇ ଦେଇଛନ୍ତି ।

#  ଆସନ୍ତା ୨୮ ତାରିଖରେ ଇଂଲଣ୍ଡ ଗସ୍ତରେ ଯିବ ପାକିସ୍ତାନ କ୍ରିକେଟ୍ ଟିମ୍ । ସେଠାରେ ପହଞ୍ଚିବା ପରେ ଖେଳାଳିମାନେ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହି ସେହିଠାରେ ଅଭ୍ୟାସ କରିବେ । ପାକିସ୍ତାନ କ୍ରିକେଟ୍ ବୋର୍ଡ଼ ଏହି ସୂଚନା ଦେଇଛନ୍ତି ।

#  ଆରମ୍ଭ ହୋଇଗଲା ବିଶ୍ୱର ସବୁଠାରୁ ବଡ଼ ସୂର‌୍ୟ୍ୟୋପରାଗ । ଭାରତରେ ପ୍ରଥମେ ଜମ୍ମୁରେ ହେଲା ଦୃଶ୍ୟମାନ । ଆଜି ବିଭିନ୍ନ ସମୟରେ ସୂର‌୍ୟ୍ୟଙ୍କ ଆକାର ଏବଂ ଛବି ଭିନ୍ନ ଭିନ୍ନ ଦେଖା ଯିବ ।

 

 

 

KNews Bureau

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

8 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

9 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

26 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

27 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

31 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

53 mins ago