ଦେଶ ବିଦେଶ

ପୁଣେ: ପ୍ରଶିକ୍ଷଣ ସମୟରେ ଟ୍ରେନିଂ ଏୟାରକ୍ରାଫ୍ଟ କ୍ରାସ୍‌, ପାଇଲଟ୍‌ ସମେତ ୨ ଆହତ

ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଏକ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଠାରେ ପ୍ରଶିକ୍ଷଣ ଅଧିବେଶନ ଚାଲିଥିବା ବେଳେ ଏୟାରକ୍ରାଫ୍ଟଟି କ୍ରାସ୍‌ ହୋଇଯାଇଛି। ପୁଣେ ରୁରାଲ୍‌ ପୋଲିସ ଏସ୍‌ପି ଅଙ୍କିତ୍‌ ଗୋଏଲ୍‌ କହିଛନ୍ତି ଯେ ଏହି ଦୁର୍ଘଟଣା ବାରାମତି MIDC ଅଞ୍ଚଳରେ କଟଫଲ ଗ୍ରାମ ନିକଟରେ ଘଟିଛି। ଏଥିରେ ୨ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ପୋଲିସ ମୁତାବକ, ଦୁର୍ଘଟଣାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଘଟଣା ପରେ ମାମଲାର ତଦନ୍ତ ଆରମ୍ଭ ହୋଇଛି।

ପୋଲିସ କହିଛି ଯେ ବିମାନରେ ୨ ଜଣ ବ୍ୟକ୍ତି ଥିଲେ। ଦୁର୍ଘଟଣାଗ୍ରସ୍ତ ବିମାନରୁ ପାଇଲଟ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିମାନଟି ରେଡ୍‌ବାର୍ଡ ଫ୍ଲାଇଟ୍ ଟ୍ରେନିଂ ଏକାଡେମୀର ଥିଲା। ବାରାମତି ତହସିଲ୍‌ ଅନ୍ତର୍ଗତ କଟଫଲ ଗ୍ରାମ ନିକଟରେ ଭୋର୍‌ ପ୍ରାୟ ୫ଟା ସମୟରେ ଏହି ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ବିମାନଟି ଆକାରରେ ଛୋଟ ଥିବା ଜଣାପଡ଼ିଛି। ପାଇଲଟ୍ ଶକ୍ତି ସିଂ ସାମାନ୍ୟ ଆହତ ହୋଇଛନ୍ତି। କହି ରଖୁଛୁ, ଗତ କିଛି ଦିନ ହେବ ଏଠାରେ ପ୍ରଶିକ୍ଷଣ ଅଧିବେଶନ ଚାଲିଛି। କହି ରଖୁଛୁ, ଏହା ପୂର୍ବରୁ ସେପ୍ଟେମ୍ବର ୧୪ରେ ଅବତରଣ ସମୟରେ ମୁମ୍ବାଇ ବିମାନବନ୍ଦରର ରନୱେରେ ଏକ ଘରୋଇ ଚାର୍ଟାର୍ଡ ବିମାନ ଖସି ଯାଇଥିଲା। ଏହି ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିଲେ।

Roshni

Recent Posts

ଥାନାକୁ ଡାକି ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ କରିବା ଘଟଣା : ନିଲମ୍ବିତ ହେଲେ ପୋଲିସ ଏଏସଆଇ

ସୁବର୍ଣ୍ଣପୁର : ମିଛ କେଶରେ ଯୁବକଙ୍କୁ ଥାନାକୁ ଡାକି ଥାର୍ଡ଼ ଡିଗ୍ରୀ କରିବା ଏଏସଆଇଙ୍କୁ ମହଙ୍ଗା ପଡିଲା  l ଘଟଣାକୁ…

25 mins ago

ରୋଗୀ ଆଣୁଥିବା ବେଳେ 108 ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଡ୍ରାଇଭର

ବାସୁଦେବପୁର :  ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 …

48 mins ago

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…

2 hours ago

ଶ୍ରୀମନ୍ଦିରରେ ଲାଗିଲା ଫୋକସ୍‌ ଲାଇଟ୍‌, ଆଲୋକମାଳାରେ ଝଲସିଲା ଶ୍ରୀମନ୍ଦିର

ପୁରୀ: ପୁଣି ଫୋକସ୍‌ ଲାଇଟ୍‌ ରେ ଝଟକିବ ଶ୍ରୀମନ୍ଦିର । ଆଲୁଅରେ ଝଲସି ଉଠିବ ବଡ଼ ଦେଉଳ । ଆଲୋକମାଳାରେ…

2 hours ago

୬ ଜଣ ଛାତ୍ରଛାତ୍ରୀ ମନ୍ଦିର ବୁଲିବାକୁ ଯାଇଥିଲେ ହେଲେ ଘଟିଗଲା ବଡ଼ ଅଘଟଣ

ରାଉରକେଲା: କେଡ଼େ ଖୁସିରେ ବେଦବ୍ୟାସ ମନ୍ଦିର ବୁଲି ଯାଇଥିଲେ ୬ ଜଣ ବନ୍ଧୁ। ମନ୍ଦିର ବୁଲୁ ବୁଲୁ ଅସହ୍ୟ ତାତିରେ…

3 hours ago

ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ ମଞ୍ଚରେ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର (କେନ୍ୟୁଜ୍‌) : ଭାରତୀୟ ସିନେମା ଓ ଗଣମାଧ୍ୟମ ଜଗତର ଅନ୍ୟତମ ଶୀର୍ଷ ବ୍ୟକ୍ତିତ୍ୱ ରାମୋଜୀ ରାଓ ଆଉ ନାହାନ୍ତି।…

4 hours ago