ତ୍ରିରଙ୍ଗାକୁ ପରଦା କରି ଘରେ ଟାଙ୍ଗିଲେ ଶାହାରୁଖ, ଏବେ ଗିରଫ ହୋଇ ଜେଲରେ

ମୁଜାଫର ନଗର : ଇଟାରେ ତିଆରି ଅଧା ଘର । ତା ଉପରେ ଗୋଟିଏ ଟିଣ ପକାଇ ଛାତ କରାଯାଇଛି । ଦରଜା ବୋଲି କିଛି ନଥିଲା । ତେଣୁ ଘରେ ରହୁଥିବା ଷ୍ଟେସନ୍ କୁଲି ଜଣକ ପରଦା ଭାବେ ଟାଙ୍ଗି ଦେଲେ ଜାତୀୟ ପତାକାକୁ । ତାଙ୍କର ଧାରଣା ନଥିଲା ସେ କେତେବଡ଼ ଭୁଲ ଓ ଗର୍ହିତ ଅପରାଧ କରି ବସିଛନ୍ତି । ଘଟଣା ଜଣାପଡ଼ିବା ପରେ ପୋଲିସ୍ ତାଙ୍କୁ ବାନ୍ଧି ନେଇଛି । ଇଏ ବଲିଉଡର ନୁହନ୍ତି, ଉତ୍ତର ପ୍ରଦେଶ ମୁଜାଫର ନଗର ରେଳଷ୍ଟେସନରେ କାମ କରନ୍ତି ଏହି କୁଲି ଜଣକ । ରୁହନ୍ତି ରାମପୁରୀ ଅଞ୍ଚଳରେ । କୁଲି ଶାହାରୁଖଙ୍କ ପରିବାରର ସଦସ୍ୟ ସଂଖ୍ୟା ୬ ।

ସ୍ବାଧୀନତା ଦିବସ ପରେ କେଉଁଠି ଫିଙ୍ଗା ହୋଇଥିବା ପତାକାଟିକୁ ସେ ପାଇ ଘରକୁ ନେଇ ଆସିଥିଲେ । ଘରେ କବାଟ ନଥିବାରୁ ତାକୁ ପରଦା କରି ଟାଙ୍ଗି ଦେଲେ । ହେଲେ ପତାକାକୁ ପରଦା କରି ଟାଙ୍ଗିବାର ୨୧ ଦିନ ପରେ ଗତ ସେପଟେମ୍ବର ୫ ତାରିଖ ଦିନ ଶିବସେନାର କିଛି କର୍ମକର୍ତ୍ତା ପୋଲିସକୁ ସାଙ୍ଗରେ ନେଇ ପହଞ୍ଚିଥିଲେ । ଆଉ ଜାତୀୟ ପତାକା ପ୍ରତି ଅସମ୍ମାନ ଦୋଷରେ ତାଙ୍କୁ ଗିରଫ କରି ନେଇଥିଲା ।

ଶାହାରୁଖଙ୍କ ସାରା ପରିବାର ଅଶିକ୍ଷିତ । ଅଧା ଇଟାରେ ତିଆରି ଘରକୁ ୧୨୦୦ ଟଙ୍କା ଭଡ଼ା ଦେଇ ରହୁଛନ୍ତି । ବୁଢ଼ା ଓ ବେମାର ବାପା ମା ସାଙ୍ଗକୁ ପତ୍ନୀ ଓ ଦୁଇଟି ପିଲା । ସମସ୍ତେ ଏହି ଘଟଣାରେ ଭାରି ଦୁଃଖୀ। ତାର ବାପା ମା କହିଛନ୍ତି, ଆମ ପୁଅ ଯଦି  ଜାତୀୟ ପତାକା ବିଷୟରେ ଜାଣିଥାନ୍ତା ତେବେ କେବେବି ଏଭଳି କରିନଥାନ୍ତା । ସେହିଭଳି ପାଖ ପଡ଼ୋଶୀ ମଧ୍ୟ ଶାହାରୁଖଙ୍କ ଅଜ୍ଞତାକୁ ଦୋଷ ଦେଇଛନ୍ତି । ତେବେ ତାକୁ ଏଭଳି ଭାବେ ଗିରଫ କରିବା ଦ୍ବାରା ସାରା ପରିବାର ଏବେ ଭୋକ ଉପାସରେ । କାରଣ କେବଳ ତାରି ରୋଜଗାରରେ ପରିବାର ଚଳୁଥିଲା । ଯିଏ ଜାତୀୟ ପତାକାକୁ ଚିହିନି ପାରି ନାହିଁ ସେ କିଭଳି ଅଶିକ୍ଷିତ ହୋଇଥିବ । ତେଣୁ ତାକୁ ପୋଲିସ୍ ଖାଲି ଚେତାବନୀ ଦେଇ ଛାଡ଼ି ଦେଇଥିଲେ ଭଲ ହୋଇଥାନ୍ତା ବୋଲି ପଡ଼ୋଶୀ କହିଛନ୍ତି ।

ଏଭଳି ଏକ ସମ୍ବେଦନଶୀଳ ଘଟଣା ସମସ୍ତଙ୍କୁ ବିସ୍ମୟରେ ପକାଇ ଦେଇଛି । ତ୍ରିରଙ୍ଗାର ଅବମାନନା କରି ଆଇନ୍ ଆଖିରେ ଦୋଷୀ ସାଜିଛି ଶାହାରୁଖ । ନିଜ ଘରର ସମ୍ମାନ ରକ୍ଷା ପାଇଁ ଅଜାଣତରେ ଜାତୀୟ ପତାକାକୁ ପରଦା ଭାବରେ ଟାଙ୍ଗି ଆଜି ଜେଲ୍ ଯାଇଛି । ଏଠି ପ୍ରଶ୍ନ ହେଉଛି ଏଥିପାଇଁ ସମ୍ପୂର୍ଣ୍ଣ ଦୋଷୀ କଣ ଶହାରୁଖ ? ନା ଆମର ବ୍ୟବସ୍ଥା ?

KNews Bureau

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

18 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

25 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

41 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

46 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago