Categories: ଟେକ୍

ଭାରତରେ ସାମସଙ୍ଗ ଲଞ୍ଚ କଲା ଦୁଇଟି ବଜେଟ ସ୍ମାର୍ଟଫୋନ, ଜାଣନ୍ତୁ କଣ ରହିଛ ଫିଚର ଏବଂ ମୂଲ୍ଯ

ନୂଆଦିଲ୍ଳୀ : ଦକ୍ଷିଣ କୋରିଆ କମ୍ପାନି ସାମସଙ୍ଗ ଭାରତରେ ନିଜର ଦୁଇଟି ବଜେଟ ସ୍ମାର୍ଟଫୋନ ଲଞ୍ଚ କରିଛି।  ଏହି ଦୁଇ ସ୍ମାର୍ଟଫୋନର ନାମ ରହିଛି ଗାଲାକ୍ସି ଜେ୪+ ଏବଂ ଗାଲାକ୍ସି ଜେ୬+। ଏହି ଦୁଇ ସ୍କାର୍ଟଫୋନର ପ୍ରମୁଖ ଫିଚର ରହିଛି ଏହାର ୬ଇଞ୍ଚ ବିଶିଷ୍ଟ ଇନଫିନିଟି ଡ଼ିସପ୍ଲେ। ଏହି ସ୍ମାର୍ଟଫୋନରେ ୩,୩୦୦ ବ୍ଯାଟେରୀ ସହ ଇମୋଟିଫାଏ ଫିଚର ମିଳିବ। ସାମସଙ୍ଗର ଗାଲାକ୍ସି ଜେ ସିରିଜ ଭାରତରେ ବହୁ ଚର୍ଚ୍ଚିତ ମୋବାଇଲ ସିରିଜ୍ ଅଟେ। ତେବେ କମ୍ପାନି କିଛି ଦିନ ପୂର୍ବେ ଗାଲାକ୍ସି ଜେ୪+ ଏବଂ ସାମସଙ୍ଗ ଜେ୬+କୁ ମଧ୍ୟ ଗ୍ଲୋବାଲି ଲଞ୍ଚ କରିଥିଲା।

ସାମସଙ୍ଗ ଇଣ୍ଡିଆର ପ୍ରମୁଖ ମୋହନଦୀପ ସିଂଙ୍କ ସୂଚନା ଅନୁଯାୟୀ, କମ୍ପାନି ଗାଲାକ୍ସି ଜେ ସିରିଜକୁ ଅଧିକ ରୋମାଞ୍ଚକ କରୁଛି। ଗ୍ରାହକଙ୍କୁ ଗାଲାକ୍ସି ଜେ୪+ଏବଂ ଗାଲାକ୍ସି ୬+ରେ ସାଇଡ଼୍ ଫିଙ୍ଗରପ୍ରିଂଣ୍ଟ ସେନ୍ସର, ଇମୋଟିଫାଏ, ମାଇକ୍ରୋଏଚଡ଼ି କାର୍ଡ଼ ସହ ଇଣ୍ଟରନାଲ ସ୍ପେସ ଏବଂ ଗ୍ଲାସ ଫିନିସିଂ ସହ ଅନେକ ଫିଚର ମିଳିବ।

ସାମସଙ୍ଗ ଗାଲାକ୍ସି ଜେ୪+ର ଭାରତରେ ମୂଲ୍ଯ ୧୦,୯୯୦ ଟଙ୍କା ରହିଥିବା ବେଳେ ଏହାକୁ ବ୍ଲୁ, ବ୍ଳାକ୍ ଏବଂ ଗୋଲ୍ଡ ରଙ୍ଗରେ ଲଞ୍ଚ କରାଯାଇଛି। ଅପରପକ୍ଷରେ କମ୍ପାନି ଗାଲାକ୍ସି ଜେ୬+ର ମୂଲ୍ଯ ୧୫,୯୯୦ଟଙ୍କା ରଖିଥିବା ବେଳେ ଏହା ବ୍ଳୁ, ବ୍ଲାକ୍ ଏବଂ ନାଲି ରଙ୍ଗରେ ଉପଲବ୍ଧ ରହିଛି। ୨୫ ସେପ୍ଟେମ୍ବର ପରେ ଠାରୁ ସାମସଙ୍ଗ ସ୍ମାର୍ଟଫୋନର ଏହି ମଡ଼େଲ ଅନଲାଇନ ସହ ଅଫଲାଇନରେ ମଧ୍ୟ ଉପଲବ୍ଦ ହେବ।

ଗାଲାକ୍ସି ଜେ୪+କୁ ଡ଼ିସପ୍ଲେ ୬ଇଞ୍ଚ ବିଶିଷ୍ଟ ରହିଛି। ଏଥିରେ ୧.୪ ଗିଗାହଜ୍ହ କ୍ବାଡ଼କୋର ପ୍ରୋସେସର ରହିଥିବା ବେଳେ ଏହାକୁ ୨/୩୨ ଜିବି ଭେରିଏସନରେ ଉପଲବ୍ଦ କରାଯାଇଛି। ଏହାର କ୍ଯାମେରା ରିୟର ୧୩ ଏବଂ ଫ୍ରଣ୍ଟ ୫ ମେଗାପିକ୍ସଲ ରହିଛି। ସେହିପରି ଗାଲାକ୍ସି ଜେ୬+ର ଡ଼ିସପ୍ଲେ ଜେ୪+ ଭଳି ରହିଛି। ଏହାକୁ ୪/୬୪ ଷ୍ଟୋରେଜ୍ ବିଶିଷ୍ଟ କରାଯାଇଛି। ଏହାର କ୍ଯାମେରା ୧୩ ମେଗାପିକ୍ସଲ ରହିଥିବା ବେଳେ ଫ୍ରଣ୍ଟ ରହିଛି। ଏଥିରେ ସାଇଡ଼ ଫିଙ୍ଗର ସେନ୍ସରର ସୁବିଧା ମଧ୍ୟ ରଖାଯାଇଛି।

KNews Bureau

Recent Posts

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

2 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

37 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

44 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

60 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago