ମନ୍ଦିରରେ ମର୍ଡର : ଶିବ ମନ୍ଦିର ଭିତରେ ବୀଭତ୍ସ ହତ୍ଯା, ଆନ୍ଧ୍ରପ୍ରଦେଶରେ ଚାଞ୍ଚଲ୍ଯ ଖେଳାଇଛି ଏହି ଟ୍ରିପଲ୍ ମର୍ଡର

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲା ଟନକଲ୍ଲୁ ମଣ୍ଡଳର କୋରଥିକୋଟା ଗାଁର ଶିବ ମନ୍ଦିର ପରିସରରେ ସୋମବାର ଦୁଇ ମହିଳାଙ୍କ ସମେତ ତିନି ଜଣଙ୍କୁ ହତ୍ୟା କରିଦିଆଯାଇଛି । ହତ୍ୟା ପଛର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଗ୍ରାମବାସୀଙ୍କୁ ସନ୍ଦେହ ହେଉଛି କି, କିଛି ଦୁର୍ବୃତ୍ତ ମନ୍ଦିରକୁ ଲୁଟ୍ କରିବାକୁ ଆସିଥିବା ସମୟରେ ଏଭଳି ବୀଭତ୍ସ କାଣ୍ଡ ଭିଆଇ ଥାଇପାରନ୍ତି ।

ମୃତକ ମାନଙ୍କ ମଧ୍ୟରେ ୭୦ ବର୍ଷିୟ ଏମ୍ ଶିବରାମରେଡ୍ଡି, ତାଙ୍କ ବଡ ଭଉଣୀ ୭୫ବର୍ଷିୟା କଦାପାଲା କମଳମ୍ମା ଏବଂ ୭୦ ବର୍ଷିୟା ସତ୍ୟାଲକ୍ଷ୍ମୀମ୍ମା ଅଛନ୍ତି । ୧୫ତମ ଶତାବ୍ଦୀର ଏହି ମନ୍ଦିରର ନବୀକରଣ କରାଯାଉଥିଲା ଏବଂ ଏହାର କାମ ପ୍ରଗତି ପଥରେ ଚାଲିଥିବା କଦୀରି ଗ୍ରାମୀଣ ସର୍କଲ ଇନ୍ସପେକ୍ଟର ଟି. ମଧୁ କହିଛନ୍ତି ।
ତେବେ କିଛି ଅଜ୍ଞାତ ବ୍ୟକ୍ତି ମନ୍ଦିରରେ ଅର୍ଦ୍ଧ ରାତ୍ରୀରେ ପଶିଥିଲେ । କୁହାଯାଉଛି କି, ଉକ୍ତ ବୁର୍ବୁତମାନେ ତିନି ଜଣଙ୍କ ଗଳା କାଟି ଗର୍ଭ ଗ୍ରୁହରେ ଥିବା ଶିବ ଲିଙ୍ଗ ଉପରେ ରକ୍ତ ଛିଟା କରିଛନ୍ତି।

ଚିତୋର ଜିଲ୍ଲାର ମଦନପଲ୍ଲୀର ମୂଳ ନିବାସୀ ଶିବରାମ ରେଡ୍ଡୀ ମନ୍ଦିରର ପୂଜାରୀ ଥିଲେ । ସେ ରବିବାର ସଂଧ୍ୟାରେ ମଦନପଲ୍ଲୀରୁ ଫେରିଥିଲେ । ମଦନପଲ୍ଲୀରେ ତାଙ୍କ ପତ୍ନୀ ଏବଂ ଦୁଇ ଛୁଆ ରହୁଛନ୍ତି ।  ମନ୍ଦିର ପରିସର ଗାଁରୁ ୫୦୦ମିଟର ଦୁରରେ ଅବସ୍ଥିତ ଅଟେ । ଏହି ଘଟଣାପରେ ଲୋକମାନେ ସକାଳେ ହିଁ ସତର୍କ ହୋଇଗଲେ ଏବଂ ପୋଲିସକୁ ଏନେଇ ସୂଚନା ଦେଇଥିଲେ । ଡଗ୍ ସ୍କ୍ଵାର୍ଡ ଦ୍ବାରା ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇ ତଦନ୍ତ ଚାଲିଛି। ବର୍ତ୍ତମାନ କାହାକୁ ଗିରଫ କରାଯାଇନଥିବା ସୂଚନା ମିଳିଛି।

Sonalisa

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

4 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

10 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

19 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

19 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

37 mins ago