ମନ୍ଦିରରେ ମର୍ଡର : ଶିବ ମନ୍ଦିର ଭିତରେ ବୀଭତ୍ସ ହତ୍ଯା, ଆନ୍ଧ୍ରପ୍ରଦେଶରେ ଚାଞ୍ଚଲ୍ଯ ଖେଳାଇଛି ଏହି ଟ୍ରିପଲ୍ ମର୍ଡର

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲା ଟନକଲ୍ଲୁ ମଣ୍ଡଳର କୋରଥିକୋଟା ଗାଁର ଶିବ ମନ୍ଦିର ପରିସରରେ ସୋମବାର ଦୁଇ ମହିଳାଙ୍କ ସମେତ ତିନି ଜଣଙ୍କୁ ହତ୍ୟା କରିଦିଆଯାଇଛି । ହତ୍ୟା ପଛର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଗ୍ରାମବାସୀଙ୍କୁ ସନ୍ଦେହ ହେଉଛି କି, କିଛି ଦୁର୍ବୃତ୍ତ ମନ୍ଦିରକୁ ଲୁଟ୍ କରିବାକୁ ଆସିଥିବା ସମୟରେ ଏଭଳି ବୀଭତ୍ସ କାଣ୍ଡ ଭିଆଇ ଥାଇପାରନ୍ତି ।

siv jiମୃତକ ମାନଙ୍କ ମଧ୍ୟରେ ୭୦ ବର୍ଷିୟ ଏମ୍ ଶିବରାମରେଡ୍ଡି, ତାଙ୍କ ବଡ ଭଉଣୀ ୭୫ବର୍ଷିୟା କଦାପାଲା କମଳମ୍ମା ଏବଂ ୭୦ ବର୍ଷିୟା ସତ୍ୟାଲକ୍ଷ୍ମୀମ୍ମା ଅଛନ୍ତି । ୧୫ତମ ଶତାବ୍ଦୀର ଏହି ମନ୍ଦିରର ନବୀକରଣ କରାଯାଉଥିଲା ଏବଂ ଏହାର କାମ ପ୍ରଗତି ପଥରେ ଚାଲିଥିବା କଦୀରି ଗ୍ରାମୀଣ ସର୍କଲ ଇନ୍ସପେକ୍ଟର ଟି. ମଧୁ କହିଛନ୍ତି ।
ତେବେ କିଛି ଅଜ୍ଞାତ ବ୍ୟକ୍ତି ମନ୍ଦିରରେ ଅର୍ଦ୍ଧ ରାତ୍ରୀରେ ପଶିଥିଲେ । କୁହାଯାଉଛି କି, ଉକ୍ତ ବୁର୍ବୁତମାନେ ତିନି ଜଣଙ୍କ ଗଳା କାଟି ଗର୍ଭ ଗ୍ରୁହରେ ଥିବା ଶିବ ଲିଙ୍ଗ ଉପରେ ରକ୍ତ ଛିଟା କରିଛନ୍ତି।

murder 3ଚିତୋର ଜିଲ୍ଲାର ମଦନପଲ୍ଲୀର ମୂଳ ନିବାସୀ ଶିବରାମ ରେଡ୍ଡୀ ମନ୍ଦିରର ପୂଜାରୀ ଥିଲେ । ସେ ରବିବାର ସଂଧ୍ୟାରେ ମଦନପଲ୍ଲୀରୁ ଫେରିଥିଲେ । ମଦନପଲ୍ଲୀରେ ତାଙ୍କ ପତ୍ନୀ ଏବଂ ଦୁଇ ଛୁଆ ରହୁଛନ୍ତି ।  ମନ୍ଦିର ପରିସର ଗାଁରୁ ୫୦୦ମିଟର ଦୁରରେ ଅବସ୍ଥିତ ଅଟେ । ଏହି ଘଟଣାପରେ ଲୋକମାନେ ସକାଳେ ହିଁ ସତର୍କ ହୋଇଗଲେ ଏବଂ ପୋଲିସକୁ ଏନେଇ ସୂଚନା ଦେଇଥିଲେ । ଡଗ୍ ସ୍କ୍ଵାର୍ଡ ଦ୍ବାରା ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇ ତଦନ୍ତ ଚାଲିଛି। ବର୍ତ୍ତମାନ କାହାକୁ ଗିରଫ କରାଯାଇନଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.