Below header

ଯଦି ଆପଣଙ୍କ ପାଖରେ ରହିଛି ଏହି ୫ ସମସ୍ୟା, ତା’ ହେଲେ ପଡ଼ିପାରେ ଚଷମାର ଆବଶ୍ୟକତା

ଟିଭି, ମୋବାଇଲ୍ ଫୋନ୍ ଏବଂ କମ୍ପ୍ୟୁଟର ଲଗାତର ଭାବେ ଦେଖିବା ଦ୍ବାରା କାହାର ବି ଆଖି ଦୁର୍ବଳ ହୋଇଯାଇପାରେ। କିନ୍ତୁ କେବେ କେବେ ଲୋକଙ୍କୁ ଏହି କଥା ଜଣାପଡ଼ି ନ ଥାଏ ଯେ, ତାଙ୍କ ଆଖି କମ୍ ଦେଖାଯିବାକୁ ଲାଗୁଛି ଏବଂ ତାଙ୍କୁ ଚଷମାର ଆବଶ୍ୟକତା ଅଛି। ବାରମ୍ବାର ଅବହେଳା ଯୋଗୁ ପରିଣାମ ଏହା ହୋଇଥାଏ କି ବହୁତ ଜଲଦି ଆଖି ଖରାପ ହୋଇଯାଏ। ତେବେ ଆପଣ କିଭଳି ଜାଣିବେ ଆପଣଙ୍କ ଆଖିର ପାୱାର ଧୀରେ ଧୀରେ କମି ଆସିଲାଣି, ଆସନ୍ତୁ ଜାଣିବା।

boy tv

-ଲମ୍ବା ସମୟ ଧରି ଟିଭି, କମ୍ପ୍ୟୁଟର ଆଦି ଦେଖିଲେ, ଆପଣଙ୍କ ଆଖିର ପାୱାର ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି। ଯଦି ଟିଭି ଦେଖିବାରେ ଅସୁବିଧା ହେଉଛି, ତା’ହେଲେ ହୋଇପାରେ ଏହା ଆପଣଙ୍କୁ ଇଙ୍ଗିତ କରୁଛି କି ଆପଣଙ୍କ ଆଖି ଦୁର୍ବଳ ହୋଇ ଯାଉଛି।

girl tv

-ଆପଣଙ୍କ ମୁଣ୍ଡ କିମ୍ବା ଆଖିର ମାଂସପେଶୀ ପାଖରେ ସବୁବେଳେ ଯନ୍ତ୍ରଣା ହେଉଥିଲେ, ଆପଣଙ୍କୁ ଚଷମାର ଆବଶ୍ୟକତା ଅଛି ବୋଲି ଜାଣି ନିଅନ୍ତୁ। ଆଖିର ଲେନ୍ସ ଉପରେ ସଫା ପ୍ରତିବିମ୍ବ ଦେଖା ନ ଗଲେ, ଆଖିର ପୁତ୍ତଳିକା ସଙ୍କୁଚିତ ହୋଇଯିବ। ଆଉ ଏଭଳି ହେଲେ ଆପଣଙ୍କ ମୁଣ୍ଡ ବିନ୍ଧିବ।

ଏହାସହ ପଢ଼ନ୍ତୁ: ଝିଅଙ୍କ ସହ କଥା ହେବା ପାଇଁ ଲାଜ ଲାଗୁଛି କି ? ଯଦି ହଁ, ଏହି କଥା ଉପରେ ରଖନ୍ତୁ ଧ୍ୟାନ, ବଢ଼ିବ ଆତ୍ମବିଶ୍ବାସ

 

-ଯଦି ଆପଣଙ୍କ ଆଖିକୁ ଦୂର ଅଥବା ପାଖ ଜିନିଷ ଭଲ ଭାବେ ଦେଖା ନ ଯାଏ, ତା’ ହେଲେ ଆପଣଙ୍କୁ ଚଷମା ନିହାତି ଦରକାର।

book reading

-କେବେ ଅନୁଭବ କରିଛନ୍ତି କି ଯଦି ଲଗାତର ଭାବେ ଆପଣ କୌଣସି ବହି କି ମୋବାଇଲ୍ ଫୋନର ସ୍କ୍ରିନ୍ ଦେଖୁଥିବେ, ତା’ହେଲେ ଆଖିରେ ଯନ୍ତ୍ରଣା କିମ୍ବା ଥକ୍କାପଣ ଅନୁଭବ ହୋଇଥାଏ। ତେଣୁ ଏହି ସମସ୍ୟାରୁ ମୁକୁଳିବା ପାଇଁ ଅଧିକ ପରିମାଣର ପାଣି ପିଅନ୍ତୁ। ପାଣି ପିଇବା ଦ୍ବାରା ଆଖିର ଥକ୍କପଣ ଦୂର ହୋଇଯିବ।

eye child

 

-ଏହି କଥା ଉପରେ କେବେ ଧ୍ୟାନ ଦେଇଛନ୍ତି କି ଆଖିକୁ ସଫା ଦେଖାଯିବା ପାଇଁ ଆପଣ ବାରମ୍ବାର ଆଖି ରଗଡ଼ନ୍ତି। ଯଦି ହଁ, ତା’ହେଲେ ତୁରନ୍ତ କୌଣସି ଡାକ୍ତରଙ୍କ ପାଖକୁ ଯାଇ ଆଖି ପରୀକ୍ଷା କରାଇ ନିଅନ୍ତୁ। ଆଖିରେ ହେଉଥିବା ଯେକୌଣସି ସମସ୍ୟାକୁ ଆଦୌ ଅବହେଳା କରନ୍ତୁ ନାହିଁ। ଡାକ୍ତରଙ୍କଠାରୁ ଏ ନେଇ ଯଥାସମ୍ଭବ ପରାମର୍ଶ ଗ୍ରହଣ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.