Below header

ଭାରତୀୟ ହ୍ୟାକର କେବଳ ୧୦ ମିନିଟରେ ହ୍ୟାକ୍ କଲେ ଇନଷ୍ଟାଗ୍ରାମ, ମିଳିଲା ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି

ଭାରତୀୟ ଏଥିକଲ ହ୍ୟାକର୍ସଙ୍କର ଚର୍ଚ୍ଚା ପୂରା ଦୁନିଆରେ। ସବୁ ବର୍ଷ ଭାରତୀୟ ହ୍ୟାକର୍ସ ଅନେକ ଟେକ୍ କମ୍ପାନୀ ବଗ୍ ବାଉଣ୍ଟି ପ୍ରୋଗ୍ରାମ ଦ୍ବାରା ବଗର ଠିକଣା ଲଗାଉଛନ୍ତି। ଏଥର ମଧ୍ୟ ଜଣେ ଭାରତୀୟ ହ୍ୟାକର୍ସ ଇନଷ୍ଟାଗ୍ରାମରେ ଏକ ଏମିତି ବଗର ସନ୍ଧାନ କରିଛନ୍ତି ଯାହା ଦ୍ବାରା କେବଳ ୧୦ ମିନିଟରେ ଇନଷ୍ଟାଗ୍ରାମର କୌଣସି ବି ଆକାଉଣ୍ଟକୁ ହ୍ୟାକ୍ କରାଯାଇପାରିବ।

ଏହି ଭାରତୀୟ ହ୍ୟାକର୍ସଙ୍କ ନାମ ଲକ୍ଷ୍ମଣ ମୁଥୈୟା। ଯିଏ କି ତାମିଲନାଡୁର ବାସିନ୍ଦା ଏବଂ କମ୍ପ୍ୟୁଟର ସାଇନ୍ସର ଛାତ୍ର। ଲକ୍ଷ୍ମଣ ହ୍ୟାକିଂ ସମୟର ଭିଡିଓ ମଧ୍ୟ ପ୍ରମାଣ ଭାବରେ ଦେଇଛନ୍ତ ଯାହା ପରେ ଫେସବୁକ୍ ତାଙ୍କୁ ୩୦,୦୦୦ ଡଲାର ଅର୍ଥାତ୍ ପ୍ରାୟ ୨୦,୫୫,୬୪୫ ଟଙ୍କା ପୁରସ୍କାରର ରାଶି ଦେଇଛି।

instagram hack

ଇନଷ୍ଟାଗ୍ରାମରେ କଣ ରହିଛି ଅଭାବ

ଲକ୍ଷ୍ମଣ ଜଣାଇଛନ୍ତି ଏହି ବଗ୍ ଇନଷ୍ଟଗ୍ରାମର ପାସୱାର୍ଡ ରିକଭରୀ ସିଷ୍ଟମରେ ଥିଲା। ଏମିତିରେ କୌଣସି ବି ହ୍ୟାକର୍ସ ପାସୱାର୍ଡ ରିସେଟ୍ କରି କୌଣସି ବି ୟୁଜର୍ସଙ୍କ ଆକାଉଣ୍ଟକୁ ହ୍ୟାକ୍ କରିପାରିବ। ଯେତେବେଳେ ବି କେହି ୟୁଜର ପାସୱାର୍ଡ ରିସେଟ୍ କରନ୍ତି ତେବେ ଇନଷ୍ଟଗ୍ରାମ ତାଙ୍କ ମୋବାଇଲ ନମ୍ବରକୁ ୬ ଅଙ୍କ ବିଶିଷ୍ଟ ଭେରିଫିକେସନ କୋଡ୍ ପଠାଇଥାଏ। ଲକ୍ଷ୍ମଣଙ୍କୁ ଏଥିରେ ବଗ୍ ମିଳିଲା ଯାହାକୁ ଟେଷ୍ଟ କରିବା ପାଇଁ ସେ କରିଥିଲେ ଅଲଗା-ଅଲଗା ଆଇପି ଆଡ୍ରେସ ଦ୍ବାରା ଏକ ହଜାର ରିକ୍ବେଷ୍ଟ ପଠାଇଲେ।

ଏହା ସହ ପଢ଼ନ୍ତୁ : ଜିଓ ଗ୍ରାହକ ହୋଇଯାଆନ୍ତୁ ସାବଧାନ ! ଏହି ମେସେଜରେ ହୋଇପାରେ ଆପଣଙ୍କ ଫୋନ ହ୍ୟାକ୍‌

ଜଣାଇବାକୁ ଚାହିଁବୁ ଯେ ଯଦି ଭେରିଫିକେସନ ପାଇଁ ୧୦ ଲକ୍ଷ କୋଡ୍ ଟ୍ରାଏ କରାଯାଏ ତେବେ କୌଣସି ବି ଆକାଉଣ୍ଟର ପାସୱାର୍ଡ ପରିବର୍ତ୍ତନ କରାଯାଇପାରିବ। ଲକ୍ଷ୍ମଣଙ୍କ ଅନୁଯାୟୀ ୧୦୦ ଅଲଗା-ଅଲଗା ଆଇପି ଆଡ୍ରେସ ଦ୍ବାରା ୨୦୦ ହଜାର ରିକ୍ବେଷ୍ଟ ପଠାଇ ଆକାଉଣ୍ଟକୁ ହ୍ୟାକ୍ କରିହେବ। ସେହିଭଳି ଲକ୍ଷ୍ମଣ ଏହାର ସୂଚନା ଫେସବୁକକୁ ଦେଇଛନ୍ତି। ଯାହାପରେ ଫେସବୁକ୍ ଏହି ବଗକୁ ଫିକ୍ସ କରିଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.